Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||

ଭୁଲରେ ମଧ୍ୟ ନିଜ ପିଲାଙ୍କ ଏହିସବୁ ନାଁ ରଖନ୍ତୁ ନାହିଁ : ଭବିଷ୍ୟତରେ ହୋଇପାରେ ଅସୁବିଧା

1/06/2019 at 2:46 PM

ଭୁବନେଶ୍ୱର ୧/୬ : ନାମକରଣ ପ୍ରତ୍ୟେକ ଶିଶୁର ଜୀବନର ମହତ୍ୱପୁର୍ଣ କ୍ଷଣ । ପ୍ରତ୍ୟେକ ବାପା ମା ବହୁତ ଖୁସିରେ ନିଜ ପିଲାଙ୍କ ନାଁ ରଖିଥାନ୍ତି । କିଛି ବାପା ମା ପିଲାଙ୍କ ନାଁ ରଖିବା ପୁର୍ବରୁ ନାଁର ଅର୍ଥ ଖୋଜନ୍ତି ଏବଂ ବୁଝିବିଚାରି ନାଁ ରଖିଥାନ୍ତି । କିନ୍ତୁ ଆଉ କିଛି ବାପା ମା ନାଁର ଅର୍ଥ ନ ବୁଝି ସୁନ୍ଦର ଦେଖି ନାଁ ରଖିଥାନ୍ତି, ଯାହା ଶୁଣିବାକୁ ଭଲ ଲାଗିଥାଏ ।
ଶାସ୍ତ୍ର ଅନୁସାରେ, ପ୍ରତ୍ୟେକଙ୍କ ନାଁ ତାଙ୍କ ଜୀବନରେ ବିଶେଷ ପ୍ରଭାବ ପକାଇଥାଏ । ଯେଉଁ ବ୍ୟକ୍ତିର ନାଁ ଯେମିତି ହୋଇଥାଏ, ବ୍ୟକ୍ତିର ଚରିତ୍ର ମଧ୍ୟ ଠିକ ସେହିଭଳି ହୋଇଥାଏ ବୋଲି ବିଚାର କରାଯାଏ । ସେଥିପାଇଁ ବାପା ମା ନିଜ ସନ୍ତାନର ନାମ ଭଲ ଭାବେ ବୁଝି ବିଚାରି ରଖିବା ଉଚିତ ।
ଏମିତି କିଛି ନାଁ ସମ୍ପର୍କରେ ଜାଣିବା, ଯେଉଁସବୁ ନାଁ ଭୁଲରେ ମଧ୍ୟ ରଖିବା କଥା ନୁହେଁ । ପୌରାଣିକ କଥା ସହ ଜଡିତ ଏମିତି କିଛି ନାଁ ରହିଛି, ଯେଉଁ ନାଁ ରଖିଲେ ମଣିଷ କେବଳ ଦୁଃଖ କଷ୍ଟ ହିଁ ପାଇବା ଆଶଂକା ରହିଥାଏ । ଆସନ୍ତୁ ଜାଣିବା କଣ ସେହି ନାଁ ଗୁଡିକ ମଧ୍ୟରୁ କିଛି-
କୈକେୟୀ – ରାମାୟଣ ଅନୁସାରେ ରାଜା ଦଶରଥଙ୍କ ୩ଟି ପତ୍ନୀ ଥିଲେ । ୩ ପତ୍ନୀଙ୍କ ମଧ୍ୟରୁ ଜଣେ ଥିଲେ କୈକେୟି । କୈକେୟି ରାଣୀ ହେବା ସହ ଅନେକ ଗୁଣର ଅଧିକାରୀ ଥିଲେ । କିନ୍ତୁ ଜଣେ ଚାକରାଣୀ କଥାରେ ପଡି ସେ ରାଜ୍ୟରେ କଳହ ସୃଷ୍ଟି କରିଥିଲେ । ଏହି କାରଣରୁ କୌଣସି ବାପା ମା ନିଜ ପିଲାଙ୍କ ନାଁ କୈକେୟି ରଖିବାକୁ ପସନ୍ଦ କରନ୍ତି ନାହିଁ ।
