Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ଏହି ଶିବଲିଙ୍ଗରେ ଅର୍ପଣ କରାଯାଇଥିବା ପ୍ରସାଦ ଗ୍ରହଣ କରିବା ନିଷେଧ କାହିଁକି ?

29/11/2021 at 4:46 PM

ଭୁବନେଶ୍ୱର ୨୯/୧୧ : ମନ୍ଦିରକୁ ପୂଜା କରିବାକୁ ଲୋକେ ଭଗବାନଙ୍କ ପାଖରେ ପ୍ରସାଦ ଅର୍ପଣ କରନ୍ତି। ପୂଜାରୀ ସେହି ପ୍ରସାଦ ଲୋକଙ୍କୁ ବାଣ୍ଟି ଦେଇଥାନ୍ତି। ପ୍ରସାଦକୁ ଭଗବାନଙ୍କ ଆଶୀର୍ବାଦ ଭାବେ ଲୋକେ ଗ୍ରହଣ କରିଥାନ୍ତି। କିନ୍ତୁ ଭଗବାନ ଶିବଙ୍କ ପ୍ରତୀକ ଶିବଲିଙ୍ଗରେ ଅର୍ପଣ ହୋଇଥିବା ପ୍ରସାଦ ଗ୍ରହଣ କରିବା ନିଷେଧ। ଏହା ପଛରେ ପୌରାଣିକ କାରଣ ଅଛି। ପୌରାଣିକ କଥା ଅନୁଯାୟୀ, ଭଗବାନ ଶିବଙ୍କ ମୁଖରୁ ଚଣ୍ଡେଶ୍ୱର ନାମକ ଗଣ ପ୍ରକଟ ହୋଇଥିଲେ। ଚଣ୍ଡେଶ୍ୱର ଭୁତ ପ୍ରେତଙ୍କ ମୁଖ୍ୟ। ଶିବଲିଙ୍ଗରେ ଅର୍ପଣ କରାଯାଇଥିବା ପ୍ରସାଦ ଚଣ୍ଡେଶ୍ୱରର ଭାଗ ବୋଲି କୁହାଯାଏ। ଚଣ୍ଡେଶ୍ୱରର ଭାଗ ଅର୍ଥାତ ଶିବଲିଙ୍ଗରେ ଅର୍ପଣ କରାଯାଇଥିବା ପ୍ରସାଦ ଗ୍ରହଣ କରିବା ଭୁତ ପ୍ରେତଙ୍କ ଭାଗ ଗ୍ରହଣ କରିବା ସହ ସମାନ ବୋଲି କୁହାଯାଏ। ସେଥିପାଇଁ ଶିବଲିଙ୍ଗରେ ଅର୍ପଣ କରାଯାଇଥିବା ପ୍ରସାଦ ଗ୍ରହଣ କରିବା ଉଚିତ ନୁହେଁ ବୋଲି କୁହାଯାଏ।

ଶିବ ପୁରାଣରେ କୁହାଯାଇଛି ଯେ ଭଗବାନ ଶିବଙ୍କ ପ୍ରସାଦ ସବୁ ପ୍ରକାର ପାପ ନାଶ କରିଥାଏ। ଶିବଙ୍କ ପ୍ରସାଦ ଦର୍ଶନ କଲେ ମଧ୍ୟ ପାପ ନାଶ ହୋଇଥାଏ। ପ୍ରସାଦ ଗ୍ରହଣ କରିବା କୌଣସି ପୁଣ୍ୟ ଠାରୁ କମ ନୁହେଁ। 

ସମସ୍ତ ଶିବଲିଙ୍ଗରେ ଅର୍ପଣ କରାଯାଉଥିବା ପ୍ରସାଦ ଚଣ୍ଡେଶ୍ୱରର ଭାଗ ନୁହେଁ। ଯେଉଁ ଶିବଲିଙ୍ଗ ସାଧାରଣ ପଥର, ମାଟି ଓ ଚିନାମାଟି ତିଆରି ହୋଇଥାଏ ସେହି ଶିବଲିଙ୍ଗରେ ଅର୍ପଣ କରାଯାଇଥିବା ପ୍ରସାଦ ଗ୍ରହଣ କରିବା ନିଷେଧ। ଏହିସବୁ ଶିବଲିଙ୍ଗରେ ଅର୍ପଣ କରାଯାଇଥିବା ପ୍ରସାଦ କୌଣସି ନଦୀ କିମ୍ବା ଜଳାଶ୍ରୟରେ ପ୍ରବାହ କରିଦେବା ଉଚିତ।

ଯେକୌଣସି ଧାତୁ କିମ୍ବା ପାରଦରେ ତିଆରି ହୋଇଥିବା ଶିବଲିଙ୍ଗରେ ଅର୍ପଣ କରାଯାଇଥିବା ପ୍ରସାଦ ଚଣ୍ଡେଶ୍ୱରର ଅଂଶ ନୁହେଁ। ଏହା କେବଳ ମହାଦେବଙ୍କ ଭାଗ। ସେଥିପାଇଁ ଏହି ଶିବଲିଙ୍ଗରେ ଅର୍ପଣ ହୋଇଥିବା ପ୍ରସାଦ ଗ୍ରହଣ କଲେ ଦୋଷ ଲାଗେନାହିଁ। ଶିବଲିଙ୍ଗ ସହ ଶାଳଗ୍ରାମ ହୋଇଥିଲେ ମଧ୍ୟ ଦୋଷ ସମାପ୍ତ ହୋଇଥାଏ।

   Related Posts