Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||

କରୋନାର ପୁନଃସଂକ୍ରମଣ: କୋଭିଡ-୧୯ରେ ଦୁଇଥର ଆକ୍ରାନ୍ତ ହେଲେ ବ୍ୟକ୍ତି, ପ୍ରଥମ ସଂକ୍ରମଣ ଠାରୁ ଦ୍ବିତୀୟ ଥିଲା ଅଧିକ ମାରାତ୍ମକ

15/10/2020 at 11:37 AM

ନୂଆଦିଲ୍ଲୀ ୧୫/୧୦: ନେଭାଡାରେ ଜଣେ ବ୍ୟକ୍ତି ଦୁଇ ଥର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ପ୍ରଥମ ସଂକ୍ରମଣ ଠାରୁ ଦ୍ବିତୀୟ ସଂକ୍ରମଣ ଅଧିକ ମାରାତ୍ମକ ବୋଲି ଡାକ୍ତରଙ୍କ ରିପୋର୍ଟରୁ ଜଣାପଡ଼ିଛି। ୨୫ ବର୍ଷୀୟ ଏହି ବ୍ୟକ୍ତି ଜଣକର ଫୁସଫୁସ ଶରୀରରକୁ ପର୍ଯ୍ୟାପ୍ତ ଅକ୍ସିଜେନ ଯୋଗାଇ ନ ପାରିବାରୁ ହସପିଟାଲ ଟ୍ରିଟମେଣ୍ଟ ତାଙ୍କୁ ଦରକାର ପଡ଼ିଲା। ତେବେ ପୁନଃସଂକ୍ରମଣ ଖୁବ୍ କମ୍ ଦେଖାଯାଏ ଓ ଏବେ ସେ ସୁସ୍ଥ ଅଛନ୍ତି।

ଜୀବାଣୁ ପ୍ରତି କେତେ ରୋଗପ୍ରତିରୋଧକ ଶକ୍ତି ନିର୍ମାଣ କରାଯାଇପାରିବ ​ବୋଲି ଲାନସେଟ୍ ଇନଫେକଟିୟସ ଡିଜିଜ ଅଧ୍ୟୟନ ଏବେ ପ୍ରଶ୍ନ ଉଠାଇଛି। ନେଭାଡାର ଏ ବ୍ୟକ୍ତିଙ୍କ ଠାରେ କିଛି ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇ ନ ଥିଲା। ମାର୍ଚ ୨୫ରେ ପ୍ରଥମ ସଂକ୍ରମଣର ଲକ୍ଷଣ ତାଙ୍କ ଠାରେ ଦେଖା ଦେଇଥିଲା। ଏହା ପରେ ଏପ୍ରିଲ ୧୮ରେ ସେ ପ୍ରଥମଥର କରୋନାରେ ସଂକ୍ରମିତ ହେଲେ। ମେ ୯ ଓ ୨୬ରେ ଭାଇରସ ରିପୋର୍ଟ ନେଗେଟିଭ୍ ଆସିଲା। ମେ ୨୮ରେ ପୁଣି ଥରେ ସଂକ୍ରମଣ ଲକ୍ଷଣ ଦେଖା ଦେଲା। ଜୁନ୍ ୫ରେ ସେ ଦ୍ବିତୀୟ ଥର ପାଇଁ କରୋନାରେ ଆକ୍ରାନ୍ତ ହେଲେ। ସେତେବେଳେ ରକ୍ତରେ ତାଙ୍କର ଅକ୍ସିଜେନ ମାତ୍ରା କମିଲା ଓ ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ଉପୁଜିଲା।

ବୈଜ୍ଞାନିକ ମାନଙ୍କ କହିବା କଥା ବ୍ୟକ୍ତି ଜଣକ ଦୁଇଥର କରୋନାରେ ସଂକ୍ରମିତ ହୋଇଥିଲେ। ପ୍ରଥମ ସଂକ୍ରମଣ ନିଷ୍କ୍ରିୟ ହେବାରୁ ଦ୍ବିତୀୟ ତାଙ୍କ ଠାରେ ଦେଖା ଦେଇଛି। ତେବେ ଦୁଇଟି ଲକ୍ଷଣ ପୂରା ଅଲଗା। ତେବେ ସେମାନଙ୍କ କହିବା କଥା ଯେଉଁମାନେ କୋଭିଡରୁ ଆରୋଗ୍ୟ ଲାଭ କରୁଛନ୍ତି ସେମାନେ ସାମାଜିକ ଦୂରତ୍ବ , ଫେସମାସ୍କ ଓ ହାତ ସଫା ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ। ଏବେ ବି କରୋନାଭାଇରସ ଓ ଇମ୍ୟୁନିଟିକୁ ନେଇ ସେମାନଙ୍କ ଗ୍ରାପଲିଂ ଜାରି ରହିଛି। ଏବେ ସୁଦ୍ଧା କରୋନାର ପୁନଃସଂକ୍ରମଣ ମାମଲା ଖୁବ କମ୍ ଦେଖିବାକୁ ମିଳିଛି। ହଂଙ୍ଗକଂଙ୍ଗ, ବେଲଜିୟମ ଓ ନେଦରଲାଣ୍ଡସରେ ପ୍ରଥମ ସଂକ୍ରମଣ ଭଳି ଅନ୍ୟ କିଛି ମାମଲା ଦେଖା ଦେଇ ନାହିଁ। ତେବେ ଏବେ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ଯେ ଏହି ନେଭାଡା ରୋଗୀ କ’ଣ ଦ୍ବିତୀୟ ସଂକ୍ରମଣ ​‌ବେଳେ ଅଧିକ ଅସୁସ୍ଥ ହୋଇ ପଡ଼ିଥିଲେ। ସଂକ୍ରମଣ​‌ରେ ଇମ୍ୟୁନ କିଭଳି ରେସପନ୍ସ କରେ ଏବେ ସୁଦ୍ଧା ତାହା ଜଣାପଡ଼ି ନାହିଁ।

   Related Posts