ନେତାଜୀଙ୍କ Audi କାର, ଶେଷ ଥର ପାଇଁ କଲିକତାରୁ ଗୋମୋ Drive କରିଥିଲେ ସୁଭାଷ

Published By : Prameya-News7 Bureau | January 23, 2020 IST

କୋଲକାତା ୨୩।୧: ଜାନୁୟାରୀ ୨୩ ତାରିଖରେ ସାରା ଦେଶ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୪ତମ ଜୟନ୍ତୀ ପାଳନ କରିଛି। ତେବେ ୧୯୪୧ ମସିହାରେ ନେତାଜୀ  ସ୍ୱାଧୀନତା ଲାଗି ଯେତେବେଳେ ଦେଶ ଛାଡିବାକୁ ମନସ୍ତ କଲେ ସେତେବେଳେ ସେ ଜର୍ମାନ ନିର୍ମିତ ଏକ ଅଡିକାରରେ ଫେରାର ହୋଇଯାଇଥିଲେ। ନେତାଜୀ ଏଥିଲାଗି  ଯେଉଁ କାର ବ୍ୟବହାର କରିଥିଲେ ତାହା ଥିଲା ଏକ Audi Wanderer W24 ସେଲୁନ କାର। ଯାହାକୁ ନିକଟରେ ରିଟାୟାର କରାଯାଇଛି।

{"align":"center","id":215011,"width":446,"height":618,"sizeSlug":"large"}

କାରରେ ସୁଭାଷ ୩୦୦ କିଲୋମିଟର ଯାତ୍ରା କରିଥିଲେ
ନେତାଜୀ ଫେରାର ହେବା ପୂର୍ବରୁ ବ୍ରିଟିଶ ସରକାର ନେତାଜୀଙ୍କୁ ନଜରବନ୍ଦୀ କରିଥିଲେ। କୋଲକାତା ଲେଡି ଏଲଗିନ ରୋଡସ୍ଥିତ ତାଙ୍କ କୋଠିରେ ସେ ନଜରବନ୍ଦୀ ଥିବା ବେଳେ ୧୬ ଜାନୁୟାରୀ ୧୯୪୧ରେ ତାଙ୍କ ପୁତୁରା ଶିଶିର କୁମାର ବୋଷଙ୍କ ସହ ଏକ ବୀମା ଏଜେଣ୍ଟ ବେଶରେ ଘରୁ ଖସି ପଳାଇଥିଲେ। ସେତେବେଳେ ସେ ଏହି ଅଡି କାରରେ କୋଲକାତାରୁ ୩୦୦ କିଲୋମିଟର ଦୂର ଏବେକା ଝାରଖଣ୍ଡର ଧାନବାଦସ୍ଥିତ ଗୋମୋ ରେଳ ଷ୍ଟେସନକୁ ଯାଇଥିଲେ। ଏହି ଗାଡିର ରେଜିଷ୍ଟ୍ରେସନ ନମ୍ବର ଥିଲା BLA 7169 ଯାହାକୁ ସୁଭାଷଙ୍କ ବଡ ଭାଇ ଶରତ ଚନ୍ଦ୍ର ବୋଷ ଓ ପୁତୁରା ଶିଶିର ୧୯୩୭ ମସିହାରେ କିଣିଥିଲେ।

{"id":215012,"sizeSlug":"large"}

ଧାନବାଦର ବନ୍ଦ ପ୍ଲାଣ୍ଟରେ ପରିତ୍ୟକ୍ତ ପଡିଥିଲା କାର
ନେତାଜୀ ଫେରାର ହେବା ପରେ ତାଙ୍କ କାରର ବି ପତା ମିଳିନଥିଲା। ତେବେ ଧାନବାଦର ଏକ ବନ୍ଦ ପ୍ଲାଣ୍ଟର ୱେର ହାଉସରେ ଏହି କାରଟିକୁ ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ବୋଲି କୁହାଯାଏ। ତେବେ ଶିଶିର ବୋଷଙ୍କ ପୁତ୍ର ସୁଗାତା ବୋଷ ଏହି କାରଟି ସମ୍ପର୍କରେ ଜାଣିବା ପରେ ତାକୁ ଭିଣ୍ଟେଜ୍ ରିଷ୍ଟୋରେସନ କରାଇବାକୁ ଉଦ୍ୟମ କରିଥିଲେ। କୋଲକାତା ଅଟୋ ୟୁନିୟନର ୧୦ ଜଣ ମେକାନିକ୍ ରିଷ୍ଟୋରେସନ ମାଷ୍ଟର ଭାବେ ପ୍ରଖ୍ୟାତ ‘ଫାଦର ଏଣ୍ଟ ସନସ୍ ରିଷ୍ଟୋରେସନ’ ମାଲିକ ପଲ୍ଲବ ରାୟଙ୍କ ନେତୃତ୍ୱରେ କାରର ପୁଣି ରିଷ୍ଟୋରେସନ ହୋଇଥିଲା। ୧୯୩୦-୪୦ରେ ନେତାଜୀ ଏହି କାରକୁ ତାଙ୍କର ଗସ୍ତ କାର୍ଯ୍ୟକ୍ରମ ଲାଗି ପ୍ରାୟତଃ ବ୍ୟବହାର କରୁଥିଲେ। ସେତେବେଲେ ନେତାଜୀ ଟାଟା ଲେବର ଆସୋସିଏସନର ଅଧ୍ୟକ୍ଷ ଥିଲେ।

