ଶିବଲିଙ୍ଗ ନିକଟରେ ଭୁଲରେ ବି ତାଳି ବଜାନ୍ତୁ ନାହିଁ : ନଚେତ୍ ଭୋଗିବେ ଅସୁବିଧା
29/01/2019 at 11:38 AM

ସନାତନ ଧର୍ମ ଅନୁସାରେ ଆଳତୀ ବେଳେ କରତାଳି ବିଧେୟ। ଆଳତୀକୁ ଛାଡ଼ି ଦେଳେ ଅନ୍ୟ ସମୟରେ ମନ୍ଦିରରେ ତାଳି ବଜାଇବା ଅନୁଚିତ୍। କୁହାଯାଏ ଶିବଙ୍କ ମନ୍ଦିରରେ କେବେ ବି ତାଳି ବଜାଇବା ଅନୁଚିତ୍। ବିଶ୍ବାସ ରହିଛି ଭଗବାନ ଶିବ ସବୁବେଳେ ଧ୍ୟାନମଗ୍ନ ରହିଥାନ୍ତି। ବେଳେବେଳେ ମନ୍ଦିରକୁ ଯାଇ କିଛି ଲୋକ ଶିବଲିଙ୍ଗ ପାଖରେ ୩ଥର ତାଳି ବଜାଇଥାନ୍ତି। ଏପରି କରିବା ଅନୁଚିତ୍। ଏହିପରିଭାବେ ଶିବଲିଙ୍ଗ ପାଖରେ ତାଳି ବଜାଇବା ଦ୍ବାରା ତାଙ୍କ ଧ୍ୟାନଭଙ୍ଗ ହୋଇଥାଏ। ଏହା ଦ୍ବାରା ତାଙ୍କ ଶିବଗଣ ରୁଷ୍ଟ ହୋଇଯାଇଥାନ୍ତି।
ଆପଣ ଯଦି ଶିବ ମନ୍ଦିର ଯାଉଛନ୍ତି ତେବେ ସନ୍ଧ୍ୟା ଆଳତୀ ସମୟରେ ସେଠାରେ ତାଳି,ଘଣ୍ଟି ଏବଂ ଶଙ୍ଖ ବଜାଇ ପାରିବେ। କୀର୍ତ୍ତନ ସମୟରେ ହାତ ଉପରକୁ ଉଠାଇ ତାଳି ବଜାଇବା ଦ୍ବାରା ଅଧିକ ଶକ୍ତି ଲାଗିଥାଏ। ସଂକୀର୍ତ୍ତନ ଦ୍ବାରା ଆମ ହାତର ରେଖା ବଦଳିଯାଇଥାଏ। ତାଳି ବଜାଇବା ସବୁଠୁ ଭଲ ଏବଂ ସହଜ ଯୋଗ ହୋଇଥାଏ। ଯଦି ପ୍ରତିଦିନ ନିୟମିତ ରୂପରେ ୨ମିନିଟ୍ ତାଳି ବଜାଇବା ତେବେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିବ।
ଆକ୍ୟୁପ୍ରେସର ଅନୁସାରେ ମନୁଷ୍ୟ ହାତରେ ସମଗ୍ର ଶରୀରର ଅଙ୍ଗ ପ୍ରତ୍ୟେଙ୍ଗର ଚାପର ବିନ୍ଦୁ ରହିଥାଏ। ଏହା ଉପରେ ଚାପ ପଡ଼ିଲେ ରକ୍ତ ଏବଂ ଅମ୍ଳଜାନର ପ୍ରବାହ ଶରୀରରେ ଠିକ୍ ଭାବରେ ହୋଇଥାଏ ଏବଂ ଧୀରେ ଧୀରେ ରୋଗ ଠିକ୍ ହୋଇଥାଏ । ତାଳି ବଜାଇବା ଦ୍ବାରା ସମସ୍ତ ବିନ୍ଦୁ ଉପରେ ଚାପ ପଡ଼ିଥାଏ। ଯେପରି ତାଲା ଖୋଲିବା ପାଇଁ ଚାବିର ଆବଶ୍ୟକତା ପଡ଼ିଥାଏ ସେହିପରି ଶରୀରରୁ ବିଭିନ୍ନ ପ୍ରକାର ରୋଗ ଦୂର କରିବା ପାଇଁ ଏହା ଚାବିର କାମ କରିଥାଏ ତାଳି।