୧୦ଟି ବିୟୁଟି ଟିପ୍ସ : ଶୋଇବା ପୂର୍ବରୁ ଏସବୁ କଲେ ବଢ଼ିବ ତ୍ବଚାର ଚମକ

Published By : Prameya-News7 Bureau | May 23, 2020 IST

ଦିନସାରା ତ୍ବଚାରେ ଧୂଳି,ମାଟି,ପ୍ରଦୂଷଣର ସାମନା କରିବାକୁ ପଡ଼ିଥାଏ। ଅଧିକାଂଶ ମହିଳାଙ୍କୁ ଲାଗିଥାଏ ଯେ ସକାଳେ ମୁହଁ ଧୋଇବା,କ୍ରିମ୍ ଲଗାଇବା ଏବଂ ମେକଅପ୍ କରିବା ଯଥେଷ୍ଟ କିନ୍ତୁ ଏହା ଠିକ୍ ନୁହେଁ। ତ୍ବଚାର ଯତ୍ନ ନେବାର ସବୁଠୁ ଉଚିତ୍ ସମୟ ରାତି। ରାତିରେ ତ୍ବଚାରେ କୌଣସି ମେକଅପ୍ ରହିନଥାଏ କିମ୍ବା କ୍ରିମ୍ ମଧ୍ୟ ରହିନଥାଏ। ଆସନ୍ତୁ ଜାଣିବା ରାତିରେ ଶୋଇବା ପୂର୍ବରୁ ଝିଅମାନଙ୍କୁ କ’ଣ ସବୁ କରିବା ଉଚିତ୍।

୧. ମେକଅପ୍ ରିମୁଭ କରନ୍ତୁ : ଶୋଇବା ପୂର୍ବରୁ ମେକଅପ୍ ରିମୁଭ କରିବାକୁ ଭୁଲନ୍ତୁ ନାହିଁ,ଏଥିପାଇଁ ଆପଣ ଗୋଲାପ ଜଳ ବ୍ୟବହାର କରନ୍ତୁ।

୨. ବ୍ରଶ୍ କରିବା : ରାତିରେ ବ୍ରଶ୍ କଲେ ଦାନ୍ତରେ ଫସି ରହିଥିବା ଖାଦ୍ୟ ଭଲଭାବେ ବାହାରି ଯିବ। ଏହା ଦ୍ବାରା ଦାନ୍ତରେ ଗର୍ତ୍ତ ଏବଂ ପୋକ ଲାଗିବାର ଡର ରହିବ ନାହିଁ। ମଜବୁତ ଦାନ୍ତ ଏବଂ ସୁନ୍ଦର ହସ ପାଇଁ ରାତିରେ ପ୍ରତିଦିନ ଟୁଥବ୍ରଶ୍ କରନ୍ତୁ।

୩. ଲୋସନ୍ କିମ୍ବା ମଇଶ୍ଚରାଇଜର ଲଗାନ୍ତୁ : ଶାଓ୍ବର ନେବା ପରେ ଲୋସନ୍ କିମ୍ବା ମଇଶ୍ଚରାଇଜର ଲଗାନ୍ତୁ। ଆପଣ ଚାହିଁଲେ ଏଥିପାଇଁ ନଡ଼ିଆ ତେଲ ମଧ୍ୟ ଲଗାଇ ପାରିବେ। ଏହା ଦ୍ବାରା ତ୍ବଚାରେ ଚମକ ବଢ଼ିବ।

୪. ନାଇଟ୍ କ୍ରିମ୍ ଲଗାନ୍ତୁ : ତ୍ବଚାରେ ନାଇଟ୍ କ୍ରିମ୍ ଲଗାଇବାକୁ ଭୁଲନ୍ତୁ ନାହିଁ। ଯଦି ଆପଣ ନାଇଟ୍ କ୍ରିମ୍ ଲଗାଉ ନାହାନ୍ତି ତେବେ ନଡ଼ିଆ ତେଲ,ବାଦାମ କିମ୍ବା ଅଲିଭ ତେଲ ଲଗାଇ ପାରିବେ। ଆପଣ ଚାହିଁଲେ ଆଲୋବେରା ଜେଲ୍ ମଧ୍ୟ ଲଗାଇ ପାରିବେ।

