‘ଗଲ୍ଫ ଚୁକ୍ତି’ ଲାଗି ନୋବେଲ୍‌ ନିମନ୍ତେ ସୁପାରିଶ୍‌ ହେଲା ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ନାଁ

Published By : Prameya-News7 Bureau | September 17, 2020 IST

ନୂଆଦିଲ୍ଲୀ ୧୭/୦୯: ଡୋନାଲ୍ଡ ଟ୍ରମ୍ପଙ୍କ ପରେ ଏବେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ନାମ ୨୦୨୧ ନୋବେଲ୍‌ ଶାନ୍ତି ପୁରସ୍କାର ପାଇଁ ସୁପାରିଶ୍‌‌ ହୋଇଛି । ମଙ୍ଗଳବାର ହ୍ବାଇଟ୍‌ ହାଉସ୍‌ରେ ୟୁଏଇ ଓ ବାହରିନ ମଧ୍ୟରେ ଲ୍ୟାଣ୍ଡମାର୍କ ସାମାନ୍ୟକରଣ (ନର୍ମାଲାଇଜେସନ୍‌) ବୁଝାମଣା ପାଇଁ ନେତାନ୍ୟାହୁଙ୍କୁ ନୋମିନେଟ୍‌ କରାଯାଇଥିବା ଜଣାପଡ଼ିଛି । ଇଟାଲି ସଂସଦର ଆଣ୍ଟି-ମାଇଗ୍ରାଣ୍ଟ ଲିଗ୍‌ ପାର୍ଟିର ସଦସ୍ୟ ପାଓଲୋ ଗ୍ରିମ୍‌ଓଲ୍ଡି ନେତାନ୍ୟାହୁଙ୍କ ନାଁ ସୁପାରିଶ୍‌ ‌ କରିଛନ୍ତି ।

wp:core-embed/twitter {"url":"https://twitter.com/GrimoldiPaolo/status/1306145877820665856","type":"rich","providerNameSlug":"twitter","className":""}
https://twitter.com/GrimoldiPaolo/status/1306145877820665856
/wp:core-embed/twitter

ଅନ୍ୟ ଏକ ଟ୍ବିଟ୍ ଜରିଆରେ ଗ୍ରିମ୍‌ଓଲ୍ଡି ଆଶା ପ୍ରକଟ କରିଛନ୍ତି ଯେ, ନେତାନ୍ୟାହୁଙ୍କ ସମେତ ଟ୍ରମ୍ପ ନୋବେଲ୍‌ ଶାନ୍ତି ପୁରସ୍କାର ପ୍ରାପ୍ତ କରିବେ । ୨୦୨୧ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ପୂର୍ବ ସପ୍ତାହରେ ଡୋନାଲ୍ଡ ଟ୍ରମ୍ପଙ୍କ ନାଁ ସୁପାରିଶ୍‌ କରିଥିଲେ ଜଣେ ନର୍‌ଓ୍ବେ ସାଂସଦ ।

 ନେତାନ୍ୟାହୁଙ୍କ ଲିକୁଡ୍‌ ପାର୍ଟିର ପୂର୍ବତନ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଆୟୁବ କାରା ଟ୍ବିଟ୍‌ କରି ଲେଖିଛନ୍ତି,  ତାଙ୍କ ନେତୃତ୍ବାଧୀନ ଏକ ସଂଗଠନ ନେତାନ୍ୟାହୁ ଓ ଟ୍ରମ୍ପଙ୍କ ସମେତ ୟୁଏଇ ଓ ବାହରିନର ନେତାଙ୍କ ନାଁ ସୁପାରିଶ୍‌‌ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.