‘ଗୁଞ୍ଜନ ସକ୍ସେନା :ଦି କାର୍ଗିଲ ଗାର୍ଲ’ର ରାଇଟସ୍ କିଣିଲେ Netflix, ୭୦ କୋଟି ଟଙ୍କାର କାରବାର

Published By : Prameya-News7 Bureau | June 25, 2020 IST

ମୁମ୍ବାଇ :  କରୋନା ଲକଡାଉନ୍‌ ଯୋଗୁ ସାରା ଦେଶରେ ଫିଲ୍ମ ହଲ୍ ସବୁ ବନ୍ଦ ପଡିଛି। ତେବେ ଓଭର ଦି ଟପ୍ (ଓଟିଟି) ମିଡିଆ ସର୍ଭିସ୍‌ ପ୍ଲାଟଫର୍ମରେ ବେଶ କାରବାର ହେଉଥିବା ଜଣାପଡିଛି। ଘରେ ଖାଲି ବସିବା ଅପେକ୍ଷା ଲୋକେ ଭିନ୍ନ ଭିନ୍ନ ଓଟିଟି ପ୍ଲାଟଫର୍ମରେ ଏବେ ସମୟ ବିତାଉଛନ୍ତି।  ଲୋକଙ୍କ ଆଗ୍ରହକୁ ଦେଖି ଫିଲ୍ମ ନିର୍ମାତାମାନେ ଏବେ ଏମାନଙ୍କ ଉପରେ ଭାଗ୍ୟ ପରୀକ୍ଷା କରିବା ଆରମ୍ଭ କରିଦେଇଛନ୍ତି।

ଅମିତାଭ ବଚ୍ଚନ ଓ ଆୟୁଷ୍ମାନ ଖୁରାନା ଷ୍ଟାରର ‘ଗୁଲାବୋ ସିତାବୋଁ’ ଓଟିଟି ପ୍ଲାଟଫର୍ମରେ ଧମାଲ କରୁଥିବା ଜଣା ପଡିବା ପରେ ଜାହ୍ନବୀ କପୁର ଅଭିନୀତ ‘ ଗୁଞ୍ଜନ ସକ୍ସେନା: ଦି କାର୍ଗିଲ ଗାର୍ଲ’ ନେଟ୍‌ଫ୍ଲିକ୍ସ୍‌ରେ ରିଲିଜ ହେଉଥିବାର ଖବର ଏବେ ବ୍ୟାପିବାରେ ଲାଗିଛି। ଫିଲ୍ମର ଓଟିଟି ଅଧିକାର କିଣିବା ଲାଗି ନେଟଫ୍ଲିକ୍ସ୍ ବହୁତ ବଡ ରାଶି ଲଗାଇଥିବାର ଏବେ ସୂଚନା ମିଳୁଛି। ପିଲ୍ମର ରାଇଟ୍ସ କିଣିବା ଲାଗି ନେଟଫ୍ଲିକ୍ସ ନିର୍ମାତାଙ୍କୁ ପ୍ରାୟ ୭୦ କୋଟି ଟଙ୍କା ଅଫର କରିଥିବା ଏବେ ଜଣାପଡିଛି।

wp:html
/wp:html

ମିଳୁଥିବା ସୂଚନା ଅନୁସାରେ ଗୁଲାବୋ ସିତାବୋଁକୁ ୬୫ କୋଟି ଟଙ୍କାରେ ଅଧିଗ୍ରହଣ କରାଯାଇଥିଲା।  ଏଥିରେ ଜାହ୍ନବୀ କପୁରଙ୍କ କଥା ଉଠିବା ବେଳେ ଗୁଞ୍ଜନ ସକ୍ସେନାକୁ ଦର୍ଶକେ ଏବେ ଅପେକ୍ଷା କରିରହିଛନ୍ତି। ଆକ୍ସନ ଥ୍ରୀଲର ସାଙ୍ଗକୁ ଦେଶ ଭକ୍ତିର ଅପୂର୍ବ ସଙ୍ଗମ ଏହି ବାୟୋପିକ୍‌। ଏଣୁ ଫିଲ୍ମ ଲାଗି ନେଟଫ୍ଲିକ୍ସ ଯେ କୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ ହୋଇଯାଇଛନ୍ତି। ତେବେ ଓଟିଟି ପ୍ଲାଟଫର୍ମରେ ଏପର୍ଯ୍ୟନ୍ତ ଦେଶରେ ଏହାକୁ ସବୁଠୁ ବଡ କାରବାର ବୋଲି ବୁଝା ଯାଉଛି।

ନିକଟରେ ଜାହ୍ନବୀ ତାଙ୍କ ଇଂଷ୍ଟା ପେଜ୍‌ରେ ୧ ମିନିଟ୍‌ର ଆଇଜିଟିଭି ଭିଡିଓ ସେୟାର କରିଥିଲେ। ଯେଉଁଥିରେ ଲକ୍ଷ୍ନୌର ଗୁଞ୍ଜନ ସକ୍ସେନାଙ୍କ ଲାଇଫ ଜର୍ଣ୍ଣିଂକୁ ବେଶ୍ ସୁନ୍ଦର ଉପସ୍ଥାପନ କରାଯାଇଥିବା ଦେଖାଯାଇଛି। ଏଥିରେ ଗୁଞ୍ଜନଙ୍କ ଡୟଲଗ ‘ପାପା କହତେ ହେଁ ପ୍ଲେନ ଚାହେ ଲଡକା ଉଡାୟେ ୟା ଲଡକି ଉସେ ପାଇଲଟି ହି କହତେ ହଁ’ ବେଶ ଉତ୍ସାହପ୍ରଦ। ଏହି ଭୂମିକାରେ ଜାହ୍ନବୀ ଅଭିନୟ କରିଛନ୍ତି। ଫିଲ୍ମଟି ଏପ୍ରିଲ ୨୪ ରେ ବକ୍ସ ଅଫିସରେ ମୁକ୍ତିଲାଭ କରିଥାନ୍ତା। ହେଲେ ଦେଶବ୍ୟାପି କରୋନା ଲକଡଉନ୍‌ ଯୋଗୁ ଏହା ସ୍ଥଗିତ ହୋଇଯାଇଥିଲା। ତେବେ ଓଟିଟି ପ୍ଲାଟଫର୍ମରେ ଏହା ରିଲିଜ୍ ହେବାକୁ ଥିଲେ ବି ଦିନ ଧାର୍ଯ୍ୟ ହୋଇନାହିଁ। ଫିଲ୍ମରେ ଜାହ୍ନବୀଙ୍କ ବ୍ୟତୀତ ପଙ୍କଜ ତ୍ରିପାଠୀ ଓ  ଅଙ୍ଗଦ ବେଦୀଙ୍କ ଭଳି କଳାକାର ମଧ୍ୟ ଅଭିନୟ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.