{"id":215013,"width":582,"height":378,"sizeSlug":"large"}

ଏହା ଥିଲା ଦେଶର ପ୍ରଥମ Audi
ଶିଶିର ବୋଷ ଏହି କାରଟିକୁ ୧୯୫୭ ମସିହା ପର୍ଯ୍ୟନ୍ତ ବ୍ୟବହାର କରୁଥିଲେ। ପରେ ନେତାଜୀ ରିସର୍ଚ୍ଚ ବ୍ୟୁରୋକୁ ଦାନ କରିଦିଆଯାଇଥିଲା। ଏବେ  କାର ଐତିହାସିକ ଧରୋହର ଭାବେ ନେତାଜୀଙ୍କ ଲେଡି ଏଲଗିନ ରୋଡସ୍ଥିତ କୋଠିରେ ଛିଡାହୋଇ ରହିଛି। ତେବେ ସବୁଠାରୁ ବଡ କଥା ହେଲା ଏବେ ବଜାରରେ ଉପଲବ୍ଧ ହେଉଥିବା ଅଡି କ୍ୟୁ-୫ର ହ୍ୱିଲ ବେସ୍ ୱାଣ୍ଡରର ଡବ୍ଲୁ-୨୪ ସହ ସମାନ। ସେତେବେଳେ ସାରା ବିଶ୍ୱରେ ଅଡି ମୋଟ ୨୨ ହଜାର ୫୦୦ଟି ମଡେଲ ବିକିଥିଲେ। ଏଥିରେ ଶିଶିର କୁମାର ବୋଷ  କିଣିଥିବା ଅଡି କାରଟି ଭାରତକୁ ଆସିଥିବା ପ୍ରଥମ ଅଡି କାର ଥିଲା।

{"id":215014,"width":579,"height":376,"sizeSlug":"large"}

ଘଣ୍ଟାପ୍ରତି ୧୦୫ କି.ମି.ବେଗରେ ଗତିକରିପାରୁଥିଲା କାର
ସୁଭାଷଚନ୍ଦ୍ର ବୋଷଙ୍କ ଅଡି କାରଟି ୧୯୩୭ ମଡେଲର ଥିଲା। ଏହା ଏକ ୧୭୬୭ ସିସି ୪-ସିଲିଣ୍ଡର ଇଞ୍ଜିନର କାର। ଯାହାର ଟପ୍ ସ୍ପିଡ ଥିଲା ଘଣ୍ଟାପ୍ରତି ୧୦୫ କିଲୋମିଟର। ୪-ସ୍ପିଟ୍ ମାନୁଆଲ ଟ୍ରାନ୍ସମିସନ କାରର ଫୁଏଲ ଟ୍ୟାଙ୍କ କ୍ଷମତା ଥିଲା ୪୦ ଲିଟର। ଏହା ଏକ ୪ଟି ଦ୍ୱାର ଥିବା ସେଲୁନ କାର ଥିଲା।

{"id":215015,"width":582,"height":392,"sizeSlug":"large"}

Wanderer  କମ୍ପାନୀ ଥିଲେ କାରର ନିର୍ମାତା
Wanderer W24 କାରକୁ ଜର୍ମାନର Wanderer କମ୍ପାନୀ ନିର୍ମାଣ କରିଥିଲେ। ଏହି କମ୍ପାନୀ ସେତେବେଳେ କାର, ଭ୍ୟାନ, ମୋଟରସାଇକେଲ ଓ ସାଇକେଲ ଆଜି ନିର୍ମାଣ କରୁଥିଲା। ୧୮୯୬ ମସିହାରେ ଏହି କମ୍ପାନୀର ସ୍ଥାପନା ହୋଇଥିଲା। ତେବେ ୧୯୩୨ ମସିହାରେ ଅଟୋ ୟୁନିୟନ ଅଡିର ଏକ ଅଂଶ ହୋଇଯାଇଥିଲା ୧୯୪୫ ମସିହାରେ କମ୍ପାନୀଟି କାର୍ଯ୍ୟ କରିବା ବନ୍ଦ କରିଦେଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.