ଚତୁର୍ଥବାର ଇସ୍ରାଏଲର ପ୍ରଧାନମନ୍ତ୍ରୀ ହେଲେ ନେତାନ୍ୟହୁ

Published By : Prameya-News7 Bureau | May 17, 2020 IST

ଜେରୁଜେଲମ: ବେଞ୍ଜାମିନ୍ ନେତାନ୍ୟହୁ ରବିବାର ପୁଣି ଥରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ପୂର୍ବରୁ ୩ ଥର ସାଧାରଣ ନିର୍ବାଚନରେ ଦେଶର ନେତା ନିର୍ବାଚିତ ହେବା ପରେ ଗତ ଦେଢବର୍ଷରୁ ଅଧିକ କାଳ ହେଲା ନେତାନ୍ୟହୁ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିଲା। ତେବେ ସରକାର ଗଠନ ଲାଗି ବେନି ଗାଣ୍ଟଜ୍‌ଙ୍କ ସମର୍ଥନ ପରେ ନେତାନ୍ୟହୁ ଚତୁର୍ଥବାର ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି। 

{"id":271476,"sizeSlug":"large"}

ଗାଣ୍ଟଜ୍‌ଙ୍କୁ ସାଥୀରେ ନେଇ ପୁଣି ସରକାର ଗଢିବେ ବୋଲି ନେତାନ୍ୟହୁ ଗତମାସରୁ କହିସାରିଥିଲେ। ତେବେ ଗାଣ୍ଟଜ୍‌ଙ୍କ ସର୍ତ୍ତ ସମୀକ୍ଷା ପରେ ନେତାନ୍ୟହୁ ପଦଭାର ଗ୍ରହଣ କରିଛନ୍ତି। ସର୍ତ୍ତାନୁସାରେ ନେତାନ୍ୟହୁ ୧୮ମାସ ପ୍ରଧାନମନ୍ତ୍ରୀ ରହିବେ। ପରବର୍ତ୍ତି ୧୮ମାସ ଗାଣ୍ଟଜ୍ ପ୍ରଧାନମନ୍ତ୍ରୀ ହେବେ। ସେହିପରି ଉଭୟ ଦଳରୁ ସମାନ ସଂଖ୍ୟକ ସାଂସଦ ମନ୍ତ୍ରୀ ହେବା ସହ ବିଭିନ୍ନ ପ୍ରମୁଖ ପ୍ରସଙ୍ଗରେ ଉଭୟ ଦଳଙ୍କ ହାତରେ ଭିଟୋ କ୍ଷମତା ମଧ୍ୟ ରହିବ।

{"id":271477,"sizeSlug":"large"}

ଦେଶରେ କରୋନା ଭାଇରସ ଯୋଗୁ କଟକଣା କାରଣରୁ ଅର୍ଥବ୍ୟବସ୍ଥା ଉପରେ ଚାପ ପଡିଛି। ଏଣୁ ଅସମୟରେ ଦେଶକୁ ନିର୍ବାଚନରେ ନ ଫଶାଇ ସରକାର ଗଠନ ଲାଗି ନେତାନ୍ୟହୁଙ୍କ ପ୍ରସ୍ତାବରେ ଗାଣ୍ଟଜ୍‌ ରାଜି ହେବାରୁ ସରକାର ଗଠନ ହୋଇପାରିଛି। ଫଳରେ ଦେଶ ଦୀର୍ଘ ରାଜନୈତିକ ଗତିରୋଧରୁ  ମୁକ୍ତ ହୋଇଥିବା ବେଳେ ନୂଆ ସରକାର ମଧ୍ୟ ମିଳିଛି। ମନ୍ତ୍ରୀମଣ୍ଡଳରେ ଗାଣ୍ଟଜ୍ ପ୍ରତିରକ୍ଷାମନ୍ତ୍ରୀ ରହିବେ। ସେହିପରି ତାଙ୍କ ପ୍ରିୟ ମିତ୍ର ତଥା ଅବସରପ୍ରାପ୍ତ ସେନାମୁଖ୍ୟ ଗାବୀ ଅସ୍କେନାଜୀ ବିଦେଶମନ୍ତ୍ରୀ ହେବେ। ଏହା ସହ ନେତାନ୍ୟହୁ ଦେଶର ପ୍ରଧାନମନ୍ତ୍ରୀ ଅବସ୍ଥାପିତ ଥିବା ବେଳେ ଗାଣ୍ଟଜ୍‌ଙ୍କୁ ଦେଶର ଅତିରିକ୍ତ ପ୍ରଧାନମନ୍ତ୍ରୀ ନିଯୁକ୍ତ କରାଯିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.