ଭୁଲରେ ମଧ୍ୟ ୨ ବା ତା'ଠାରୁ ଅଧିକ ରତ୍ନ ଧାରଣ କରିବା ଉଚିତ ନୁହେଁ ; ହୋଇଥାଏ ଅନେକ ସମସ୍ୟା

Published By : Prameya-News7 Bureau | March 30, 2019 IST

ଭୁବନେଶ୍ୱର ୩୦/୩ : ଭାରତୀୟ ବୈଦିକ ଜ୍ୟୋତିଷଶାସ୍ତ୍ର ଅନୁସାରେ କୌଣସି ଗ୍ରହର ଅଶୁଭ ପ୍ରଭାବକୁ ନଷ୍ଟ କରିବା ପାଇଁ ଏବଂ ଶୁଭ ଗ୍ରହର ପ୍ରଭାବକୁ ବଢାଇବା ପାଇଁ ରତ୍ନ ଧାରଣ କରିବା ପାଇଁ କୁହାଯାଇଥାଏ | ଗ୍ରହ ଏବଂ ରାଶି ଅନୁଯାୟୀ ବିଭିନ୍ନ ରତ୍ନର ଭିନ୍ନ ଭିନ୍ନ ପ୍ରଭାବ ରହିଥାଏ | ରତ୍ନର ରଙ୍ଗ ଅନୁଯାୟୀ ଶରୀରରେ ଯେଉଁ ତତ୍ୱର ଅଭାବ ଥାଏ ସେହି ତକ୍କ୍ବ ରଶ୍ମି ଆକାରରେ ଶରୀରକୁ ମିଳିଥାଏ ଯାହାଫଳରେ ବ୍ୟକ୍ତିଙ୍କ ଆତ୍ମବିଶ୍ୱାସ ବଢିଥାଏ | ପଣ୍ଡିତ ଦୟାନନ୍ଦ ଶାସ୍ତ୍ରୀ କହିଛନ୍ତି ଯେ, ଅନେକ ଲୋକ ବେଳେବେଳେ ଖରାପ ସମୟର ପ୍ରଭାବ ନଷ୍ଟ କରିବା ପାଇଁ ଜ୍ୟୋତିଷଙ୍କ ପରାମର୍ଶ ଲୋଡିଥାନ୍ତି | ଫଳରେ ଭିନ୍ନ ଭିନ୍ନ ଜ୍ୟୋତିଷଙ୍କ କହିବାନୁଯାୟୀ ବିଭିନ୍ନ ପ୍ରକାର ରତ୍ନ ଧାରଣ କରିଥାନ୍ତି | ଯାହାଫଳରେ ତାଙ୍କୁ ଲାଭ ତ ମିଳିନଥାଏ ବରଂ ତାଙ୍କର କ୍ଷତି ହୋଇଥାଏ | ପଣ୍ଡିତ ଦୟାନନ୍ଦ ଶାସ୍ତ୍ରୀଙ୍କ କହିବାନୁଯାୟୀ, ଶତ୍ରୁ ଗ୍ରହଙ୍କ ରତ୍ନ ଏକସଙ୍ଗେ ଧାରଣ କରିବା ଦ୍ୱାରା ଶାରୀରିକ, ମାନସିକ କିମ୍ବା ଆର୍ଥିକ ସମସ୍ୟା ସୃଷ୍ଟି ହୋଇଥାଏ | ଯାହାଫଳରେ ମଣିଷର ସ୍ୱଭାବ ଏବଂ ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଥାଏ |

{"id":98413}


ଆସନ୍ତୁ ଜାଣିବା କେଉଁ ରତ୍ନ ସହିତ କେଉଁ ରତ୍ନକୁ ଧାରଣ କରିବା ଅନୁଚିତ
ରବିଙ୍କ ରତ୍ନ ହେଉଛି ମାଣିକ୍ୟ | ଏହି ରତ୍ନ ସହ ଶୁକ୍ର, ଶନି, ରାହୁ ଏବଂ କେତୁଙ୍କ ରତ୍ନ ଅର୍ଥାତ ହୀରା, ନୀଳା, ଗୋମେଦ ଏବଂ ବୈଦୁର୍ଯ୍ୟ ମଣି ଧାରଣ କାର୍ତ୍ତିବ ଉଚିତ ନୁହେଁ | ଏହି ସବୁ ରତ୍ନ ଯଦି ମିଶି ଯାଆନ୍ତି ତାହେଲେ ଗ୍ରହମାନଙ୍କ ମଧ୍ୟରେ ଶତ୍ରୁତାକୁ ଜନ୍ମ ଦେଇଥାନ୍ତି | ଫଳରେ କୁଣ୍ଡଳୀରେ କୌଣସି ବଡ ଧରଣର କ୍ଷତି ଘଟିଥାଏ |

