Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଏହି ୫ଟି ଜିନିଷକୁ କେବେ ଗରମ କରି ଖାଆନ୍ତୁ ନାହିଁ : ନଚେତ୍ ହେବ କ୍ୟାନସର

16/08/2019 at 10:56 AM

ଅଧିକାଂଶ ସମୟ ଆମେ ବହୁତ ଜିନିଷ ଥଣ୍ଡା ହେବା ପରେ କିମ୍ବା ରାତିରେ ବଳକା ଥିବା ଖାଦ୍ୟ ସକାଳେ ଖାଇଥାଆନ୍ତି। କିନ୍ତୁ ଏପରି କିଛି ଖାଇବା ଜିନିଷ ଥାଏ ଯାହାକୁ ଗରମ କରିବା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ସାଧାରଣତଃ ଆମକୁ ତାଜା ଜିନିଷ ଖାଇବା ଉଚିତ୍ । କେବେ ବି କୌଣସି ଭୋଜନକୁ ପୁଣି ଥରେ ଗରମ କରି ଖାଆନ୍ତୁ ନାହିଁ।

କେତେକ ଜିନିଷ ଏପରି ହୋଇଥାଏ ଯାହାକୁ ଗରମ କଲେ ସେଥିରେ ଥିବା ପ୍ରୋଟିନ୍ ନଷ୍ଟ ହୋଇଯାଇଥାଏ ଏବଂ ଏଥିରେ ଥିବା କିଛି ତତ୍ତ୍ବ କ୍ୟାନସରର କାରକ ଭାବେ ପରିବର୍ତ୍ତନ ହୋଇଥାଏ। ଆସନ୍ତୁ ଜାଣିବା ଏପରି କିଛି ଜିନିଷ ବିଷୟରେ ଯାହା କେବେ ଦ୍ବିତୀୟ ଥର ଗରମ କରି ଖାଇବା ଅନୁଚିତ୍।

୧. ବିଟ୍ : ବିଟକୁ ଦ୍ବିତୀୟ ଥର ଗରମ କରି ଖାଇଲେ  ଏଥିରେ ଥିବା ନାଇଟ୍ରେଟ୍ ନଷ୍ଟ ହୋଇଯାଇଥାଏ। ଯଦି ବିଟ୍ ପଡ଼ିଥିବା ଖାଦ୍ୟ ଅଧିକ ରୋଷେଇ ହୋଇଛି ତେବେ ଏହାକୁ ଫ୍ରିଜରେ ରଖି ଦିଅନ୍ତୁ ଏବଂ ଏହାକୁ ଖାଇବାର କିଛଇ ସମୟ ପୂର୍ବରୁ ଫ୍ରିଜରୁ ବାହାର କରି  ରଖି ଦିଅନ୍ତୁ ଏବଂ ଗରମ ନକ ରି ଖାଆନ୍ତୁ।

୨.ଆଳୁ: ଆଳୁ ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। କିନ୍ତୁ ଯଦି ଏହାକୁ ପୁଣି ଥରେ ରୋଷେଇ କରି ରଖି ଦିଆଯାଏ ତେବେ ଏଥିରେ ଥିବା ପୋଷକ ତତ୍ତ୍ବ ସରି ଯାଇଥାଏ,ପାଚନ କ୍ରିୟା ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ।

୩.ପାଳଙ୍ଗ : ପାଳଙ୍ଗକୁ ଦ୍ବିତୀୟ ଥର ଗରମ କରି ଖାଇଲେ କ୍ୟାନସରର ଆଶଙ୍କା ବଢ଼ିଯାଇଥାଏ। ଏଥିରେ ଥିବା ନାଇଟ୍ରେଟ୍ ଦ୍ବିତୀୟ ଥର ଗରମ କଲେ କ୍ୟାନସର ସୃଷ୍ଟି ହେବାର ତତ୍ତ୍ବରେ ପରିବର୍ତ୍ତନ ହୋଇଥାଏ।

୪.ଛତୁ : ଯଦି ସମ୍ଭବ ତେବେ ଛତୁ ସବୁବେଳେ ତାଜା ଖାଆନ୍ତୁ। ଏହା ପ୍ରୋଟିନର ଖଣି ହୋଇଥାଏ,କିନ୍ତୁ ଦ୍ବିତୀୟ ଥର ଗରମ କରି ଖାଇଲେ ଏହାର ପ୍ରୋଟିନର କମ୍ପୋଜିସନ ବଦଳି ଯାଇଥାଏ ଏବଂ ଏହା ହାନିକାରକ ହୋଇଥାଏ।

୫.ଅଣ୍ଡା : ଅଣ୍ଡାରେ ପ୍ରସ୍ତୁତ ହୋଇଥିବା ଯେକୈାଣସି ବ୍ୟଞ୍ଜନ ଦ୍ବତୀୟ ଥର ଗରମ କରି ଖାଇବା ହାନିକାରକ ହୋଇଥାଏ। ଅଣ୍ଡାରେ ଥିବା ପ୍ରୋଟିନ୍ ପୁଣି ଥରେ ଗରମ କରିବା ପରେ ବିଷାକ୍ତ ହୋଇଥାଏ।

   Related Posts