ଦୁଇ ଦିନ ପାଇଁ ପୁଣି ଫ୍ରି ହେଲା ନେଟ୍ଫ୍ଲିକ୍ସ:୧୧ ତାରିଖ ଯାଏଁ ଦେଖିପାରିବେ ନିଜ ମନପସନ୍ଦର ଫିଲ୍ମ ଓ ସିରିଜ୍
9/12/2020 at 6:12 PM

ମୁମ୍ବାଇ ୦୯/୧୨ : ନେଟଫ୍ଲିକ୍ସ ନିକଟରେ ନିଜ ୟୁଜର୍ସଙ୍କ ପାଇଁ ଦୁଇ ଦିନ ପାଇଁ ଫ୍ରିରେ କଣ୍ଟେଣ୍ଟ ଦେଖିବାକୁ ମଉକା ଦେଇଥିଲା। ୟୁଜର୍ସଙ୍କ ପାଇଁ ୫ ଓ ୬ ତାରିଖରେ ନେଟଫ୍ଲିକ୍ସ ଫ୍ରି ଥିଲା। ଭାରତରେ ଏହାର ଚାହିଦାକୁ ଦେଖି ନେଟଫ୍ଲିକ୍ସ ପୁଣି ଆଉ ଦୁଇ ଦିନ ପାଇଁ ଫ୍ରି କରିବାକୁ ଘୋଷଣା କରିଛି। ଅର୍ଥାତ ୟୁଜର୍ସ ୧୧ ତାରିଖ ଯାଏଁ ଫ୍ରିରେ ନେଟଫ୍ଲିକ୍ସର ମଜା ନେଇପାରିବେ। ନେଟଫ୍ଲିକ୍ସ ଶବସକ୍ରାଇବ ନ କରି ମଧ୍ୟ ଆପଣ ନେଟଫ୍ଲିକ୍ସରେ ଫିଲ୍ମ ଓ ୱେବସିରିଜ ଦେଖିପାରିବେ।
ଡିସେମ୍ବର ୯ ତାରିଖ ତାରିଖରୁ ଆପଣ ଫ୍ରିରେ ନେଟଫ୍ଲିକ୍ସରେ ଫିଲ୍ମ ଦେଖିପାରିବେ। ଆଜି ସକାଳ ୯ଟାରୁ ୧୧ ତାରିଖ ସକାଳ ୮ଟା ୫୯ ମିନିଟ ଯାଏଁ ଚାଲିବ। ଯେଉଁମାନେ ୫ ଓ ୬ ତାରିଖରେ ଫ୍ରିରେ ନେଟଫ୍ଲିକ୍ସ ଦେଖି ପାରିନାହାନ୍ତି ସେମାନେ ଏବେ ଏହାର ମଜା ନେଇପାରିବେ। ନେଟଫ୍ଲିକ୍ସ ନିଜ କଣ୍ଟେଣ୍ଟ ଅଧିକରୁ ଅଧିକ ଲୋକଙ୍କ ପାଖକୁ ପହଞ୍ଚାଇବାକୁ ଚେଷ୍ଟା କରୁଛି। Netflix ଅନୁଯାୟୀ ୟୁଜର୍ସ ମୋବାଇଲ, ଲାପଟପ୍, ବ୍ରାଉଜର୍, ଗେମିଙ୍ଗ୍ କନସୋଲ୍ ଟିଭି, କ୍ରୋମକାଷ୍ଟ ଜରିଆରେ କଣ୍ଟେଣ୍ଟ ଦେଖିପାରିବେ।
ଫ୍ରିରେ ନେଟଫ୍ଲିକ୍ସ ଦେଖିବାକୁ ଆପଣଙ୍କୁ ଏଠାରେ ସାଇନଅପ୍ କରିବାକୁ ହେବ। ଯଦି ଆପଣ ପୂର୍ବରୁ ହିଁ ଶବସକ୍ରାଇବ କରିଛନ୍ତି ତାହେଲେ ଏହି ମଉକାର ଫାଇଦା ଉଠାଇ ପାରିବେନି। ଯେଉଁମାନେ ଶବସକ୍ରାଇବ କରିନାହାନ୍ତି କେବଳ ସେମାନେ ହିଁ ଏହାର ଫାଇଦା ନେଇପାରିବେ।
ନେଟଫ୍ଲିକ୍ସ Stream Fest ରେ କଣ୍ଟେଣ୍ଟ ଦେଖିବାକୁ ୟୁଜର୍ସଙ୍କୁ ନିଜ ମେଲ ଆଇଡି ଓ ମୋବାଇଲ ନମ୍ବର ସହ ଜରୁରୀ ତଥ୍ୟ ଦେବାକୁ ହେବ। ୟୁଜର୍ସ ନିଜ ଆଣ୍ଡ୍ରଏଡ଼, ଆଇଓଏସ ଡିଭାଇସ ଓ ସ୍ମାର୍ଟ ଟିଭିରେ ନେଟଫ୍ଲିକ୍ସ ଆକ୍ସେସ କରିପାରିବେ।