ଯଦି ଆପଣଙ୍କ ଘରେ ମନକୁ ଅଶ୍ୱସ୍ଥ ଗଛ ଉଠିଛି ତାହେଲେ କରନ୍ତୁନି ଏହି ଭୁଲ

Published By : Prameya-News7 Bureau | April 15, 2019 IST

ଭୁବନେଶ୍ୱର ୧୫/୪ : ଗଛ କେଉଁଠି ମଧ୍ୟ ଉଠିପାରେ | ଏହା କୌଣସି ବଡ କଥା ନୁହେଁ | ଗଛ ଲତା ପ୍ରକୃତି ଉପହାର | ଗଛ ଲତା ଆମର ସୁସ୍ଥ ସ୍ୱାସ୍ଥ୍ୟ ଏବଂ ବାତାବରଣକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ | ସେଥିପାଇଁ ପ୍ରତ୍ୟେକ ମଣିଷ ଗଛ ଲଗାଇବା ଉଚିତ | ଗଛ ନ କାଟି ଏହାର ଯତ୍ନ ନେବା ଦରକାର | ଏମିତି କିଛି ଗଛ ଲତା ଅଛି ଯାହା ମନକୁ ମନ ଉଠିଯାଇଥାଏ |

{"id":103621}


ଯଦି ଆପଣଙ୍କ ଘରେ କିମ୍ବା ଘର ଆଖପାଖରେ ଅଶ୍ୱସ୍ଥ ଗଛ ମନକୁ ମନ ଉଠିଯାଇଛି ତାହେଲେ ଭୁଲରେ ମଧ୍ୟ ସେହି ଗଛକୁ ଓପଡିବେ ନାହିଁ | ଅଶ୍ୱସ୍ଥ ଗଛ ବହୁତ ଶୁଭ ଏବଂ ପବିତ୍ର ଗଛ | ଏହି ଗଛରେ ଦେବାଦେବୀ ବାସ କରନ୍ତି | ସେଥିପାଇଁ ଭୁଲରେ ମଧ୍ୟ କେବେ ଏହି ଗଛକୁ ଓପଡିବେ ନାହିଁ | ସେ ଗଛକୁ ସାବଧାନତାର ସହ ସେଠାରୁ କାଢି ଅନ୍ୟ ଏକ ସୁରକ୍ଷିତ ଜାଗାରେ ଲଗାଇବେ | ଅଶ୍ୱସ୍ଥ ଗଛର ମୂଳକୁ କଦାପି କାଟିବେ ନାହିଁ | କାରଣ ଅଶ୍ୱସ୍ଥ ଗଛ ମୂଳରେ ଭଗବାନ ବିଷ୍ଣୁ, ବ୍ରହ୍ମ ଏବଂ ମହେଶ୍ୱର ବାସ କରନ୍ତି ବୋଲି ବିଶ୍ୱାସ ରହିଛି |

{"id":103620,"width":581,"height":305}


ଅଶ୍ୱସ୍ଥ ଗଛକୁ ଏକ କୁଣ୍ଡରେ ଲଗାଇ ଦେଇ ତାକୁ ପାଖରେ ଥିବା କୌଣସି ମନ୍ଦିରରେ ରଖିଦେବେ | କିନ୍ତୁ ଗଛକୁ ସ୍ଥାନାଂତର କରିବା ପୂର୍ବରୁ ଧୂପ ଦୀପ ଲଗାଇ ଗଛକୁ ପୂଜା ନିଶ୍ଚୟ କରିବେ | ଏହାପରେ ସେଠାରୁ ଗଛକୁ ସାବଧାନତାର ସହ କାଢି ଅନ୍ୟ ଜାଗାରେ ଲଗାଇବେ | ଏହିଭଳି କରିବା ଦ୍ୱାରା ଆପଣଙ୍କ ବୈବାହିକ ଜୀବନ ସୁଖମୟ ହୋଇଯିବ | ଏହାସହ ସମସ୍ତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.