ନେତାଜୀ ସୁବାଷ ବୋଷଙ୍କ ଭାଣିଜୀ ଚିତ୍ରା ଘୋଷଙ୍କ ଦେହାନ୍ତ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
8/01/2021 at 10:05 PM

Image Courtesy : indianexpress
ନୂଆଦିଲ୍ଲୀ ୦୮/୦୧ : ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଭାଣିଜୀ ତଥା ବିଶିଷ୍ଟ ଶିକ୍ଷାବିତ୍ ଚିତ୍ରା ଘୋଷଙ୍କର ୯୦ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଚିତ୍ରା ଘୋଷଙ୍କ ଭଣଜା ତଥା୍ୟ ବିଜେପି ନେତା ଚନ୍ଦ୍ର କୁମାର ବୋଷ ।
ସେ ଟ୍ବିଟ୍ କରି ଲେଖିଛନ୍ତି, ଶରତ ଚନ୍ଦ୍ର ବୋଷଙ୍କର ସାନ ଝିଅ ଏବଂ ବିଶିଷ୍ଟ ଶିକ୍ଷାବିତ୍ ଚିତ୍ରା ଘୋଷଙ୍କର ହୃଦଘାତରେ ଦେହାନ୍ତ ହୋଇଯାଇଛି । ସେ ଜଣେ ବିଶିଷ୍ଟ ଶିକ୍ଷୟିତ୍ରୀ ଥିଲେ ଏବଂ ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ଗଢିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ ଲେଖିଛନ୍ତି, ‘ଚିତ୍ରା ଘୋଷଙ୍କ ଦେହାନ୍ତ ଏକ ଅପୂରଣୀୟ କ୍ଷତି । ଏକାଡେମିକ୍ସ ଏବଂ ସମାଜ ସେବାରେ କ୍ଷେତ୍ରରେ ପ୍ରଫେସର ଚିତ୍ରା ଘୋଷଙ୍କ ଅବଦାନ ଅତୁଳନୀୟ । ମୁଁ ତାଙ୍କ ସହିତ ବ୍ୟକ୍ତିଗତ ଭାବେ ଅନେକ ସମୟ ବିତାଇଛି । ଆମେ ନେତାଜୀ ସୁବାଷ ବୋଷଙ୍କ ସହ ସମ୍ବନ୍ଧୀୟ ଫାଇଲଗୁଡିକର ଡିକ୍ଲାସିଫିକେସନ୍ ପାଇଁ ମଧ୍ୟ ଆଲୋଚନା କରିଛୁ । ତାଙ୍କର ଦେହାନ୍ତ ଏକ ଅପୂରଣୀୟ କ୍ଷତି, ତାଙ୍କ ପରିବାରକୁ ସମବେଦନା, ଓଁ ଶାନ୍ତି’ ।
ଚିତ୍ରା ଘୋଷ ଲେଡି ବ୍ରାବର୍ନ କଲେଜରେ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଥିଲେ । ଗୁରୁବାର ଅପରାହ୍ନରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି ।
Related Posts
ଫୁସ୍ଫୁସ୍କୁ କରୋନାରୁ ରକ୍ଷା କରୁଛି ଧୂମପାନ !
23 January 2021