ଭୁଲରେ ବି ଖାଆନ୍ତୁ ନାହିଁ ପୋଡ଼ି ଯାଇଥିବା ପାଉଁରୁଟି : କ୍ୟାନସରର ଆଶଙ୍କା

Published By : Prameya-News7 Bureau | January 03, 2019 IST

ସକାଳ ଜଳଖିଆରେ ଅଧିକାଂଶ ଲୋକ ବ୍ରେଡ୍ ଖାଇବାକୁ ପସନ୍ଦ କରିଥାଆନ୍ତି। ବ୍ରେଡ୍ ବଟର କିମ୍ବା ଟୋଷ୍ଟ ଏବଂ ଚାହା ଅଧିକାଂଶ ଲୋକଙ୍କର ପ୍ରିୟ ଜଳଖିଆ ହୋଇଥାଏ। କିନ୍ତୁ ବହୁତ ଥର ଟୋଷ୍ଟରରେ ରଖାଯାଇଥିବା ବ୍ରେଡ୍ ପୋଡ଼ି ଯାଇଥାଏ। ଲୋକେ ସାଧାରଣତଃ ଏହାକୁ ନଜରଅନ୍ଦାଜ କରି ପୋଡ଼ି ଯାଇଥିବା ବ୍ରେଡ୍ ଖାଇଦେଇଥାଆନ୍ତି। କିନ୍ତୁ ଏହା ଦ୍ବାରା କ୍ୟାନସର ଭଳି ମାରାତ୍ମକ ରୋଗ ହେବାର ଆଶଙ୍କା ଥାଏ।

wp:gallery {"ids":[69927]} /wp:gallery

ଏକ ଗବେଷଣାରୁ ଜଣା ପଡ଼ିଛି ଯେ ଏଥିରେ ଷ୍ଟାର୍ଚ ଅଧିକ ପରିମାଣରେ ଥିବାରୁ ଯଦି ଏହାକୁ ଆମେ ଉଚ୍ଚ ତାପରେ ସେକିଥାଉ ତେବେ ସେଥିରୁ ଏକ୍ରିଲାମାଇଡ ନାମକ ରାସାୟନିକ ବାହାରିଥାଏ। ଏହା ଏକ ଏପରି ରାସାୟନିକ ଯାହା ଆମ ଶରୀରରେ କ୍ୟାନସରର ଆଶଙ୍କା ବଢ଼ାଇଥାଏ।

wp:gallery {"ids":[69928]} /wp:gallery

ଆଳୁ ଏବଂ ବ୍ରେଡ ଭଳି ଷ୍ଟାର୍ଚଯୁକ୍ତ ପଦାର୍ଥରେ ଆମିନୋ ଏସିଡ ରହିଥାଏ ଯାହାକୁ ଏସ୍ପେରେଗିନ୍ କୁହାଯାଇଥାଏ। ଷ୍ଟାର୍ଚଯୁକ୍ତ ପଦାର୍ଥକୁ ଉଚ୍ଚ ତାପରେ ଗରମ କଲେ ଏସ୍ପେରେଗିନ୍ ସହ ମିଶି ଏକ୍ରିଲାମାଇଡ ରାସାୟନିକ ବାହାରିଥାଏ ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ।

wp:gallery {"ids":[69929]} /wp:gallery

ଏ ପ୍ରକାରର ଖାଦ୍ୟ ଖାଇବା ଦ୍ବାରା ଏହି ପଦାର୍ଥ ଡିଏନଏରେ ପ୍ରବେଶ କରିଥାଏ ଯାହା କୋଶିକାଗୁଡ଼ିକୁ ବଦଳି ଦେଇଥାଏ। ଏହା କ୍ୟାନସରର କାରଣ ହୋଇଥାଏ।  ଏକ୍ରିଲାମାଇଡ ରାସାୟନିକ ଶରୀରରେ ଏକ ନ୍ୟୁରୋଟକ୍ସିନ୍ ଭାବେ କାମ କରିଥାଏ। ନ୍ୟୁରୋଟକ୍ସିନ୍ ଏକ ଏପରି ବିଷ ଯାହା ଆମ ସ୍ନାୟୁକୁ ନଷ୍ଟ କରିଥାଏ।

wp:gallery {"ids":[69930]} /wp:gallery

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଅନୁସାରେ କ୍ୟାନସରକୁ ରୋକିବା ନିମନ୍ତେ ଷ୍ଟାର୍ଚଯୁକ୍ତ ଖାଦ୍ୟ ପଦାର୍ଥକୁ କମ୍ ସମୟ ପାଇଁ ଭାଜନ୍ତୁ। ଉଚ୍ଚ ତାପରେ ବେଶୀ ସମୟ ସେକିବା ଅନୁଚିତ୍।

wp:gallery {"ids":[69931]} /wp:gallery

ଆଳୁ ଏବଂ ବ୍ରେଡ୍ ଭଳି ଷ୍ଟାର୍ଚଯୁକ୍ତ ଖାଦ୍ୟକୁ ବେଶୀ ଖାଇବା ଅନୁଚିତ୍। ଆପଣ କଳା ରଙ୍ଗ ହେବା ପରିବର୍ତ୍ତେ ହାଲୁକା ମାଟିଆ ରଙ୍ଗ ହେବା ପର୍ଯ୍ୟନ୍ତ ବ୍ରେଡକୁ ସେକନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.