Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଲିମକା ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ – ଆଇଏମଏସ ସମ୍ ହସ୍ପିଟାଲର ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶକ ବିଶିଷ୍ଟ ନ୍ୟୁରୋ ସର୍ଜନ ଡାକ୍ତର ଅଶୋକ ମହାପାତ୍ର

12/11/2019 at 8:15 PM

ଭୁବନେଶ୍ୱର ୧୨।୧୧ – ଆଇଏମଏସ ସମ୍ ହସ୍ପିଟାଲର ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶକ ବିଶିଷ୍ଟ ନ୍ୟୁରୋ ସର୍ଜନ ଡାକ୍ତର ଅଶୋକ ମହାପାତ୍ରଙ୍କ ଆଉ ଏକ ସଫଳତା । ଲିମକା ବୁକ୍ ଅଫ୍ ରେକର୍ଡସରେ ସେ ସ୍ଥାନ ପାଇଛନ୍ତି । ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସଫଳ ତଥା ବିରଳ ଅସ୍ତ୍ରୋପଚାର ଲାଗି ତାଙ୍କୁ ଏହି ସମ୍ମାନ ମିଳିଛି ।

ଲିମକା ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ ସମ୍ ହସ୍ପିଟାଲର ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶକ ବିଶିଷ୍ଟ ନ୍ୟୁରୋ ସର୍ଜନ ଡାକ୍ତର ଅଶୋକ ମହାପାତ୍ର । ବହୁଚର୍ଚ୍ଚିତ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ବିରଳ ଅସ୍ତ୍ରୋପଚାର ଲାଗି ତାଙ୍କୁ ଏହି ସମ୍ମାନ ମିଳିଛି । ୨୦୧୭ ଅକ୍ଟୋବର ୨୫ରେ ଏମ୍ସରେ ଅତ୍ୟନ୍ତ ଜଟିଳ ଅସ୍ତ୍ରୋପଚାର କରାଯାଇ କନ୍ଧମାଳର ଜଗା-କାଳିଆ ଯୋଡ଼ାମୁଣ୍ଡକୁ ଅଲଗା କରାଯାଇଥିଲା । ତତ୍କାଳୀନ ଏମ୍ସ ନ୍ୟୁରୋ ସର୍ଜନ ବିଭାଗ ମୁଖ୍ୟ ଅଶୋକ ମହାପାତ୍ରଙ୍କ ନେତୃତ୍ବରେ ଏକ୍ ଟିମ୍ ଏଭଳି ବିରଳ ଅସ୍ତ୍ରୋପଚାରକୁ ସଫଳ କରିଥିଲେ । ଯାହା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା ।

ଏହି ଅସ୍ତ୍ରୋପଚାର ଖୁବ୍ ରିସ୍କି ଥିଲା । ସଫଳତାର ସମ୍ଭାବନାକୁ ନେଇ ସମସ୍ତେ ସନ୍ଦିହାନ ଥିଲେ । ସାରା ଦେଶ ଜଗା-କାଳିଆଙ୍କ ଲାଗି ପ୍ରାର୍ଥନ କରୁଥିଲା । ସେପଟେ ଅପରେସନ ଥିଏଟରର ଉଭୟ ଶିଶୁଙ୍କ ଲାଗି ନିଜର ସର୍ବଶ୍ରେଷ୍ଠ ଚେଷ୍ଟା ଚଳାଇଥିଲେ ଅଶୋକ ମହାପାତ୍ରଙ୍କ ଟିମ୍ । ଯାହା ଶେଷରେ ସଫଳ ହୋଇଥିଲା । ଆଉ ଏବେ ଏହା ଲିମକା ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଛି ।

ଦେଶର ଜଣେ ବିଶିଷ୍ଟ ନ୍ୟୁରୋ ସର୍ଜନ ଭାବେ ଅନେକ ସଫଳତା ସାଉଁଟିଛନ୍ତି ଅଶୋକ । ଓଡ଼ିଶାକୁ ମଧ୍ୟ ବାରମ୍ବାର ଗର୍ବିତ କରିଛନ୍ତି । ଏବେ ଭୁବନେଶ୍ବର ସମ୍ ହସ୍ପିଟାଲରେ ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶକ ଦାୟିତ୍ବରେ ଅଛନ୍ତି ଡାକ୍ତର ଅଶୋକ ମହାପାତ୍ର ।

   Related Posts