Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଖୁବ୍ ଶୀଘ୍ର ଜାରି ହେବ ନୂଆ ୨ଶହ ଓ ୫ଶହ ଟଙ୍କିଆ ନୋଟ

24/04/2019 at 4:03 PM

ମୁମ୍ବାଇ୨୪।୪: ଭାରତୀୟ ରିଜର୍ବ ବ୍ୟାଙ୍କ ମହାତ୍ମା ଗାନ୍ଧିଙ୍କ ନୂଆ ସିରିଜରେ ଖୁବ୍ ଶୀଘ୍ର ୨ଶହ ଓ ୫ଶହ ଟଙ୍କିଆ ନୋଟ ଜାରି କରିବେ। ଏକ ଟ୍ବିଟ୍ ବାର୍ତ୍ତାରେ ଆରବିଆଇ ଏହି ସୂଚନା ଦେଇଛନ୍ତି । ତେବେ ପୂରୁଣା ଓ ନୂଆ ୨ଶହ ଏବଂ ୫ଶହ ଟଙ୍କାର ନୋଟରେ ସେଭଳି କୌଣସି ବଡ ପରିବର୍ତ୍ତନ ହେଉନଥିବା ବେଳେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସ୍ବାକ୍ଷର ରହିବ । ଏବେ ଉପଲବ୍ଧ ହେଉଥିବା ୨ଶହ ଓ ୫ଶହ ଟଙ୍କା ନୋଟରେ ପୂର୍ବତନ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ସ୍ବାକ୍ଷର ରହିଛି । ତେବେ ବ୍ୟାଙ୍କ ନୂଆ ନୋଟ ପ୍ରଚଳନ କଲେ ମଧ୍ୟ ପୁରୁଣା ନୋଟ ପ୍ରତ୍ୟାହାର ହେବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ଆରବିଆଇ।

ଆରବିଆଇ ଇତି ମଧ୍ୟରେ ନୂଆ ୧ଶହ ଟଙ୍କା ନୋଟ ଜାରି କରିଛନ୍ତି । ଏଥିରେ ନୂଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସ୍ବାକ୍ଷର ରହିଛି । ନୂଆ ନୋଟ ଜାରି ହେବା ପରେ ବଜାରରେ ପୂରୁଣା ଶହେ ଟଙ୍କା ନୋଟର ମଧ୍ୟ ପ୍ରଚଳନ ରହିଛି । ମହାତ୍ମା ଗାନ୍ଧି ସିରିଜର ସମସ୍ତ ନୋଟ ବୈଦ୍ଧ ବୋଲି କହିଛନ୍ତି ଆରବିଆଇ। ପୂର୍ବତନ ଆରବିଆଇ   ଗଭର୍ଣ୍ଣର ଉର୍ଜିତ ପଟେଲ ଗତ ଡିସେମ୍ବର ମାସରେ ଅଚାନକ ଚାକିରୀରୁ ଇସ୍ତଫା ଦେଇଥିଲେ। ଏହି ପଦବୀରେ ସରକାର ଶକ୍ତିକାନ୍ତ ଦାସଙ୍କୁ ନିଯୁକ୍ତ କରିଥିଲେ। ତେବେ ଗଭର୍ଣ୍ଣରଙ୍କ ପରିବର୍ତନ ଯୋଗୁ ନୋଟରେ ରହୁଥିବା ସ୍ବାକ୍ଷର ପିରବର୍ତନ ହୋଇନଥିଲା ।

   Related Posts