ଫ୍ରାନ୍ସ ସେନା ଫାଇଲରେ ରହିଛି ନେତାଜୀଙ୍କ ମୃତ୍ୟୁ ରହସ୍ୟ , କିନ୍ତୁ ତାହା ୧୦୦ ବର୍ଷ ହେଲା ବନ୍ଦ : ଚିତାଭସ୍ମର ଡିଏନଏ ପରୀକ୍ଷାରୁ ଆସିପାରେ ସତ

Published By : Prameya-News7 Bureau | December 21, 2019 IST

ନୂଆଦିଲ୍ଲୀ ୨୧।୧୨: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁ ଏବେ ବି ସନ୍ଦେହରେ ।କାରଣ ୧୯୪୫ ରେ ବିମାନ ଦୁର୍ଘଟଣାରେ ଏହି ମହାନ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା କଥାକୁ ଅନେକ ମାନିବାକୁ ନାରାଜ । ଏପରିକି ନେତାଜୀଙ୍କ ପରିବାର ସଦସ୍ୟ ବି ମାନନ୍ତିନି । ଦୀର୍ଘଦିନ ଧରି ୧୯୫୬ର ସାହା ନୱାଜ କମିଟି ଏବଂ ୧୯୭୦ ର ଖୋସଲା କମିଶନଙ୍କ ରିପୋର୍ଟ ସହ ସମ୍ମତ ହୋଇପାରି ନାହାନ୍ତି ସେମାନେ ।ଯଦିଓ ଏବେ ସେମାନଙ୍କ ମତ ହେଲା ୧୯୪୫  ଅଗଷ୍ଟ ୧୮ରେ ତାଇୱାନ ( ତତ୍କାଳୀନ ତାଇହୋକୁ)ରେ ନେତାଜୀଙ୍କ ମୃତ୍ୟୁ ହୋଇଥିବା ସେମାନେ ମନେ କରନ୍ତି । ତଥାପି ଚନ୍ଦ୍ରା ବୋଷ ଙ୍କ ସହ ନେତାଜୀଙ୍କ ୩୫ ଜଣ ଆତ୍ମୀୟ ଟୋକିଓର ରେଙ୍କୋଜୀ ମନ୍ଦିରରେ ଥିବା ନେତାଜୀଙ୍କ ଚିତାଭସ୍ମର ଡିଏନଏ ପରୀକ୍ଷା ପାଇଁ ଏବେ ବି ଦାବି କରନ୍ତି ।ସେଥିଲାଗି ଭାରତକୁ ଜାପାନ ସେହି ଚିତାଭସ୍ମ ହସ୍ତାନ୍ତର କରିବାକୁ ଦାବି କରନ୍ତି ନେତାଜୀ ବଂଶଧର ।ଏପରିକି  ଏନେଇ ଜାପାନ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଏନେଇ ଦାବି କରିବାକୁ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ ବି କରିଥିଲେ । ଯଦିଓ ଜାପାନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ସ୍ଥଗିତ ରହିଛି ।

{"id":200626,"width":582,"height":680,"sizeSlug":"large"}

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁ ନେଇ ରହସ୍ୟ ବେଳେ କିଛି ତଥ୍ୟ ବିମାନ ଦୁର୍ଘଟଣା ଜନୀତ ନେତାଜୀଙ୍କ ମୃତ୍ୟୁ ଖବରକୁ ଖଣ୍ଡନକରେ । ତେବେ ଫ୍ରାନ୍ସ ସେନା ପାଖରେ ଥିବା କିଛି ଗୁପ୍ତ ଫାଇଲରେ ନେତାଜୀଙ୍କ ମୃତ୍ୟୁର ରହସ୍ୟ ଥିବା ଆଶଙ୍କା କରାଯାଏ । ପ୍ୟାରିସରେ ରହୁଥିବା ଐତିହାସୀକ ଜେବିପି ମୋରେ ଫ୍ରେଞ୍ଚ ସେନା ପାଖରେ ଥିବା ଏପରି ଗୁପ୍ତ ଫାଇଲ ସବୁକୁ ଦେଖିବାକୁ ଏବଂ ତାହାର ଅନୁଶୀଳନ କରିବାକୁ ଚେଷ୍ଟାକରିଥିଲେ ।କାରଣ ସେହି ଫାଇଲ ନେତାଜୀଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠାଇବାରେ ସମର୍ଥ ହୋଇଥାନ୍ତା । କିନ୍ତୁ ଫ୍ରେଞ୍ଚ ସେନା କର୍ତ୍ତୁପକ୍ଷ ରାଜି ହୋଇନଥିଲେ।  ମୋରେଙ୍କ ଅନୁରୋଧକୁ  ମଧ୍ୟ ଅଗ୍ରାହ୍ୟ କରିଥିଲେ ଫ୍ରେଞ୍ଚ ନ୍ୟାସନାଲ ଆର୍କାଇଭାଲ  ଅଥରିଟିଜ୍। ଫ୍ରେଞ୍ଚ ଜାତୀୟ ଅଭିଲେଖାଗାର ଦର୍ଶାଇଥିଲେ ଯେ,  ସେସବୁ ଫାଇଲ ୧୦୦ ବର୍ଷ ହେବ ବନ୍ଦ କରିଦିଆଯାଇଛି। ତାହାକୁ ଖୋଲାଯିବା ଅସମ୍ଭବ।