{"id":98400,"width":567,"height":354}


ଚନ୍ଦ୍ରଙ୍କ ରତ୍ନ ହେଲା ମୋତି | ମୋତି ସହିତ ହୀରା, ପନ୍ନା, ନୀଳା, ଗୋମେଦ ଏବଂ ବୈଦୁର୍ଯ୍ୟ ମଣି ଧାରଣ କରିବା ଦ୍ୱାରା ନିଦ ଭଲ ହୋଇନଥାଏ | ଏହାଛଡା ମନ ଅଶାନ୍ତ ରହେ, କାର୍ଯ୍ୟରେ ମନ ଲାଗେ ନାହିଁ ଏବଂ ମଣିଷ ମାନସିକ ଅବସାଦର ଶିକାର ହୋଇଥାଏ | ମୋତି ସହ ଗୋମେଦ କିମ୍ବା ବୈଦୁର୍ଯ୍ୟ ମଣି ରତ୍ନ ଧାରଣ କରିବା ଦ୍ୱାରା ମୋତିର ପ୍ରଭାବ ନଷ୍ଟ ହୋଇଯାଇଥାଏ | ଗୋମେଦ ଏବଂ ବୈଦୁର୍ଯ୍ୟ ମଣି ରହୁ ଏବଂ କେତୁଙ୍କ ରତ୍ନ | ଏହା ମୋତିର ବିପରୀତ ପ୍ରଭାବ ପକାଇଥାଏ |

{"id":98401}


ମଙ୍ଗଳଙ୍କ ରତ୍ନ ହେଲା ମୁଙ୍ଗା | ମଙ୍ଗଳଙ୍କ ଶତ୍ରୁ ଗ୍ରହ ହେଲେ ବୁଧ, ଶୁକ୍ର, ରାହୁ, କେତୁ ଏବଂ ଶନି | ଅର୍ଥାତ ମଙ୍ଗଳଙ୍କ ଶତ୍ରୁ ରତ୍ନ ହେଲା ପନ୍ନା, ହୀରା, ନୀଳା, ଗୋମେଦ ଏବଂ ବୈଦୁର୍ଯ୍ୟ ମଣି | ଏହିସବୁ ରତ୍ନକୁ ମୁଙ୍ଗା ସହିତ ଧାରଣ କରିବା ଅନୁଚିତ | ଏହାର ପ୍ରଭାବରେ ମଣିଷ ଭିତରେ କ୍ରୋଧ ଏବଂ ହିଂସା ବଢିଥାଏ |

{"id":98402}


ବୁଧଙ୍କ ରତ୍ନ ପାନ୍ନା | ପାନ୍ନା ସହିତ ଗୁରୁ, ମଙ୍ଗଳ ଏବଂ ଚନ୍ଦ୍ରଙ୍କ ରତ୍ନ ଅର୍ଥାତ ପୋଖରାଜ, ମୁଙ୍ଗା ଏବଂ ମୋତି ଧାରଣ କରିବା ଅନୁଚିତ | ଏହିସବୁ ରତ୍ନକୁ ଏକସଙ୍ଗେ ଧାରଣ କରିବା ଦ୍ୱାରା ଧନ ହାନି ଘଟିଥାଏ |

{"id":98404}


ବୃହସ୍ପତିଙ୍କ ରତ୍ନ ପୋଖରାଜ | ପୋଖରାଜ ସହିତ ପାନ୍ନା, ନୀଳା ଏବଂ ଗୋମେଦ ଧାରଣ କରିବା ଅନୁଚିତ | କାରଣ ଏମାନେ ଗୁରୁ ଏବଂ ଶୁକ୍ରଙ୍କ ପରମ ଶତ୍ରୁ | ସେଥିପାଇଁ ହୀରା ଏବଂ ପୋଖରାଜ କେବେ ମଧ୍ୟ ଏକସଙ୍ଗେ ଧାରଣ କରିବା ଉଚିତ ନୁହେଁ |

