Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଦୀପ, ଶଙ୍ଖ ଓ ଦେବଦେବୀଙ୍କ ପ୍ରତିମା ଭୂମିରେ ରଖିବା ଅନୁଚିତ : ହୋଇଥାଏ ଧନହାନୀ

27/05/2019 at 2:14 PM

ଭୁବନେଶ୍ୱର ୨୭/୫ : ହିନ୍ଦୁ ଧର୍ମରେ ୧୮ଟି ପୁରାଣ ରହିଛି । ୧୮ ପୂରାଣ ମଧ୍ୟରୁ ଗୋଟିଏ ହେଲା ବ୍ରହ୍ମବୈବର୍ତ ବା ବୈଷ୍ଣବ ପୁରାଣ । ଏହି ପୂରାଣରେ ଭଗବାନ ଶ୍ରୀ ହରି ଏବଂ ଶ୍ରୀ କୃଷ୍ଣଙ୍କ ମହିମା ସମ୍ପର୍କରେ କୁହାଯାଇଛି  । ଏହି ପୂରାଣ ୪ ଖଣ୍ଡରେ ବିଭାଜିତ । ପ୍ରଥମ ଖଣ୍ଡ ବ୍ରହ୍ମ ଖଣ୍ଡ, ଦ୍ୱିତୀୟ ଖଣ୍ଡ ପ୍ରକୃତି ଖଣ୍ଡ, ତୃତୀୟରେ ଗଣପତି ଖଣ୍ଡ ଓ ଚତୁର୍ଥଟି ହେଲା ଶ୍ରୀ କୃଷ୍ଣ ଜନ୍ମ ଖଣ୍ଡ । ଏହି ପୂରାଣରେ ଶ୍ରେଷ୍ଠ ଜୀବନ ପାଇଁ ଅନେକ ସୂତ୍ର ରହିଛି | ଏହି ସବୁ ସୂତ୍ରକୁ ଆମେ ଆମର ଦୈନନ୍ଦିନ ଜୀବନରେ ବ୍ୟବହାର କଲେ ଅନେକ ଲାଭ ମିଳିବ | ଆସନ୍ତୁ ଜାଣିବା ଏହି ପୂରାଣରେ ବର୍ଣିତ କିଛି ଦୈନିକ ଜୀବନ ସୂତ୍ର 

୧. ପୂଜା କରିବା ସମୟରେ ଏହିସବୁ ଜିନିଷ ଭୂମିରେ ରଖିବେ ନାହିଁ :

ପୂଜା କରିବା ସମୟରେ ସିପ, ଶିବଲିଙ୍ଗ, ଶାଳଗ୍ରାମ, ମଣି, ଦେବାଦେବୀଙ୍କ ମୂର୍ତ୍ତି ବା ପ୍ରତିମା, ପଇତା, ଶଙ୍ଖ ଆଦିକୁ କେବେ ହେଲେ ସିଧାସଳଖ ଭୂମିରେ ରଖିବେ ନାହିଁ । ଗୋଟିଏ କପଡା ପକାଇ ତାଉପରେ ରଖିବେ । ଅଥବା କୌଣସି ଉଚ୍ଚ ସ୍ଥାନରେ ରହିବେ । ଏଭଳି କରିବା ଦ୍ୱାରା ଧନହାନୀ ହୋଇଥାଏ ।

୨. ସକାଳୁ ଉଠି ଏସବୁ ପ୍ରତି ଧ୍ୟାନ ଦେବେ :

ସକାଳୁ ଉଠିବା ମାତ୍ରେ ଇଷ୍ଟଦେବାଦେବୀଙ୍କୁ ଧ୍ୟାନ କରି ନିଜ ହାତ ପାପୁଲି କୁ ଦେଖିବେ । ଏହାପରେ ଅଗାଧୁଆ ଅଧିକ ସମୟ ଯାଏଁ ରହିବେ ନାହିଁ । ରାତିରେ ଶୋଇବା ସମୟରେ ପିନ୍ଧିଥିବା ଲୁଗା ବା ଡ୍ରେସ ଶୀଘ୍ର ବଦଳାଇଦେବା ଉଚିତ ।

୩. ଏମାନଙ୍କୁ ଅନାଦର କରିବା ଅନୁଚିତ :

କୌଣସି ବି ପରିସ୍ଥିତିରେ ମାତା, ପିତା, ପୁତ୍ର, ପୁତ୍ରୀ, ପତିବ୍ରତା ସ୍ତ୍ରୀ, ଶ୍ରେଷ୍ଠ ସ୍ୱାମୀ, ଗୁରୁ, ଅନାଥ ସ୍ତ୍ରୀ, ଭଉଣୀ, ଭାଇ, ଦେବାଦେବୀ ଏବଂ ଜ୍ଞାନୀ ଲୋକଙ୍କ ଅନାଦର କରିବା ଉଚିତ ନୁହେଁ । ଏମାନଙ୍କୁ ଅନାଦର କରିବା ଦ୍ୱାରା ବ୍ୟକ୍ତି ଯେତେ ଧନୀ ହୋଇଥିଲେ ମଧ୍ୟ କାଙ୍ଗାଳ ହୋଇଯାଇଥାଏ  ।

   Related Posts