{"id":200643,"sizeSlug":"large"}

ତେବେ ବି , ଜେବିପି ମୋରେ ତାଙ୍କ ଗବେଷଣାରୁ ଓହରି ନଥିଲେ । ସେ କୁହନ୍ତି, ସେ ନିଶ୍ଚିତ ଯେ, ସାଇଗନ୍‌ରେ ହିଁ ନେତାଜୀ ଶେଷ ନିଶ୍ବାସ ନେଇଥିଲେ । ଭିଏତନାମର ବଟ କଟିନେଟ ଜେଲ୍‌ରେ ନେତାଜୀଙ୍କ ଶେଷ ସମୟ କଟିଥିବା ତାଙ୍କର ବିଶ୍ବାସ ଅଧିକ ବୋଲି କୁହନ୍ତି ମୋରେ ।ଫ୍ରେ଼ଞ୍ଚ ଗୋଇନ୍ଦା ସଂସ୍ଥାର ରେକର୍ଡ ଏବଂ ତଥ୍ୟ ଆଧାରରେ ସେ ଏହା ମନେ କରୁଥିବା କୁହନ୍ତି ।ତେବେ ଏ ସଂପର୍କୀତ ଗୋଟିଏ ଗୁରୁତ୍ବପୂର୍ଣ୍ଣ ଫାଇଲ ଫ୍ରେଞ୍ଚ ସେନା ପାଖରେ ରହିଛି । ସେହି ଫାଇଲରେ ସାଇଗନ୍‌ରେ ନେତାଜୀ ସୁଭାଷ ଏବଂ ତାଙ୍କ ପ୍ରତିଷ୍ଠିତ ଇଣ୍ଡିଆନ ନ୍ୟାସନାଲ ଆର୍ମୀ ସଂପର୍କୀତ ତଥ୍ୟ ମଧ୍ୟ ରହିଛି ।ସେହି ଫାଇଲ ଦେଖିବାରୁ ଫ୍ରେଞ୍ଚ ସେନା ମନାକରିବାରେ ଆଶ୍ଚର୍ଯ୍ୟ ହୋଇଥିଲେ ମୋରେ ।ତେବେ ୧୯୪୫ ମସିହା ସେପ୍ଟେମ୍ବରରର କୌଣସି ଏକ ତାରିଖରେ ସାଇଗନ୍‌ରେ ସୁଭାଷ ବୋଷଙ୍କ ମୃତ୍ୟୁ ହୋଇଥିବା ମନେ କରନ୍ତି ଐତିହାସୀକ ମୋରେ । ଆଉ ସେହି କାରଣ ପାଇଁ ଫ୍ରେଞ୍ଚ ସେନା ସେହି ନିର୍ଦ୍ଦିଷ୍ଟ ଫାଇଲ ଖୋଲୁନଥିବା ମୋରେ ଯୁକ୍ତି କରନ୍ତି  ।