{"id":98405}


ଶୁକ୍ରଙ୍କ ରତ୍ନ ହୀରା | ହୀରା ସହିତ ମାଣିକ୍ୟ, ମୋତି, ମୁଙ୍ଗା ଏବଂ ପୋଖରାଜ ଧାରଣ କରିବା ଉଚିତ ନୁହେଁ | କାରଣ ଏମାନେ ରବି, ଚନ୍ଦ୍ର, ମଙ୍ଗଳ ଏବଂ ବୃହସ୍ପତିଙ୍କ ରତ୍ନ | ହୀରା ସହିତ ଏହିସବୁ ରତ୍ନ ଧାରଣ କରିବା ଦ୍ୱାରା ଧନ ହାନି ହୋଇଥାଏ | ହୀରା ସହିତ ପୋଖରାଜ ଭୁଲରେ ବି କେବେ ଧାରଣ କରିବା ଉଚିତ ନୁହେଁ | ଏହା ଦ୍ୱାରା ବ୍ୟକ୍ତିର ଅନେକ ଅମଙ୍ଗଳ ହୋଇଥାଏ |

{"id":98406}


ଶନିଙ୍କ ରତ୍ନ ନୀଳା | ନୀଳା ସହିତ ରବି, ମଙ୍ଗଳ, ଚନ୍ଦ୍ର ଏବଂ ବୃହସ୍ପତିଙ୍କ ରତ୍ନ ଅର୍ଥାତ ମାଣିକ୍ୟ, ମୁଙ୍ଗା, ମୋତି ଏବଂ ପୋଖରାଜ ଧାରଣ କରିବା ଅନୁଚିତ | ଏହିସବୁ ରତ୍ନ ଏକସଙ୍ଗେ ଧାରଣ କରିବା ଦ୍ୱାରା ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇଥାଏ ଏବଂ ବ୍ୟକ୍ତି ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଏ | ଏହାଦ୍ୱାରା ଦୁର୍ଘଟଣା ଘଟିବାର ମଧ୍ୟ ସମ୍ଭାବନା ଥାଏ |

{"id":98407}


ରାହୁଙ୍କ ରତ୍ନ ଗୋମେଦ | ଗୋମେଦ ସହିତ ମାଣିକ୍ୟ, ମୁଙ୍ଗା, ମୋତି ଏବଂ ପୋଖରାଜ ପିନ୍ଧିବା ଅନୁଚିତ | ଏହିସବୁ ରତ୍ନ ମଧ୍ୟରୁ ଯେକୌଣସି ରତ୍ନ ଗୋମେଦ ସହ ଧାରଣ କରିବା ଦ୍ୱାରା ଯେକୌଣସି ନିଷ୍ପତ୍ତି ନେବାରେ ବାଧା ଉପୁଜିଥାଏ ଏବଂ ଭ୍ରମାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥାଏ |

{"id":98412}


କେତୁଙ୍କ ରତ୍ନ ବୈଦୁର୍ଯ୍ୟ ମଣି | ଏହି ରତ୍ନ ସହିତ ମାଣିକ୍ୟ, ମୁଙ୍ଗା, ପୋଖରାଜ ଏବଂ ମୋତି ଧାରଣ କରିବା ଅନୁଚିତ | ଏହିସବୁ ରତ୍ନ ମଧ୍ୟରୁ ଯେକୌଣସି ରତ୍ନକୁ ବୈଦୁର୍ଯ୍ୟ ମଣି ସହ ଧାରଣ କରିବା ଦ୍ୱାରା ହେଉଥିବା କାମରେ ବିଘ୍ନ ସୃଷ୍ଟି ହୋଇଥାଏ | ଏହାସହ ମଣିଷର ସ୍ୱଭାବ ଚିଡଚିଡ଼ା ହୋଇଯାଇଥାଏ |

{"id":98411,"align":"center"}


ସେଥିପାଇଁ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ରତ୍ନମାନଙ୍କର ଶୁଭ ଫଳ ପାଇଁ ଶତ୍ରୁ ଗ୍ରହର ରତ୍ନକୁ ଏକସଙ୍ଗେ ଧାରଣ କରିବା ଅନୁଚିତ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.