ଆଉ ୧୫ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ: ବୌଦ୍ଧକୁ ଛୁଇଁଲା କରୋନା, ପୁରୀରେ ଆସିଲା ୨ ନୂଆ କେସ୍

Published By : Prameya-News7 Bureau | May 10, 2020 IST

ଭୁବନେଶ୍ୱର, ୧୦|୦୫:   ରାଜ୍ୟରେ ପୁଣି ୧୫ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୭୭କୁ ବୃଦ୍ଧି ପାଇଛି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗ଼ଞ୍ଜାମରୁ ୭ଜଣ ଥିବା ବେଳେ, ବୌଦ୍ଧରୁ ୩, ଯାଜପୁର ୧, ପୁରୀ ଓ ଅନୁଗୁଳରୁ ଦୁଇଟି ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଆଜି ଗୋଟିଏ ଦିନରେ ୮୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

{"id":267844,"width":830,"height":374,"sizeSlug":"large"}

ରାଜ୍ୟରେ କରୋନାକୁ ଲାଗୁନି ବ୍ରେକ୍ । ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ରବିବାର ରାଜ୍ୟରେ ଆଉ ୧୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରବିବାର ରାଜ୍ୟରେ ୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍‌ରେ ସୂଚନା ପ୍ରଦାନ କରାଯାଇଛି ।

ଗଞ୍ଜାମ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨୫ରେ ପହଁଚିଥିବା ବେଳେ ଦୀର୍ଘଦିନ ପରେ ପୁରୀରେ ନୂଆ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବୌଦ୍ଧରେ ପ୍ରଥମ ଥର କରୋନା କାୟା ମେଲାଇଛି ।ଅନୁଗୁଳରେ ମଧ୍ୟ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି ।

ଏହାପୂର୍ବରୁ ଅପରାହ୍ନରେ ଆଉ ୧୦ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ୧୦ ସଂକ୍ରମିତଙ୍କ ମଧ୍ୟରୁ ଭଦ୍ରକ ଜିଲ୍ଲାରୁ ୬ଜଣ ରହିଥବା ବେଳେ ଯାଜପୁର ଜିଲ୍ଲାର ୪ଜଣ ରହିଛନ୍ତି । ଭଦ୍ରକ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୧ରେ ପହଞ୍ଚିଛି । ଏଥିମଧ୍ୟରୁ ୧୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ଯାଜପୁର ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫୯ରେ ପହଞ୍ଚିଥିଲା । ଯାହା ଏବେ ୬୦ ହୋଇଛି । ଏଥିମଧ୍ୟରୁ ୫୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨ଜଣ ସୁସ୍ଥ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.