Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଟିକାକରଣ ଏକ କୋଟି ପାର, ଶୁଭେଚ୍ଛା ଜଣାଇଲା ସ୍ବାସ୍ଥ୍ୟ ବିଭାଗ
  • ||
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୪୫୮୭ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ଡିସଚାର୍ଜ
  • ||
  • ଜୁନ ୨୪ରେ ବୈଠକ ଡାକିଲେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି, ଦଳୀୟ କନ୍ଦଳ ନେଇ ହେବ ମାନସମନ୍ଥନ
  • ||
  • ଭଦ୍ରକ : ବ୍ରାଉନସୁଗାର ସେବନକୁ ବିରୋଧ କରିବାରୁ ମାରଣାସ୍ତ୍ର ଧରି ଗୋଡାଇଲେ ଯୁବକ, ୩ ଗିରଫ, ୧୦ ଗ୍ରାମ ବ୍ରାଉନସୁଗାର ଜବତ
  • ||
  • ଭୁବନେଶ୍ବର : କୋଭିଡ୍ ଦ୍ବାରା କ୍ଷତିଗ୍ରସ୍ତ ଅନେକ ଅର୍ଗାନ୍ ରହୁନି ସୁରକ୍ଷିତ – ଡିଏମଇଟି
  • ||
  • ୫୦ ନେତାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଫୋନ୍ : ‘ଆପଣଙ୍କ ଟିକେଟ୍ କନଫର୍ମ୍, ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅ’
  • ||
  • ଇଟ୍ଟାନଗର : ପୁଣି ଥରିଲା ଅରୁଣାଞ୍ଚଳ ପ୍ରଦେଶ, ଇଟ୍ଟାନଗରରେ ଭୂକମ୍ପ ଝଟ୍‌କା
  • ||
  • ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ ବ୍ୟବହାର ହେବ ଷ୍ଟେରଏଡ୍ – ନିରଞ୍ଜନ ମିଶ୍ର
  • ||
  • ଭୁବନେଶ୍ବର : ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହର ପ୍ରଭାବ କମ୍, ତଥାପି ଜୋରଦାର କରିବାକୁ ପଡିବ ଟିକାକରଣ – ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ପାଟଣା : ଘରେ ଶୋଇଥିବା ବେଳେ କାମୁଡିଦେଲା ସାପ, ଚାଲିଗଲା ମହିଳାଙ୍କ ଜୀବନ
  • ||

ଅଣ୍ଡା ନିଶ୍ଚୟ ଖାଆନ୍ତୁ, ହେଲେ ଅଣ୍ଡା ସହ ଏହି ଜିନିଷ ଜମା ଖାଆନ୍ତୁ ନାହିଁ; ପଡିପାରନ୍ତି ମୃତ୍ୟୁ ମୁଖରେ

23/11/2018 at 1:31 PM

ଭୁବନେଶ୍ବର ୨୩|୧୧:  ଅଣ୍ଡା ଖାଇବା ଆମ ଶରୀର ପାଇଁ ହିତକାରକ ହୋଇଥାଏ । ଅଣ୍ଡାରେ ବହୁତ ପରିମାଣର ପ୍ରୋଟିନ ରହିଛି । ଯଦି ଆପଣ ଉତ୍ତମ ସ୍ବାସ୍ଥ୍ୟ ଚାହୁଁଛନ୍ତି ତେବେ ଆପଣଙ୍କୁ ନିଶ୍ଚୟ ଅଣ୍ଡା ଖାଇବା ପାଇଁ ପଡିବ । ସିଝା ଯାଇଥିବା ଅଣ୍ଡା ଖାଇବା ଦ୍ବାରା ସ୍ବାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହୋଇଥାଏ। ଏଥିରେ ଥିବା ତତ୍ତ୍ବ ଆପଣଙ୍କ ଶରୀର ଲାଗି ଅଧିକ ଫଳପ୍ରଦ ହୋଇଥାଏ ।

ଅଣ୍ଡା ଖାଇବା କାହିଁକି ଜରୁରୀ ହୋଇଥାଏ ଏହା ତ ସମସ୍ତଙ୍କୁ ଜଣା ଅଛି । ହେଲେ ଯେପରି କ୍ଷୀର ସହ ମାଛ ଖାଇବା ଅନୁଚିତ୍ ହୋଇଥାଏ ସେହିପରି ଅଣ୍ଡା ସହ ମଧ୍ୟ କିଛି ଜିନିଷ ଖାଇବା ଅନୁଚିତ । ଏଭଳି ଖାଇବା ଦ୍ବାରା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଯେମିତି ଅଣ୍ଡା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ସେମିତି ଅଣ୍ଡା ସହ ଏସବୁ ଜିନିଷ ମିଶାଇ ଖାଇଲେ ତାହା ଶରୀର ପାଇଁ କ୍ଷତିକାରର ମଧ୍ୟ ହୋଇପାରେ । ଆସନ୍ତୁ ଜାଣିବା ଅଣ୍ଡା ସହ କେଉଁ କେଉଁ ଜିନିଷ ମିଶାଇ ଖାଇବା ଉଚିତ୍ ନୁହେଁ ।

ମାଛ ଓ ମାଂସ ଖାଆନ୍ତୁ ନାହିଁ : ଅଣ୍ଡା ଖାଇବା ସହ କିମ୍ବା ଅଣ୍ଡା ଖାଇବାର କିଛି ସମୟ ପରେ ମାଂସ ଏବଂ ମାଛ କେବେହେଲେ ଖାଆନ୍ତୁନାହିଁ । ଏଭଳି ଖାଇବା ଦ୍ବାରା ଆପଣଙ୍କ ଶରୀର ଏବଂ ତ୍ବଚା ଖରାପ ହୋଇପାରେ । ଏହାଦ୍ବାରା ଆପଣଙ୍କ ଦେହର ବିଭିନ୍ନ ସ୍ତାନରେ ଲାଲ୍ ଲାଲ୍ ହୋଇ ଫଳିଯାଇପାରେ ଏବଂ ଆପଣଙ୍କ ଶରୀର ଖରାପ ହୋଇପାରେ ।

ଲେମ୍ବୁ ଖାଆନ୍ତୁ ନାହିଁ : ସିଝା ଅଣ୍ଡା ଖାଇବା ସହ କୌଣସି ପ୍ରକାରରେ ଲେମ୍ବୁ ଖାଆନ୍ତୁ ନାହିଁ । ଯଦି ଆପଣ ଏଭଳି ଅଭ୍ୟାସ ରଖିଥାନ୍ତି ତେବେ ତାହାକୁ ଖୁବ୍ ଶୀଘ୍ର ବଦଳାଇଦିଅନ୍ତୁ । କାହିଁକି ନା ଆପଣଙ୍କର ଏଭଳି ଅଭ୍ୟାସ ଆପଣଙ୍କୁ ମୃତ୍ୟୁ ମୁଖକୁ ଟାଣିନେଇପାରେ। ଏମିତି କରିବା ଦ୍ବାରା ଆପଣଙ୍କୁ ହୃଦଘାତ ହେବାର ଆଶଙ୍କା ବଢିଯାଇଥାଏ । ଏଥିପାଇଁ ଆପଣ କେବେହେଲେ ସିଝା ଅଣ୍ଡା ସହ ଲେମ୍ବୁ ଖାଆନ୍ତୁ ନାହିଁ ।

   Related Posts