Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ରୁଗ୍‌ଣ ଶିଶୁଙ୍କୁ ମାରିପାରିବେ ଡାକ୍ତର, ନେଦରଲ୍ୟାଣ୍ଡ ସରକାର ଦେଲେ ଅନୁମତି

17/10/2020 at 5:04 PM

ନେଦରଲ୍ୟାଣ୍ଡ ୧୭/୧୦: ବହୁ ରୋଗ ଏମିତି ଅଛି ଯାହା ଥରେ ମଣିଷକୁ କବଳିତ କଲେ ଜୀବନ ନେବା ପର୍ଯ୍ୟନ୍ତ କଷ୍ଟ ଦିଏ। ଏମିତି ରୋଗରେ ପୀଡ଼ିତ ହେବା ପରେ ବହୁ ଲୋକ ଇଚ୍ଛାମୃତ୍ୟୁ ପାଇଁ ସରକାରଙ୍କୁ ଗୁହାରି କରୁଥିବା ଦେଖିବାକୁ ମିଳେ । କିନ୍ତୁ ନେଦରଲ୍ୟାଣ୍ଡର ଡଚ୍‌ ସରକାର ରୁଗ୍‌ଣ ବ୍ୟକ୍ତିଙ୍କୁ ଡାକ୍ତରଙ୍କ ଦ୍ବାରା ମାରିବା ସପକ୍ଷରେ ଥିଲେ। କିନ୍ତୁ ଏବେ ସରକାରଙ୍କ ଆଉ ଗୋଟିଏ ନିଷ୍ପତ୍ତି ବିଶ୍ବରେ ଚର୍ଚ୍ଚା ସୃଷ୍ଟି କରିଛି।

ଏବେ ନେଦରଲ୍ୟାଣ୍ଡରେ ରୁଗ୍‌ଣ ନବଜାତକଙ୍କୁ ଡାକ୍ତର ନିଜ ଉପାୟରେ ମାରିପାରିବେ ବୋଲି ସରକାର ଅନୁମତି ଦେଇଛନ୍ତି। ରୁଗ୍‌ଣ ଶିଶୁଙ୍କୁ ହତ୍ୟା କରିପାରିବେ ଡାକ୍ତର। ଏଭଳି ଅନୁମତି ଦେବା ପରେ ସରକାରଙ୍କ ବିରୋଧରେ ନାରାବାଜି ଆରମ୍ଭ ହୋଇଛି।

୧୨ ବର୍ଷ କିମ୍ବା ତାଠୁ କମ୍‌ ବୟସର ରୁଗ୍‌ଣ ପିଲାଙ୍କୁ ଡାକ୍ତରଙ୍କ ଦ୍ବାରା ମାରିପାରିବା ଅନୁମତି ମିଳିଛି । କିନ୍ତୁ ଏଥିପାଇଁ ପିଲାଙ୍କ ବାପା-ମାଙ୍କ ଅନୁମତି ବି ଦରକାର । ତେବେ ଏଥିରେ ୧୨ ବର୍ଷରୁ ଅଧକ ବୟସର ପିଲାଙ୍କୁ ସାମିଲ କରିବାକୁ ସଂସଦରେ ଡଚ୍‌ ସ୍ବାସ୍ଥ୍ୟମନ୍ତ୍ରୀ ହୁଗୋ ଡେ ଜଙ୍ଗ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି।

ନିଜ ପ୍ରସ୍ତାବରେ ଜଙ୍ଗ ଲେଖିଛନ୍ତି, ଏମିତି କିଛି ପିଲା ଅଛନ୍ତି ଯେଉଁମାନଙ୍କ ବଞ୍ଚିବା ଆଶା କ୍ଷୀଣ। ପ୍ରତିବର୍ଷ ଦେଶରେ ଏଭଳି ୫ରୁ ୧୦ ଜଣ ପିଲା ପ୍ରଭାବିତ ହେଉଛନ୍ତି। ତେବେ ଏଭଳି ପିଲାଙ୍କୁ ଡାକ୍ତରୀ ଉପାୟରେ ମାରିବାକୁ କିଛି ନିୟମ ନଥିବାରୁ ନେଦରଲ୍ୟାଣ୍ଡର ଡାକ୍ତର ନିଜକୁ ନେଇ ଚିନ୍ତାରେ ଥିଲେ। କାରଣ ଏଥିପାଇଁ ସେମାନଙ୍କୁ ଅଭିଯୁକ୍ତ ବୋଲି ଗିରଫ କରାଯାଇପାରେ। ବର୍ତ୍ତମାନ ଜଣେ ଡାକ୍ତର ଏକ ବର୍ଷରୁ କମ୍‌ ବୟସର ରୁଗ୍‌ଣ ଶିଶୁକୁ ମାରିପାରିବେ। କିନ୍ତୁ ଏଥିପାଇଁ ଶିଶୁର ମାତା-ପିତାଙ୍କ ଅନୁମତି ଆବଶ୍ୟକ।

   Related Posts