୫.ଓଠର ଯତ୍ନ : ଆଲୋଭେରା ଜେଲ୍ କିମ୍ବା ଲିପ୍ ବାମ୍ ଦ୍ବାରା ଓଠକୁ ମସାଜ କରି ରାତି ସାରା ଛାଡ଼ି ଦିଅନ୍ତୁ। ଏହା ଦ୍ବାରା ଓଠ ମୁଲାୟମ ରହିବ ଏବଂ ଫାଟିବ ନାହିଁ। ଏହା ଛଡ଼ା ଅଳ୍ପ ତେଲ ନାଭିରେ ଲଗାନ୍ତୁ।

୬.କ୍ରିମରେ କରନ୍ତୁ ଆଖିରେ ମସାଜ : ଯଦି ଡାର୍କ ସର୍କଲ ଦ୍ବାରା ଚିନ୍ତିତ ଅଛନ୍ତି ତେବେ ଭିଟାମିନ୍ ଇ ଜେଲରେ ଅଣ୍ଡର ଆଇଜ ମସାଜ କରନ୍ତୁ। ଏହା ସହିତ ଶୋଇବା ପୂର୍ବରୁ ଆଖି ଚାରିଆଡ଼େ ସ୍ପେଶାଲ୍ ଆଇଜ କ୍ରିମରେ ମସାଜ କରନ୍ତୁ।

୭.କେଶକୁ ଭଲ ଭାବେ କୁଣ୍ଡାନ୍ତୁ : ଶୋଇବା ପୂର୍ବରୁ କେଶକୁ କୁଣ୍ଡାଇବା ଭୁଲନ୍ତୁ ନାହିଁ। ଏହା ସହିତ କେଶକୁ ଟାଇଟରେ ବାନ୍ଧନ୍ତୁ ନାହିଁ। ଏହା ଦ୍ବାରା ଆପଣଙ୍କ କେଶ ସକାଳେ ଜଟ ହେବ ନାହିଁ ଏବଂ ଝଡ଼ିବ ନାହିଁ।

୮.ଭ୍ରୃଲତାରେ ଆଲୋବେରା ଜେଲ୍ ଲଗାନ୍ତୁ : ଭ୍ରୃଲତା ଏବଂ ଆଖିପତାରେ ଅଳ୍ପ ଆଲୋବେରା ଜେଲ୍ ଲଗାନ୍ତୁ। ପ୍ରତିଦିନ ଏପରି କରିବା ଦ୍ବାରା ଆଖିପତା ଏବଂ ଭ୍ରୃଲତା ଘନ ହେବ।

୯. ଗାଧାନ୍ତୁ : ଗରମରେ ଅତ୍ୟଧିକ ଝାଳ ବାହାରିଥାଏ ଏବଂ ଶରୀର ଅପରିଷ୍କାର ହୋଇଥାଏ। ଏପରି କ୍ଷେତ୍ରରେ ଶୋଇବା ପୂର୍ବରୁ ଗାଧାନ୍ତୁ। ଆପଣ ପାଣି​‌ରେ ଗୋଲାପ ଜଳ ଏବଂ ଲେମ୍ବୁ ରସ ମିଶାଇ ଗାଧୋଇ ପାରିବେ।

୧୦. ଶୋଇବା ପୂର୍ବରୁ ଚିନି ଖାଆନ୍ତୁ ନାହିଁ ଏବଂ ଶୋଇବାର କିଛି ସମୟ ପୂର୍ବରୁ ମୋବାଇଲ୍ ବ୍ୟବହାର କରନ୍ତୁ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.