ନିଆରା ପରମ୍ପରା -ଶାରଦୀୟ ଦୂର୍ଗାପୂଜାରେ ସେବାୟତ ଘରେ କୁମାରୀ କନ୍ୟା ହୋଇଥାଆନ୍ତି ନେତ ପିଲା

Published By : Prameya-News7 Bureau | October 04, 2019 IST

 ପୁରୀ ୦୪।୧୦ - ନେତପିଲା ପୁରୀ ସେବାୟତ ସମ୍ପ୍ରଦାୟର ଏକ ବିଶେଷ ପର୍ବ। ଶାରଦୀୟ ପୂଜା ଅବସରରେ ସେବାୟତ କୁଳର କୁମାରୀ କନ୍ୟାମାନେ ପାରମ୍ପରିକ ବେଶ ଓ ଅଳଙ୍କାରରେ ଭୂଷିତ ହୋଇ ପୂଜାର୍ଚ୍ଚନା କରିଥାନ୍ତି। ଉତ୍ତମ ବର ପ୍ରାପ୍ତି ପାଇଁ ହରପାର୍ବତୀଙ୍କ ବ୍ରତ ପାଳନ ସହିତ ନିଜ ସମ୍ପର୍କୀୟ ଓ ବନ୍ଧୁବାନ୍ଧବଙ୍କ ଘରକୁ ବୁଲିଯିବାର ବିଧି ରହିଛି।  

{"id":166290}

ଶ୍ରୀମନ୍ଦିରର ସେବାୟତ ସମ୍ପ୍ରଦାୟରେ ନେତପିଲା ଏକ ସ୍ୱତନ୍ତ୍ର ପର୍ବଭାବେ ପାଳନ କରାଯାଏ। ଉତ୍ତମ ବର ପ୍ରାପ୍ତି ପାଇଁ ଏହି ସେବାୟତ କୁଳର କିଶୋରୀ କନ୍ୟାମାନେ ମାର୍କଣ୍ତ ପୁଷ୍କରଣୀ ଠାରେ ଏହି ପୂଜାର୍ଚ୍ଚନା କରିଥାନ୍ତି। ହରପାର୍ବତୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ୨୧ଦିନ ଧରି ବଳି ପୂଜା କରିଥାନ୍ତି ଏହି କନ୍ୟାମାନେ। ଏହି ୨୧ଦିନର ଶେଷ ୪ଦିନ ପାରମ୍ପରିକ ବେଶ ସହ ବିଭିନ୍ନ ଅଳଙ୍କାରରେ ନିଜକୁ ସଜାଇଥାନ୍ତି ଏହି ନେତପିଲା ମାନେ। ଏହି ପାରମ୍ପରିକ ବେଶରେ ମାର୍କଣ୍ତ ପୁଷ୍କରିଣୀକୁ ଯାଇ ପୁଷ୍କରିଣୀ କୁଳରେ ବସି ବଡ଼ ନିଷ୍ଠାର ସହିତ ପୂଜାର୍ଚ୍ଚନା କରିଥାନ୍ତି। ଏହି ଅବସରରେ ସେମାନେ ବଳିଗୀତ ଗାନ କରିବାର ମଧ୍ୟ ପରମ୍ପରା ରହିଛି।

{"id":166291}

ଆଶ୍ୱୀନ ମାସର ପଞ୍ଚମୀ, ଷଷ୍ଠୀ ଓ ସପ୍ତମୀ ତିଥିରେ ଏହି ପର୍ବକୁ ପାଳନ କରାଯାଏ। କନ୍ୟାମାନେ ଏହି ବେଶଭୂଷାରେ ସେମାନଙ୍କ ସମ୍ପର୍କୀୟ ଓ ବନ୍ଧୁବାନ୍ଧବ ମାନଙ୍କ ଘରକୁ ବୁଲି ଯାଇଥାନ୍ତି। ଏହି ପର୍ବ ଅବସରରେ ସେବାୟତ ମାନଙ୍କ ଘର ଗୁଡ଼ିକ ଉତ୍ସବ ମୁଖର ହୋଇ ଉଠିଥାଏ। କାହିଁ କେଉଁ କାଳରୁ ଶ୍ରୀକ୍ଷେତ୍ରରେ ଏଭଳି ନିଆରା ପରମ୍ପରା ପାଳିତ ହୋଇ ଆସୁଛି ସେବାୟତଙ୍କ କୂଳରେ।

{"id":166292,"width":561,"height":440}

ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ ନେତପିଲା ମାନେ ଆଗେ ବହୁ ସଂଖ୍ୟାରେ ସହରସାରା ଦେଖିବାକୁ ମିଳୁଥିବା ବେଳେ ଗତ କିଛି ବର୍ଷ ହେବ ଧିରେ ଧିରେ ଏହା ଫିକା ପଡ଼ିବାରେ ଲାଗିଛି ଯାହାକି ଏବେ ଏହି ପାରମ୍ପରିକ ସଂସ୍କୃତି ବିଲୁପ୍ତ ହେବାକୁ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.