Beautiful Baby
ଅଶ୍ୱଥାମା – ଅଶ୍ୱଥାମା ଜଣେ ଶକ୍ତିଶାଳୀ ଏବଂ ନିର୍ଭୟ ଯୋଦ୍ଧା ଥିଲେ । କିନ୍ତୁ ସେ ସର୍ବଦା ଭୁଲ ରାସ୍ତା ଆପଣାଉଥିଲେ । ସେ ନିଜ ଜୀବନକାଳ ମଧ୍ୟରେ କିଛି ଭଲ କାମ କରିନଥିଲେ । ସେଥିପାଇଁ ବାପା ମା ନିଜ ପିଲାଙ୍କ ପାଇଁ ଏହି ନା ମଧ୍ୟ ଉପଯୋଗ ବୋଲି ଭାବନ୍ତିନାହିଁ ।
ବିଭୀଷଣ – ବିଭୀଷଣ ଧାର୍ମିକ ପ୍ରକୃତିର ମଣିଷ ଥିଲେ । ତାଙ୍କ ଭିତରେ ପ୍ରଗାଢ ଭକ୍ତି ଭାବନା ଥିଲା । କିନ୍ତୁ ତାଙ୍କରି ପାଇଁ ତାଙ୍କ ବଂଶ ବିନାଶ ହୋଇଥିଲା । ସେଥିପାଇଁ କୌଣସି ବାପା ମା ନିଜ ପିଲାଙ୍କ ନାଁ ବିଭୀଷଣ ରଖିନଥାନ୍ତି ।
ମନ୍ଦୋଦରୀ – ସପ୍ତସତୀଙ୍କ ମଧ୍ୟରୁ ମନ୍ଦୋଦରୀ ଜଣେ । ଶାନ୍ତ ଏବଂ ଦୟାଳୁ ମହିଳା ଥିଲେ । କିନ୍ତୁ ରାବଣଙ୍କ ପତ୍ନୀ ହୋଇଥିବାରୁ ମନ୍ଦୋଦରୀଙ୍କୁ ମଧ୍ୟ ନିଜ ଜୀବନରେ ସବୁବେଳେ ଅନେକ ସମସ୍ୟା ଦେଇ ଗତି କରିବାକୁ ପଡିଥିଲା । ସେଥିପାଇଁ କୌଣସି ବାପା ମା ନିଜ ଝିଅ ନାଁ ମନ୍ଦୋଦରୀ ରଖିନଥାନ୍ତି ।
ଦ୍ରୌପଦୀ – ଦ୍ରୌପଦୀ ରାଜକୁମାରୀ ଥିଲେ । କିନ୍ତୁ ତାଙ୍କ ବିବାହ ଜଣଙ୍କ ବଦଳରେ ୫ ଜଣଙ୍କ ସହ ହୋଇଥିଲା । ଯେଉଁଥିପାଇଁ ତାଙ୍କୁ ପାଞ୍ଚାଳି କୁହାଯାଏ । ଏହି କାରଣରୁ ବାପା ମା ନିଜ ଝିଅ ନାଁ ଦ୍ରୌପଦୀ ରଖିନଥାନ୍ତି ।
ସୁଗ୍ରୀବ – ଭଗବାନ ଶ୍ରୀରାମଙ୍କ ପରମ ଭକ୍ତ ଥିଲେ ସୁଗ୍ରୀବ । ତଥାପି ଲୋକେ ନିଜ ଝିଅ ପିଲାଙ୍କ ନାଁ ସୁଗ୍ରୀବ ରଖିନଥାନ୍ତି । କାରଣ ସୁଗ୍ରୀବ ରାଜ୍ୟ ଲାଳସାରେ ନିଜ ଭାଇର ହତ୍ୟା କରାଇଥିଲେ ।

   Related Posts