ପୂଜା ଥାଳିରେ ଭୁଲରେ ବି ରଖନ୍ତୁନି ଏହି ଦୁଇଟି ଜିନିଷ, ହୋଇଥାଏ ଅଶୁଭ

Published By : Prameya-News7 Bureau | January 03, 2021 IST

ଭୁବନେଶ୍ୱର ୦୩/୦୧ : ହିନ୍ଦୁ ଧର୍ମରେ ସକାଳେ-ସଂଜେ ପୂଜାପାଠରେ ବିଧାନ ରହିଛି। ହିନ୍ଦୁ ଧର୍ମରେ ପୂଜାପାଠର ଅନେକ ମହତ୍ତ୍ୱ ରହିଛି। ଘରେ ଭଗବାନଙ୍କ ପୂଜା କଲେ ସକାରାତ୍ମକ ଶକ୍ତି ପ୍ରବାହ ହୋଇଥାଏ ଏବଂ ନକାରାତ୍ମକ ଶକ୍ତି ଦୁରେଇ ଯାଇଥାଏ ବୋଲି କୁହାଯାଏ। ସେଥିପାଇଁ ଯେଉଁ ଘରେ ସକାଳେ ସନ୍ଧ୍ୟାରେ ଭଗବାନଙ୍କ ପୂଜାର୍ଚ୍ଚନା ହୋଇଥାଏ ସେହି ଘରେ ସର୍ବଦା ଭଗବାନଙ୍କ ଆଶୀର୍ବାଦ ରହିଥାଏ। ତେବେ ପୂଜାପାଠ କଥା ପଡିଲେ ଦେଖାଯାଏ ଯେ ବିଶେଷ ପର୍ବପର୍ବାଣି ବା ପୂଜାପାଠରେ ବିଶେଷ ଥାଳି ସଜାଯାଇଥାଏ। 

{"id":386382,"sizeSlug":"large","linkDestination":"none"}

ତେବେ ଯେକୌଣସି ପୂଜା ପାଇଁ ପୂଜା ଥାଳି ସଜାଡ଼ିବା ସମୟରେ ସାବଧାନ ରହିବା ଆବଶ୍ୟକ। ପୂଜା ଥାଳି ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ ଯେ ଥାଳିରେ ଏମିତି କୌଣସି ଜିନିଷ ଭୁଲରେ ରହିନଯାଉ ଯାହାର ଓଲଟା ପ୍ରଭାବ ପଡିବ ଏବଂ ପୂଜା ବ୍ୟର୍ଥ ହୋଇଯିବ।

{"id":386383,"width":569,"height":426,"sizeSlug":"large","linkDestination":"none"}

ପୂଜା ଥାଳିରେ ଏହିସବୁ ଜିନିଷ ରଖିବା ଉଚିତ ନୁହେଁ - ସବୁ ପୂଜାରେ ସୁପାରୀ ଓ କର୍ପୁର ବ୍ୟବହାର ହୋଇଥାଏ। ସେଥିପାଇଁ ପୂଜା ଥାଳି ସାହାଡ଼ିବ ସମୟରେ ବିଶେଷ ଦୃଷ୍ଟି ଦେବାକୁ ହେବ ଯେ ଥାଳିରେ ଭଙ୍ଗା କିମ୍ବା ଖଣ୍ଡିତ ସୁପାରୀ ନଥାଉ। ପୂଜା ଥାଳିରେ ଭଙ୍ଗା ସୁପାରୀ କିମ୍ବା କର୍ପୁର ରଖିବା ଅନୁଚିତ। କାରଣ ପୂଜାରେ ଗୋଟା ସୁପାରୀ ବ୍ୟବହାର କରିବା ବିଧି ରହିଛି। ଖଣ୍ଡିତ ସୁପାରୀ କିମ୍ବା କର୍ପୁର ଅଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି।

ପୂଜାରେ କର୍ପୁର ବି ଭାଙ୍ଗିକି ବ୍ୟବହାର କରିବା ଉଚିତ ନୁହେଁ । ପୂଜା ଥାଳିରେ ଭଙ୍ଗା ସୁପାରୀ କିମ୍ବା କର୍ପୁର ଥିଲେ ଭଗବାନ କ୍ରୋଧିତ ହୋଇଯାନ୍ତି। ଯାହାଫଳରେ କାର୍ଯ୍ୟରେ ସଫଳତା ମିଳିନଥାଏ ଏବଂ ସବୁ ବ୍ୟର୍ଥ ହୋଇଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.