{"id":200642,"sizeSlug":"large"}

 ତେବେ  ମୋରେଙ୍କ ବଡ ଯୁକ୍ତିଟି ହେଲା ନେତାଜୀ ବିମାନ  ଦୁର୍ଘଟଣାରେ ମରିନାହାନ୍ତି । ଫ୍ରେଞ୍ଚ ଜାତୀୟ ଅଭିଲେଖାଗାରରୁ ମିଳିଥିବା ଏକ ଦସ୍ତାବେଜ୍‌ରୁ ଏପରି ସନ୍ଦେହ କରନ୍ତି ମୋରେ । ତାହା ଥିଲା  ଫ୍ରାନ୍ସ ଗୋଇନ୍ଦା ସଂସ୍ଥାର ରିପୋର୍ଟ । ୧୯୪୭ ମସିହା ଡିସେମ୍ବର ୧୧ ତାରିଖରେ ଏହି ରିପୋର୍ଟ ଦିଆଯାଇଥିଲା ।ତାହା ବୋଷଙ୍କ ମୃତ୍ୟୁ ବିମାନ ଦୁର୍ଘଟଣାରେ ହୋଇନଥିବା ପ୍ରମାଣିତ କରୁଥିବା ମୋରେ କହିଛନ୍ତି ।  ତାଇପେଇରେ ବିମାନ ଦୁର୍ଘଟଣାରେ ବୋଷଙ୍କ ମୃତ୍ୟୁ ହୋଇଥିବା ଅଧିକତର ଭାବେ କୁହାଯାଉଥିଲେ ବି ଏହା ସତ ନୁହେଁ ବୋଲି ଯୁକ୍ତି କରନ୍ତି ଫ୍ରେଞ୍ଚ ଐତିହାସୀକ। 

{"id":200641,"sizeSlug":"large"}

ସେ କୁହନ୍ତି, ଟେକିଓରେ ରଖାଯାଇଥିବା ନେତାଜୀଙ୍କ ଭସ୍ମାବଶେଷର ଡିଏନଏ ଟେଷ୍ଟ କରାଯିବା ଦରକାର । ତେବେ ତାହା କେବେ ହୋଇ ନଥିବା ଜଣାଯାଏ ।ଏହା ସହ ବୋଷ ଚୀନ୍ ବା ଋଷିଆକୁ ଖସିପଳାଇଯାଇଥିବା ଖବର କୁ ମଧ୍ୟ ମୋରେ ଖଣ୍ଡନ କରନ୍ତି । କିଛି ମନ୍ଦ ଉଦ୍ଦେଶ୍ୟରେ ସେଭଳି ଖବର ପ୍ରଚାରିତ ହୋଇଥିବା ଦର୍ଶଇ ମୋରେ କୁହନ୍ତି, ୧୯୪୫ ଅଗଷ୍ଟ ୧୭ ପରେ ସାଇଗନ୍‌ରେ ନେତାଜୀଙ୍କୁ ଗିରଫ କରାଯାଇଥିଲା । ତାହାକୁ ଲୁଚାଇବାକୁ ସେତେବେଳେ ନେତାଜୀ ଋଷ କିମ୍ବା ଚୀନ ଖସିଯାଇଥିବା ଖବର ପ୍ରଚାରିତ ହୋଇଥିଲା ।

{"id":200640,"sizeSlug":"large"}

ତେବେ ଅଗଷ୍ଟ ୧୭ ପରେ ସାଇଗନ୍‌ରେ ନେତାଜୀଙ୍କ ଗିରଫ ଖବର ଫ୍ରେଞ୍ଚ ସିକ୍ରେଟ ସର୍ଭିସ ରେକର୍ଡର ଏକ ଆଟେଷ୍ଟେଡ୍‌ ତଥ୍ୟ ବୋଲି ମୋରେ  କହିବା ସହ, ଏଥିରୁ ସେହି ସେପ୍ଟେମ୍ବରରେ ନେତାଜୀଙ୍କ ମୃତ୍ୟୁ ହୋଇଥିବା  କହିଛନ୍ତି ।ତେବେ ଫରାସୀ କ୍ୟାପ୍ଟେନ୍‌ ପାୱେଲଙ୍କ ରିପୋର୍ଟ ଫାଇଲ ହିଁ ଗୁରୁତ୍ବ ପୂର୍ଣ୍ଣ ବୋଲି ଦର୍ଶାଇଛନ୍ତି ମୋରେ । କ୍ୟାପଟେନ ପାୱେଲ ଅଗଷ୍ଟ ୧୯୪୫ ରେ ସାଇଗନପୋଲିସ ମୁଖ୍ୟ ଥିଲେ ଓ ସେ ୧୯୪୬ ପର୍ଯ୍ୟନ୍ତ ଦାୟିତ୍ତ୍ବରେ ଥିଲେ । ତେଣୁ ପାୱେଲଙ୍କ ରିପୋର୍ଟ ଫାଇଲ ହିଁ ରହସ୍ୟ ଉପରୁ ପରଦା ହଟାଇବ ବୋଲି ମୋରେ ଯୁକ୍ତି ରଖନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.