ଭୁବନେଶ୍ବରରେ ପୁଣି ୧୭ କରୋନା ସଂକ୍ରମିତ ଚିହ୍ନଟ: ଆକ୍ଟିଭ୍ କେସ୍‌ କେତେ ? ସୁସ୍ଥ ହୋଇ ଫେରିଲେ କେତେ ?

Published By : Prameya-News7 Bureau | June 17, 2020 IST

ଭୁବନେଶ୍ବର ୧୭।୦୬:  ଭୁବନେଶ୍ବରରେ ପୁଣି ୧୭ କରୋନା ସଂକ୍ରମିତ ଚିହ୍ନଟ। ଏହା ପୂର୍ବରୁ ରାଜ୍ୟରେ ଆଜି ୧୭୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୩୫୫ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ତିନିଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ବେଳେ ୧୪ ଜଣ ହୋମ୍ କ୍ବାରେଣ୍ଟାଇନ୍‌ରେ ଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସା​‌ରେ ଏମାନଙ୍କ ମଧ୍ୟରୁ ଜୟଦେହ ବିହାର ଅଞ୍ଚଳର ଜଣେ ମହିଳା ଅଛନ୍ତି।

{"id":287718,"sizeSlug":"large"}

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୩୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୩୬୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୯୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୧୧ ଜଣଙ୍କର ମୃତ୍ୟୁ କରୋନା ଜନିତ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.