ଶନିବାର ଦିନ ଭୁଲରେ ମଧ୍ୟ ଗରିବଙ୍କୁ ଅପମାନ କରନ୍ତୁ ନାହିଁ : ରାଗିଯିବେ ଶନିଦେବ

Published By : Prameya-News7 Bureau | March 09, 2019 IST

ଭୁବନେଶ୍ୱର ୯/୩ : ଜ୍ୟୋତିଷଶାସ୍ତ୍ରରେ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି ବିଶ୍ୱାସ କରାଯାଏ | ଶନିଦେବ ମଣିଷକୁ ନିଜ କର୍ମର ଫଳ ପ୍ରଦାନ କରିଥାନ୍ତି | ଯେଉଁମାନେ ଭୁଲ କର୍ମ କରିଥାନ୍ତି ତାଙ୍କ ପାଇଁ ଶନିଦେବ ଅଶୁଭ | ଯେଉଁମାନେ ଭଲ କାମ କରିଥାନ୍ତି ତାଙ୍କୁ ଶନିଦେବ ଶୁଭ ଫଳ ପ୍ରଦାନ କରନ୍ତି | ଶନିଦେବଙ୍କ ଅଶୁଭ ଫଳ ଯୋଗୁଁ କୌଣସି କାମ ସହଜରେ ହୋଇନଥାଏ କିମ୍ବା କୌଣସି କାମରେ ସଫଳତା ମିଳିନଥାଏ | ଏହାସହ ପରିବାରରେ ଅଶାନ୍ତି ଲାଗିରହିଥାଏ | ଶନିବାରର କାରକ ଶନି | ତେଣୁ ଶନିବାର ଦିନ ଭୁଲରେ ମଧ୍ୟ କୌଣସି ଭୁଲ କାମ କରିବା ଉଚିତ ନୁହେଁ | ଆସନ୍ତୁ ଜାଣିବା ଶନିବାର ଦିନ କେଉଁ କେଉଁ କାମ କରିବା ଉଚିତ ନୁହେଁ |

{"id":91847,"width":574,"height":321}


୧. ଶନିବାର ଦିନ ଘରକୁ ଲୁହା କିମ୍ବା ଲୁହାରେ ତିଆରି କୌଣସି ବସ୍ତୁ ଆଣିବା ଅନୁଚିତ | ଶନିବାର ଦିନ ଲୁହା ଦାନ କରିବା ଉଚିତ |


୨. ଶନିବାର ଦିନ କୌଣସି ଗରିବ ଲୋକକୁ ଅପମାନ ଦେବା ଅନୁଚିତ | କାରଣ ଶନିଦେବ ଗରିବଲୋକଙ୍କ ପ୍ରତିନିଧିତ୍ବ କାରଣଟି | ସେଥିପାଇଁ ଯେଉଁମାନେ ଗରିବଙ୍କୁ ଅପମାନ ଦିଅନ୍ତି କିମ୍ବା ଅପମାନିତ କରନ୍ତି, ଶନିଦେବ ତାଙ୍କ ଜୀବନରେ ଅନେକ ସମସ୍ୟା ସୃଷ୍ଟି କରିଦିଅନ୍ତି | ସେ ସମସ୍ୟାରୁ ମୁକ୍ତି ପାଇବା କଷ୍ଟକର ହୋଇପଡେ |


୩. ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ ତେଲ ଦାନ କରିବେ | ଶନିବାର ଦିନ ଘରକୁ ତେଲ ଆଣିବା ଅନୁଚିତ |

{"id":91848}


୪. କୌଣସି ବ୍ୟକ୍ତିଙ୍କ ଠାରୁ ଜୋତା କିମ୍ବା ଚପଲ ଉପହାର ନେବା ଅନୁଚିତ | ଶନିବାର ଦିନ ଗରିବଲୋକଙ୍କୁ ଜୋତା ଚପଲ ଦାନ କଲେ ଶନି ଦୋଷ ଦୂର ହୋଇଥାଏ ଏବଂ ଶନିଦେବ ମଧ୍ୟ ପ୍ରସନ୍ନ ହୋଇଥାନ୍ତି |


୫. ଶନିବାର ଦିନ ଅଶ୍ୱସ୍ଥ ଗଛକୁ ପୂଜା କରିବା ଉଚିତ | ଶାସ୍ତ୍ର ଅନୁସାରେ ଅଶ୍ୱସ୍ଥ ଗଛରେ ଶନିଦେବ ବାସ କରନ୍ତି | ଶନିବାର ଦିନ ଅଶ୍ୱସ୍ଥ ଗଛରେ ପାଣି ଢାଳି ୭ ଥର ଏହାର ପରିକ୍ରମା କଲେ ଶୁଭ ଫଳ ମିଳିଥାଏ |


୬. ଶନିବାର ଦିନ କଲା ରାଶି ଦାନ କଲେ ଶନିଦେବ ପ୍ରସନ୍ନ ହୋଇଥାନ୍ତି |

{"id":91849}


୭. ହନୁମାନ ମନ୍ଦିରରେ ସୋରିଷ ତେଲର ଦୀପ ଲଗାଇ ପୂଜା କଲେ ଶନିଦେବ ପ୍ରସନ୍ନ ହୋଇଥାନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.