ଦହି ସହିତ ଖାଆନ୍ତୁ ନାହିଁ ଏହି ଜିନିଷ, କମିଯାଏ ଇମ୍ୟୁନିଟି

Published By : Prameya-News7 Bureau | April 23, 2021 IST

ନୂଆଦିଲ୍ଲୀ ୨୩/୦୪: ଗ୍ରୀଷ୍ମ ଋତୁରେ ଖାଦ୍ୟ ସହିତ ଦହି ଖାଇବା କେବଳ ଖାଦ୍ୟ ଶୀଘ୍ର ହଜମ କରେ ନାହିଁ, ବରଂ ଏହା ଶରୀରର ଉତ୍ତାପକୁ ମଧ୍ୟ ଥଣ୍ଡା କରିଥାଏ । ଦୈନିକ ଦହି ଖାଇବା ଦ୍ୱାରା ଶରୀରର ଡିଟକ୍ସ ମଧ୍ୟ ହୋଇଥାଏ, କିନ୍ତୁ କିଛି ଜିନିଷ ଅଛି ଯାହା ଦହି ସହିତ ଖାଇବା ଉଚିତ୍ ନୁହେଁ । ଦହି ସହିତ ଏହି ଜିନିଷ ଖାଇବା ଦ୍ୱାରା ଶରୀରରେ ବିଷାକ୍ତ ପଦାର୍ଥ ସୃଷ୍ଟି ହୁଏ, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଥାଏ ।

{"width":658,"height":438}
5 healthy ways to eat curd | TheHealthSite.com

ଆମ୍ବ ଏବଂ ଦହି :

ଆମ୍ବ ଏବଂ ଦହିକୁ ଭୁଲରେ ମଧ୍ୟ ଏକା ସାଥିରେ ଖାଆନ୍ତୁ ନାହିଁ । ଏହା ଶରୀରରେ ବିଷାକ୍ତ ହୋଇଯାଏ କାରଣ ଏହାର ପ୍ରଭାବ ପରସ୍ପର ଠାରୁ ସମ୍ପୁର୍ଣ୍ଣ ଭିନ୍ନ ।

ବିରି ଡାଲି :

ଦହି ସହିତ ବିରି ଡାଲି ଖାଇବା ଉଚିତ୍ ନୁହେଁ । ଉଭୟ ପେଟ ମଧ୍ୟକୁ ଯାଇ ଅନେକ କ୍ଷତି ପହଞ୍ଚାଇଥାଏ ।

ମାଛ ଏବଂ ଦହି :

ମାଛକୁ ମଧ୍ୟ ଦହି ସହିତ ଖାଇବା ଉଚିତ୍ ନୁହେଁ । ଏହାଦ୍ୱାରା ଶରୀରରେ ଖରାପ ପ୍ରଭାବ ପଡିଥାଏ । ଅନେକ ପ୍ରକାର ରୋଗ ହୋଇଥାଏ ।

ତେଲ ଜାତୀୟ ଖାଦ୍ୟ :

ପ୍ରାୟତଃ ଘରେ ପରଟା ସହିତ ଦହି ଖାଇଥାନ୍ତି, କିନ୍ତୁ ଏହା କରିବା ଦ୍ୱାରା ହଜମ ପ୍ରକ୍ରିୟାରେ ପ୍ରଭାବ ପଡିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.