ଭୁଲରେ ମଧ୍ୟ ଡାଉନଲୋଡ଼ କରନ୍ତୁ ନାହିଁ ବ୍ୟାଙ୍କର ଏହି ସବୁ ଆପ : ଦେଖୁ ଦେଖୁ ଆକାଉଣ୍ଟରୁ କଟିଯିବ ଟଙ୍କା

Published By : Prameya-News7 Bureau | February 04, 2019 IST

ଦିଲ୍ଲୀ ୪/୨ : ଆଜିକାଲିର ଇଣ୍ଟରନେଟ ଯୁଗରେ ଘରେ ବସି ସବୁ ଜିନିଷ ସହଜରେ ହେଇଯାଉଛି | ଏମିତିକି ଘରେ ବସି ଲୋକେ ନିଜ ଆକାଉଣ୍ଟରୁ ଆଉ ଜଣଙ୍କ ଆକାଉଣ୍ଟକୁ ଟଙ୍କା ମଧ୍ୟ ପଠେଇ ପାରୁଛନ୍ତି | ନିଜ ନିଜ ମୋବାଇଲରେ ବ୍ୟାଙ୍କର ଆପ ଡାଉନଲୋଡ଼ କରି ସହଜରେ ଟଙ୍କା ଟ୍ରାନ୍ସଫର କରାଯାଇପାରୁଛି | ଯଦି ଆପଣ ମଧ୍ୟ ମୋବାଇଲରେ ବ୍ୟାଙ୍କ ଆପ ଡାଉନଲୋଡ଼ କରି ଟଙ୍କା ଲେଣଦେଣ କରୁଛନ୍ତି ତାହେଲେ ସତର୍କ ରୁହନ୍ତୁ | ଏକ ରିପୋର୍ଟରୁ ଜଣାପଡିଛି ଯେ, ଗୁଗୁଲ ପ୍ଲେ ଷ୍ଟୋରରେ ବ୍ୟାଙ୍କଗୁଡିକର ନକଲି ଆପ ରହିଛି | ଏହି ଆପ ଲୋକଙ୍କ ବ୍ୟକ୍ତିଗତ ଡାଟା ଚୋରି କରୁଛି |

{"id":81602}


ସୂଚନାଯୋଗ୍ୟ ଯେ, ଏସବିଆଇ, ଆଇସିଆଇସିଆଇ, ଏକ୍ସିସ ବ୍ୟାଙ୍କ, ସିଟି ବ୍ୟାଙ୍କ ସମେତ କିଛି ବ୍ୟାଙ୍କର ନକଲି ଆପ ଜରିଆରେ ଲୋକଙ୍କ ବ୍ୟକ୍ତିଗତ ଡାଟା ଚୋରି କରାଯାଉଛି | ଆଇଟି ସିକ୍ୟୁରିଟି ଫର୍ମ Sophos ଲ୍ୟାବ ରିପୋର୍ଟ ଅନୁଯାୟୀ, ଗୁଗୁଲରେ ଏହିସବୁ ବ୍ୟାଙ୍କର ନକଲି ଆପ ରହିଛି | ଏହି ଆପ ଡାଉନଲୋଡ଼ କଲାପରେ ଲୋକଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ଡାଟା ଚୋରି ହେଇଯାଉଛି | ଏହି ନକଲି ଏଣ୍ଡ୍ରଏଡ଼ ଆପର ଲୋଗୋ ବ୍ୟାଙ୍କ ଲୋଗୋ ସହ ପାଖାପାଖି ମିଶିଥାଏ | ଯେଉଁଥିପାଇଁ ବ୍ୟାଙ୍କ ଗ୍ରାହକ ନକଲି ଏବଂ ଅସଲି ଆପ ମଧ୍ୟରେ ଫରକ ଜାଣିପାରୁନାହାନ୍ତି ଏବଂ ଭୁଲ ବଶତଃ ନକଲି ଆପ ଡାଉନଲୋଡ଼ କରିଦେଉଛନ୍ତି | ରିପୋର୍ଟ ଅନୁସାରେ, ଏହି ନକଲି ବ୍ୟାଙ୍କ ଆପର ଭାଇରସ ହଜାର ହଜାର ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ, କ୍ରେଡିଟ କାର୍ଡ ଡାଟା ଆଦି ଚୋରି କରିଛି |

{"id":81603}


ଏ ସମ୍ବନ୍ଧରେ ବ୍ୟାଙ୍କ କହିଛି ଯେ, ଏଭଳି ନକଲି ଆପ ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ | ତେବେ କେତେଗୁଡ଼ାଏ ବ୍ୟାଙ୍କ ଏହି ମାମଲାର ଯାଞ୍ଚ ଆରମ୍ଭ କରିଦେଲେଣି | କମ୍ପ୍ୟୁଟର ସିକ୍ୟୁରିଟି ସହ ଜଡିତ ଘଟଣା ଉପରେ ନଜର ରଖୁଥିବା ନ୍ୟାସନାଲ ନୋଡାଲ ଏଜେନ୍ସି CERT-in କୁ ସୂଚାଇ ଦେଇଛନ୍ତି ବୋଲି କହିଛନ୍ତି |

{"id":81604}


ରିପୋର୍ଟ ଅନୁସାରେ ୭ଟି ବ୍ୟାଙ୍କର ନକଲି ଆପ ଗୁଗୁଲରେ ଉପଲବ୍ଧ | ସେହି ବ୍ୟାଙ୍କଗୁଡିକ ହେଲା, ଏସବିଆଇ (SBI), ଆଇସିଆଇସିଆଇ (ICICI), ଏକ୍ସିସ (AXIS), ସିଟି ବ୍ୟାଙ୍କ (CITY), ଇଣ୍ଡିଆନ ଓଭରସିଜ ବ୍ୟାଙ୍କ (IOB), ବ୍ୟାଙ୍କ ଅଫ ବରୋଦା (BOB)ଏବଂ ୟେସ ବ୍ୟାଙ୍କ(YES) |ଏହିସବୁ ବ୍ୟାଙ୍କ Sophos ଲ୍ୟାବକୁ ଚିଠି ଲେଖି ନିଜ ନାଁ ରିପୋର୍ଟରୁ ହଟାଇବା ପାଇଁ କହିଛନ୍ତି | ୟେସ ବ୍ୟାଙ୍କ କହିଛି ଯେ, ଏହି ମାମଲାର ସୂଚନା ସେମାନେ ନିଜର ସାଇବର ଫ୍ରଡ ବିଭାଗକୁ ଦେଇଦେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.