ଭିଏତନାମ ସାଇଗନରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଓଡ଼ିଆ ପୁଅ

Published By : Prameya-News7 Bureau | January 23, 2022 IST

ଭୁବନେଶ୍ୱର ୨୩।୦୧: ନେତାଜୀଙ୍କ ୧୨୫ତମ ଜନ୍ମ ଶତବାର୍ଷିକୀ ଦେଶ ପାଳନ କରୁଛି l ଏହି ଅବସରରେ  ଭିଏତନାମର ସାଇଗନରେ ଓଡ଼ିଆ ପୁଅ ସତ୍ୟ ସୁତାର ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି l ଏହାସହ ସେଠାରେ ସେ ରାଷ୍ଟ୍ରୀୟ ସଂଗୀତ ଗାନ କରିଛନ୍ତି I

{"id":578229,"width":729,"height":413,"sizeSlug":"full","linkDestination":"none"}

ଭିଏତନାମ ସାଇଗନରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଓଡ଼ିଆ ପୁଅ ସତ୍ୟ ସୁତାର । ଚଳିତ ବର୍ଷ ଠାରୁ ପ୍ରତି ବର୍ଷ ନେତାଜୀ ଯାଇଥିବା ଭିନ୍ନ ଭିନ୍ନ ଦେଶକୁ ଯାଇ ଏଭଳି ଭାବେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ ବୋଲି କହିଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଫକୀରପୁର ଗ୍ରାମର ଓଡ଼ିଆ ପୁଅ ସତ୍ୟ ସୁତାର । ସିଙ୍ଗାପୁରରେ ଏକ ମଲ୍ ଟି ନ୍ୟାସନାଲ କମ୍ପାନୀରେ କାର୍ଯ୍ୟରତ ଅଛନ୍ତି । କିଛି ବର୍ଷ ପରେ ଜନ୍ମଭୂମି ଫେରିବି, କିନ୍ତୁ ତା ପୂର୍ବରୁ ବିଦେଶରେ ଶେଷ ଇଚ୍ଛାର ପ୍ରଥମ ସୋପାନ ଚଳିତ ବର୍ଷ ଆରମ୍ଭ କରୁଛି ବୋଲି କହିଛନ୍ତି ସତ୍ୟ ସୁତାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.