Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

Netflixର ନୂଆ ପ୍ଲାନ୍ : ମାଗଣାରେ ଅଟୋ-ଅପଗ୍ରେଡ୍ ସହ ଅନେକ ଆକର୍ଷଣୀୟ ଫିଚର୍

25/05/2020 at 9:35 PM

ଅନଲାଇନ୍ ଷ୍ଟ୍ରିମିଂ ପ୍ଲାଟଫର୍ମ୍ ଭାରତରେ ବଢ଼ୁଥିବା ଲୋକପ୍ରିୟତା କାରଣରୁ ଏବେ ଅଧିକରୁ ଅଧିକ ଲୋକରୁ ନିଜ ଆଡ଼କୁ ଆକର୍ଷିତ କରିବାରେ ଲାଗିଛି। ଏହା କାରଣରୁ ଏହି କ୍ଷେତ୍ରର ଦିଗ୍ଗଜ କମ୍ପାନୀ ମଧ୍ୟ ଭିନ୍ନ ଭିନ୍ନ ସ୍କିମ୍ ଜରିଆରେ ନୂଆ ଗ୍ରାହକଙ୍କୁ ଆକର୍ଷିତ କରିବାକୁ ଉଦ୍ୟମ କରୁଛି। ଷ୍ଟ୍ରିମିଂ ମାମଲାରେ ବିଶ୍ବରେ ଏକ ନମ୍ବର ନେଟଫ୍ଲିକ୍ସ୍ ଭାରତରେ ଏବେ ନୂଆ ସଦସ୍ୟଙ୍କୁ ଏକ ଖାସ୍ ଅଫର୍ ଦେଇଛି।

ନେଟଫ୍ଲିକ୍ସ ନିଜ ଗ୍ରାହକଙ୍କ ପାଇଁ ‘ପ୍ଲାନ୍ ଅପଗ୍ରେଡ’ ସ୍କିମ୍ ଲଞ୍ଚ କରିଛି। ଏହା ଜରିଆରେ ଯେଉଁ ଗ୍ରାହକ ବେସିକ୍ କିମ୍ବା ଷ୍ଟାଣ୍ଡାର୍ଡ଼ ପ୍ଲାନ୍ ନେବେ,ତାଙ୍କୁ କୌଣସି ଅତିରିକ୍ତ ଖର୍ଚ୍ଚ ବିନା ପ୍ଲାନର ଲାଭ ଦିଆଯିବ।

ନେଟଫ୍ଲିକ୍ସର ୩ଟି ପ୍ଲାନ୍ ରହିଛି- ବେସିକ୍,ଷ୍ଟାଣ୍ଡାର୍ଡ଼ ଏବଂ ପ୍ରିମିୟମ୍। ୩ଟିରେ ଅଲଗା ଅଲଗା ସୁବିଧା ରହିଛି। ଏପରି ପରିସ୍ଥିତିରେ ଯଦି ଗ୍ରାହକ ୪୯୯ଟଙ୍କାର ବେସିକ୍ ମେମ୍ବରଶିପ ନେଉଛନ୍ତି,ତେବେ ନେଟଫ୍ଲିକ୍ସ ତରଫରୁ ତାଙ୍କୁ ନିଜେ ହିଁ ଷ୍ଟାଣ୍ଡାର୍ଡ଼ ମେମ୍ବରଶିପରେ ସ୍ଥାନାନ୍ତର କରି ଦିଆଯିବ।

ସେହିପରି ୬୯୯ଟଙ୍କାର ଷ୍ଟାଣ୍ଡାର୍ଡ଼ ମେମ୍ବରଶିପରେ ଆରମ୍ଭ କରୁଥିବା ଗ୍ରାହକଙ୍କୁ ୭୯୯ଟଙ୍କାର ପ୍ରିମିୟମ୍ ପ୍ଲାନରେ ଅଟୋ-ଅପଗ୍ରେହ୍ କରି ଦିଆଯିବ। ପ୍ରିମିୟମ୍ ମେମ୍ବରଶିପରେ ୟୁଜରଙ୍କୁ ଗୋଟିଏ ସମୟରେ ୪ ସ୍କ୍ରିନ୍ ସହ ଅଲ୍ଟ୍ରା ଏଚଡି କଣ୍ଟେଣ୍ଟର ସୁବିଧା ମିଳିଥାଏ।

କମ୍ପାନୀ କହିଛି ଯେ ଏହି ସୁବିଧା କେବଳ ନୂଆ ମେମ୍ବରଶିପ ନେଉଥିବା ଗ୍ରାହକଙ୍କୁ ହିଁ ଦିଆଯିବ। ଏହା ସହିତ ମେମ୍ବର ଅପଗ୍ରେଡେଡ ପ୍ଲାନର ଲାଭ ୩୦ଦିନ ଯାଏଁ ଉଠାଇ ପାରିବେ।

୩୦ଦିନର ଅବଧି ପୂରା ହେବା ପରେ ନେଟଫ୍ଲିକ୍ସ ନିଜ ମେମ୍ବରଙ୍କଠୁ ପଚାରିବ ଯେ ସେମାନେ ଅପଗ୍ରେଡେଡ ପ୍ଲାନ୍ ଜାରି ରଖିବାକୁ ଚାହୁଁଛନ୍ତି କି ନାହିଁ। ଯଦି କୌଣସି ମେମ୍ବର ଏହାକୁ ଜାରି ରଖିବାକୁ ଚାହିଁବେ,ତେବେ ଏଠାରୁ ତାଙ୍କୁ ଏହାର ପ୍ରକୃତ ମୂଲ୍ୟ ଦେବାକୁ ପଡ଼ିବ। ଯଦି କେହି ଏହାକୁ ଜାରି ରଖିବେ ନାହିଁ ତେବେ ସେମାନେ ତାଙ୍କ ପୁରୁଣା ପ୍ଲାନରେ ଫେରିଯିବେ।

   Related Posts