ଚୈତ୍ର ନବରାତ୍ରି ବେଳେ ଭୁଲରେ ବି କରନ୍ତୁନି ଏହିସବୁ କାମ

Published By : Prameya-News7 Bureau | March 26, 2019 IST

ଭୁବନେଶ୍ୱର ୨୬/୩ : ଫଗୁଣ ମାସ ଶୁକ୍ଲପକ୍ଷ ପ୍ରତିପଦା ତିଥି ଅର୍ଥାତ ଏପ୍ରିଲ ୬ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ନବରାତ୍ରି ପଡୁଛି | ଏହି ୯ ଦିନ ଆଦ୍ୟାଶକ୍ତି ମା' ଦୁର୍ଗାଙ୍କ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ | ଲୋକେ ଘରେ ଘରେ ଶ୍ରଦ୍ଧା ଓ ବିଶ୍ୱାସର ସହ ମା' ଦୁର୍ଗାଙ୍କୁ ଆରାଧନା କରାଯାଇଥାଏ | ନବରାତ୍ରି ବେଳେ ମା'ଙ୍କୁ ଷୋଳ ଶୃଙ୍ଗାର କରାଯାଇଥାଏ | ଲୋକେ ୯ଦିନ ପର୍ଯ୍ୟନ୍ତ ସାକାହାରୀ ଭୋଜନ କରି କିମ୍ବା ଫଳାହାର କରି ଉପବାସ କରିଥାନ୍ତି | କେହି କେହି କନ୍ୟା ଭୋଜନ ମଧ୍ୟ କରାଇଥାନ୍ତି |

{"id":96974}


ନବରାତ୍ରି ସମୟରେ କିଛି କାମ ନିଷେଧ କରାଯାଇଛି | କାରଣ ଏହିସବୁ କାମ କରିବା ଦ୍ୱାରା ମା' ରାଗି ଯାଇଥାନ୍ତି | ଯଦି ଭୁଲ ବଶତଃ ହୋଇଯାଏ ତାହେଲେ ମା'ଙ୍କୁ କ୍ଷମା ପ୍ରାର୍ଥନା କରି ପ୍ରାୟଶ୍ଚିତ କରିବା ଉଚିତ | ମା' ଦୁର୍ଗାଙ୍କ ବୀଜ ମନ୍ତ୍ର ନବରାତ୍ରିର ଶେଷ ଦିନ ୨୫୧ ଥର ଜପ କରିବା ଉଚିତ |


ଆସନ୍ତୁ ଜାଣିବା ନବରାତ୍ରି ବେଳେ କେଉଁ ସବୁ କାମ ଉଚିତ ନୁହେଁ :
୧. ନବରାତ୍ରି ପ୍ରତିପଦାରୁ ଏକାଦଶୀ ତିଥି ପର୍ଯ୍ୟନ୍ତ ନଖ କାଟିବା ଅନୁଚିତ


୨. ନବରାତ୍ରି ସମୟରେ ଚୁଟି ମଧ୍ୟ କାଟିବା ଅନୁଚିତ


୩. ନବରାତ୍ରିର ଶୁଭ ବେଳାରେ ସିଲେଇ କିମ୍ବା ବୁଣାବୁଣି ମଧ୍ୟ କରିବା ଉଚିତ ନୁହେଁ

{"id":96975}


୪. ନବରାତ୍ରି ବେଳେ କାହାର ନିନ୍ଦା ଅପମାନ କଦାପି କରିବା ଉଚିତ ନୁହେଁ, ମିଛ କଥା ନକହି ମଧୁରଭାଷି ହେବ ଉଚିତ


୫. ନବରାତ୍ରିର ୯ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟାସ୍ତ ପରେ ଘରେ ଝାଡୁ ନକରିବାକୁ ଚେଷ୍ଟା କରିବେ | ଯଦି ଦରକାର ଘରେ କରିବେ କିନ୍ତୁ ପୂଜା ଘର କିମ୍ବା ରୋଷେଇ ଘରେ ଝାଡୁ କଦାପି କରିବେ ନାହିଁ


୬. ୯ ଦିନ ପର୍ଯ୍ୟନ୍ତ ଘରେ ଚପଲ ବ୍ୟବହାର କରିବେ ନାହିଁ | ଚମଡାରେ ତିଆରି ଜିନିଷ ଏହି ସମୟରେ ଭୁଲରେ ମଧ୍ୟ ବ୍ୟବହାର କରନ୍ତୁ ନାହିଁ

{"id":96977}


୭. ନବରାତ୍ରିର ୯ ଦିନ ପର୍ଯ୍ୟନ୍ତ ମଦ, ମାଂସ, ତମ୍ବାଖୁ, ଆମିଷ ଭଳି ପଦାର୍ଥ ସେବନ କରିବା ଅନୁଚିତ


୮. ୯ ଦିନ ପର୍ଯ୍ୟନ୍ତ କୌଣସି ମହିଳାଙ୍କ ଅପମାନ ଭୁଲରେ ମଧ୍ୟ କରିବା ଉଚିତ ନୁହେଁ | ଏହାଦ୍ୱାରା ମା' ଦୁର୍ଗା ରାଗି ଯାଇଥାନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.