ଅନ୍ୟ କଷ୍ଟ ଦେଇ ପୂଜା ପାଠ କଲେ ମିଳିନଥାଏ ଶୁଭଫଳ
8/07/2019 at 3:30 PM

ବେଦ ବ୍ୟାସ ଦ୍ୱାରା ରଚିତ ମହାଭାରତ ଗ୍ରନ୍ଥରେ ପାଣ୍ଡବ ଏବଂ କୌରବଙ୍କ କଥା ମାଧ୍ୟମରେ କେଉଁ କାମ କରିବା ଉଚିତ ଏବଂ କେଉଁ କାମ କରିବା ଅନୁଚିତ ତାହା କୁହାଯାଇଛି । ମହାଭାରତର ଆଦି ପର୍ବ ଅନୁସାରେ ଯଦି କୌଣସି ବ୍ୟକ୍ତି ଭୁଲ ଚିନ୍ତାଧାରା କିମ୍ବା ଭାବନା ରଖି ଭଲ କାମ କରେ ତାହେଲେ ଶୁଭଫଳ ମିଳିନଥାଏ । ମନରେ ଭୁଲ ଚିନ୍ତାଧାରା ରଖି ଭଲ କାମ କଲେ ମଧ୍ୟ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡିଥାଏ । ଆଦିପର୍ବରେ କୁହାଯାଇଛି,
ତପୋ ନ କଲ୍କୋଧ୍ୟୟନଂ ନ କଳ୍କ : ସ୍ୱାଭାବିକୋ ବେଦବିଧିର୍ନ କଳ୍କ :
ପ୍ରସହ୍ୟ ବିତ୍ତାହରଣଂ ନ କଳ୍କ-ସ୍ଥାନ୍ୟେବ ଭାବୋପହତାନି କଳ୍କ :
ଏହି ଶ୍ଳୋକର ଅର୍ଥ ହେଲା, ଭଗବାନଙ୍କ ପାଇଁ କରାଯାଇଥିବା ତପସ୍ୟା ଫଳଦାୟୀ ହୋଇଥାଏ । ଶାସ୍ତ୍ର ଅଧ୍ୟୟନ ଦ୍ୱାରା ମଧ୍ୟ ଶୁଭ ଫଳ ମିଳିଥାଏ । ପରିଶ୍ରମ କରି ଉପାର୍ଜନ କରିଥିବା ଧନ ମଧ୍ୟ ଶୁଭ ଫଳଦାୟୀ । କିନ୍ତୁ ଅନ୍ୟକୁ କଷ୍ଟ ଦେଇ କୌଣସି ଶୁଭ କାମ କଲେ ତାହା ନିଷ୍ଫଳ ହୋଇଥାଏ । କାହାର ଅନିଷ୍ଟ କରିବା ପାଇଁ ପୂଜା ପାଠ କରିବା କିମ୍ବା ତପସ୍ୟା କରିବା ଶୁଭ ଫଳଦାୟୀ ନୁହେଁ । ଅନ୍ୟର ଅନିଷ୍ଟ କରିବାକୁ ଶାସ୍ତ୍ରରେ ପାପ ବୋଲି କୁହାଯାଇଛି । ଯଦି କାହାକୁ କଷ୍ଟ ଦେବା ପାଇଁ ଧନ ଉପାର୍ଜନ କରୁଛନ୍ତି ତାହେଲେ ଏହାଦ୍ୱାରା ପାପ ବୃଦ୍ଧି ପାଇଥାଏ ।
ସୁଖମୟ ଜୀବନ ବିତାଇବା ପାଇଁ ଆମକୁ ସମସ୍ତ ପାପ କର୍ମରୁ ବଞ୍ଚିବାକୁ ହେବ । ଅନ୍ୟର ଅନିଷ୍ଟ ନ କରି ମଙ୍ଗଳ କଲେ ଜୀବନ ସୁଖ ଶାନ୍ତିମୟ ଏବଂ ସଫଳ ହେବ ।