Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ଶନିବାର ଦିନ ଭୁଲରେ ମଧ୍ୟ ଘରକୁ ଆଣନ୍ତୁ ନାହିଁ ଏହିସବୁ ଜିନିଷ

16/02/2019 at 12:55 PM

ଭୁବନେଶ୍ୱର ୧୬/୨ : ଶନିବାର ଦିନ ଶନିଦେବଙ୍କ ପୂଜା କରାଯାଇଥାଏ | ଶନିବାର ଦିନ ଶନିଦେବଙ୍କୁ ପୂଜା କରିବା ଦ୍ୱାରା ଅନେକ କଷ୍ଟରୁ ମୁକ୍ତି ମିଳିଥାଏ | ତେବେ ଶାସ୍ତ୍ର ଅନୁସାରେ ଏମିତି କିଛି ବସ୍ତୁ ରହିଛି ଯାହା ଶନିବାର ଦିନ ଘରକୁ କଦାପି ଆଣିବା ଉଚିତ ନୁହେଁ | ଶନିବାର ଦିନ ଘରକୁ ଏହିସବୁ ଜିନିଷ ଆଣିବା ଦ୍ୱାରା ଘରେ ଅଶାନ୍ତି ଦେଖା ଦେଇଥାଏ |


ହିନ୍ଦୁ ଶାସ୍ତ୍ର ଅନୁସାରେ, ଶନିବାର ଦିନ ଲୁହା ଜିନିଷ କିଣିବା ଅନୁଚିତ | ଏହି ଦିନ ଲୁହା ଜିନିଷ କିଣିଲେ ଶନିଦେବ ରାଗି ଯାଇଥାନ୍ତି | ବିଶେଷ କରି ଶନିବାର ଦିନ ଲୁହା କଇଁଚି କିଣିବା ବର୍ଜନୀୟ | ଶନିବାର ଦିନ ଲୁହା କଇଁଚି କିଣି ଘରକୁ ଆଣିଲେ ପରିବାର ମଧ୍ୟରେ ଅଶାନ୍ତି ଦେଖା ଦେଇଥାଏ | ବରଂ ଏହି ଦିନ ଲୁହା ଜିନିଷ ଦାନ କଲେ ଶନିଦେବଙ୍କ କୃପା ଦୃଷ୍ଟି ପଡିଥାଏ | ବ୍ୟବସାୟରେ ମଧ୍ୟ ଭଲ ଫଳ ମିଳିଥାଏ |


ଶାସ୍ତ୍ର ଅନୁସାରେ ଶନିବାର ଦିନ ଶନିଦେବଙ୍କୁ ତେଲ ଅର୍ପଣ କରାଯାଇଥାଏ | ତେଲ ଅର୍ପଣ କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି | କିନ୍ତୁ ଶନିବାର ଦିନ ତେଲ କିଣି ଘରକୁ ଆଣିଲେ ଶନିଦେବଙ୍କ କୋପ ଦୃଷ୍ଟି ପଡିଥାଏ | ଯାହାଫଳରେ ଅନେକ ସମସ୍ୟା ଦେଖା ଦେଇଥାଏ | ଶନିବାର ଦିନ ତେଲ କିଣିଲେ ପରିବାରରେ ରୋଗ ସମସ୍ୟା ଦେଖା ଦେଇଥାଏ |


ଲୁଣ ମଣିଷର ଏକ ଅତ୍ୟନ୍ତ ଜରୁରୀ ଜିନିଷ | କାରଣ ଲୁଣ ବିନା ଖାଦ୍ୟର ସ୍ୱାଦ ହିଁ ନଥାଏ | ଯଦି ଶନିବାର ଦିନ ଆପଣଙ୍କ ଘରେ ଲୁଣ ସରିଯାଇଥାଏ ତା’ହେଲେ ଭୁଲରେ ମଧ୍ୟ ଲୁଣ କିଣନ୍ତୁ ନାହିଁ | ଶନିବାର ଦିନ ଲୁଣ କିଣିବାରୁ ବଂଚିତ ରୁହନ୍ତୁ | ନଚେତ ଶନିଦେବ ଆପଣଙ୍କ ଜୀବନକୁ ମଧ୍ୟ ସ୍ଵାଦହୀନ କରିପାରନ୍ତି | ଶନିବାର ଲୁଣ କିଣିବା ଦ୍ୱାରା ଶନିଦେବଙ୍କ କୋପ ଦୃଷ୍ଟି ପଡିଥାଏ | ଶନିବାର ଦିନ ଲୁଣ କିଣିଲେ ପରିବାରରେ ଅନେକ ପ୍ରକାରର ରୋଗ ଦେଖାଦେବା ସହ କରଜ ମଧ୍ୟ ବଢିଥାଏ |


ଶାସ୍ତ୍ର ଅନୁସାରେ ଶନିଦେବଙ୍କୁ କଳା ରଙ୍ଗର ବସ୍ତୁ ଅର୍ପଣ କରାଯାଇଥାଏ | କଳା ବସ୍ତୁ ଦାନ କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି | ଶନି ଦଶାରୁ ବଂଚିବା ପାଇଁ କଳା ରାଶି ଦାନ କରାଯାଇଥାଏ | ଏହାଛଡା ଅଶ୍ୱସ୍ଥ ବୃକ୍ଷ ମୂଳରେ ମଧ୍ୟ କଳା ରାଶି ଅର୍ପଣ କରାଯାଇଥାଏ | କିନ୍ତୁ ଶନିବାର ଦିନ କଳା ରଙ୍ଗର ବସ୍ତୁ କିଣିବା ବର୍ଜନୀୟ | ଏପରିକି ଶନିବାର ଦିନ କଳା ରଙ୍ଗର ଜୋତା କିମ୍ବା ଚପଲ ମଧ୍ୟ କିଣିବା ବର୍ଜନୀୟ | ଶନିବାର ଦିନ କଳା ରଙ୍ଗର ବସ୍ତୁ କିଣିଲେ କାର୍ଯ୍ୟରେ ସଫଳତା ମିଳେନାହିଁ | ଶନିବାର ଦିନ କଳା ମଶୁରି ଡାଲି ମଧ୍ୟ କିଣିବା କି ଖାଇବା ଅନୁଚିତ |

   Related Posts