ନିକ୍ ଜୋନାସ୍‌ଙ୍କ ଫ୍ୟାସନ୍‌କୁ ପରିହାସ କଲେ ନେଟିଜେନ୍ସ, ଟ୍ରାଡିସନାଲ୍ ଡ୍ରେସ୍‌କୁ କହିଲେ ‘ସୋଲାପୁରୀ ଚାଦର’

Published By : Prameya-News7 Bureau | September 18, 2021 IST

ନୂଆଦିଲ୍ଲୀ ୧୮/୦୯: ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ୍ ଜୋନାସଙ୍କ ଏକ ଫଟୋ ଚର୍ଚ୍ଚରେ ରହିଛି। ଫଟୋରେ ତାଙ୍କୁ ପାରମ୍ପାରିକ ପୋଷାକରେ ଦେଖିବାକୁ ମିଳିଛି। ଗାୟକଙ୍କ ଫ୍ୟାଶନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ନିକ୍ ତାଙ୍କର ଏକ ପ୍ରଦର୍ଶନ ପରେ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ପାରମ୍ପାରିକ ସାର୍ଟରେ ନଜର ଆସିଛନ୍ତି।

{"width":644,"height":462}

ନିକ୍‌ଙ୍କ ଡ୍ରେସ୍‌ରେ ଅନେକ ରଙ୍ଗରେ ନିର୍ମିତ ସୁନ୍ଦର ଡିଜାଇନ୍ ଦେଖାଯାଇଛି। ସେ ସାର୍ଟ ସହିତ ନାଲି ପ୍ୟାଣ୍ଟ ପିନ୍ଧିଛନ୍ତି। ଏଥି ସହିତ ସେ ଲାଲ୍ ରଙ୍ଗର ଜୋତା ପିନ୍ଧିଛନ୍ତି, ଯେଉଁଥିରେ ସେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି। ସେ ଫଟୋ ସହିତ ଏକ ସୁନ୍ଦର କ୍ୟାପସନ୍ ଦେଇଛନ୍ତି, 'ଗତ ରାତି ସେଣ୍ଟ ଲୁଇସରେ। ତାହା ଚମତ୍କାର! ଏକ ଅଦ୍ଭୁତ ସୋ ପାଇଁ ସମସ୍ତଙ୍କୁ ଧନ୍ୟବାଦ।'

ନିକ୍ ଏହି ଫଟୋକୁ ଏକ ସପ୍ତାହ ପୂର୍ବରୁ ଇନଷ୍ଟାଗ୍ରାମରେ ସେୟାର କରିଥିଲେ, ଯେଉଁଥିରେ ପାଖାପାଖି ୪ ଲକ୍ଷ ଲାଇକ୍ ଆସିଛି। ଭାରତର ଲୋକଙ୍କୁ ଫଟୋରେ ଏକ ବିଶେଷ ଜିନିଷ ନଜର ଆସିଛି। ସେମାନଙ୍କୁ ଗାୟକଙ୍କ ସାର୍ଟ ପ୍ରସିଦ୍ଧ ସୋଲାପୁରୀ କମ୍ବଳ ପରି ଦେଖାଯାଉଛି। ଜଣେ ଇନଷ୍ଟାଗ୍ରାମ ୟୁଜର୍ ଲେଖିଛନ୍ତି, 'ଏହି ସାର୍ଟ ବାସ୍ତବରେ ଭାରତୀୟ କମ୍ବଳରେ ନିର୍ମିତ।' ଅନ୍ୟ ଜଣେ ୟୁଜର୍ ଲେଖିଛନ୍ତି, 'ଏହା ସୋଲାପୁରର ଏକ ବେଡସିଟ୍।' ନିକଙ୍କ ଏହି ଲୁକ୍ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.