Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଭାରତରେ ସବୁଠାରୁ ଅଧିକ ଦରମା ପାଉଛନ୍ତି ନେସ୍‌ଲେ ସିଇଓ, ଘରକୁ ନିଅନ୍ତି ୧୭ କୋଟି ୧୯ ଲକ୍ଷ

10/09/2021 at 6:08 PM

ନୂଆଦିଲ୍ଲୀ, ୧୦/୦୯: ଭାରତରେ ଏମିତି ଲୋକ ଅଛନ୍ତି ଯିଏ ମାସକୁ କୋଟି କୋଟି ଟଙ୍କା ଦରମା ପାଇଥାନ୍ତି । ସାଧାରଣ ଲୋକଟିଏ ମାତ୍ର କିଛି ଟଙ୍କା ପାଇଁ ସଂଘର୍ଷ କରୁଥିବା ବେଳେ ସେମାନଙ୍କ ଦକ୍ଷତା କାରଣରୁ କମ୍ପାନୀ ତାଙ୍କୁ ମୋଟା ଅଙ୍କର ଦରମା ପ୍ରଦାନ କରିଥାଏ । ଏହା ସରକାରୀ କ୍ଷେତ୍ରରେ ସମ୍ଭବ ନୁହେଁ । କିନ୍ତୁ ଭାରତର ବଡ଼ ବଡ଼ କମ୍ପାନୀମାନେ ଏହାର ପରିଚାଳନା ନିର୍ଦ୍ଦେଶକଙ୍କୁ ଏହି ରକମର ଦରମା ପ୍ରଦାନ କରୁଥିବା ଦେଖାଯାଏ ।

ଖାଦ୍ୟ ପ୍ରକ୍ରୀୟାକରଣ ତଥା ପ୍ରସ୍ତୁତକାରୀ କମ୍ପାନୀ ନେସ୍‌ଲେ ଇଣ୍ଡିଆର ସିଇଓ ବା ପରିଚାଳନା ନିର୍ଦ୍ଦେଶକ ସୁରେଶ ନାରାୟଣଙ୍କ ଦରମା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇପାରନ୍ତି । କାରଣ ତାଙ୍କର ଦରମା କିଛି ଲକ୍ଷରେ ସୀମିତ ନୁହେଁ । ସେ ଏବେ ଖାଦ୍ୟ ପ୍ରସ୍ତତକାରୀ କମ୍ପାନୀଙ୍କ ମଧ୍ୟରେ ଭାରତର ସବୁଠାରୁ ଅଧିକ ବେତନ ପାଉଥିବା ସିଇଓ । ତାଙ୍କ ଦରମା ୧୭ କୋଟି ୧୯ ଲକ୍ଷ । ସେ HULର ସିଏମ୍‌ଡି ସଞ୍ଜୀବ ମେହଟାଙ୍କୁ ପଛରେ ପକାଇ ଭାରତର FMCG ଶିଳ୍ପ କ୍ଷେତ୍ରରେ ଅଧିକ ଦରମା ପାଉଥିବା ବ୍ୟକ୍ତି ହୋଇଛନ୍ତି ।

ନାରାୟଣଙ୍କ ଦରମାରେ ୬.୩ ପ୍ରତିଶତ ବୃଦ୍ଧି ହୋଇ ବର୍ତ୍ତମାନ ୧୭.୧୯ କୋଟି ଦରମା ସେ ପାଉଥିବା ନେସ୍‌ଲେର ୨୦୨୦ ବାର୍ଷିକ ରିପୋର୍ଟରେ ଦର୍ଶାଯାଇଛି । ୨୦୧୯ରେ ତାଙ୍କ ଦରମା ୧୬.୧୭ କୋଟି ଟଙ୍କା ରହିଥିଲା । ତେବେ ପୂର୍ବରୁ ସଞ୍ଜୀବ ମେହଟାଙ୍କ ଦରମା ସବୁଠାରୁ ଅଧିକ ରହିଥିଲା । ସେ ୨୦୨୦ରେ  ୧୯.୪୨ କୋଟି ଟଙ୍କା ପାଉଥିବା ବେଳେ ୨୦୨୧ରେ ଏଥିରେ ୨୧ ପ୍ରତିଶତ ହ୍ରାସ କରିଥିଲା କମ୍ପାନୀ । ଯାହାଫଳରେ ତାଙ୍କ ଦରମା ୧୫.୪ କୋଟିକୁ ଖସି ଆସିଥିଲା । ଫଳରେ ସେ ଦ୍ୱିତୀୟ ସ୍ଥାନରେ ରହିଥିଲେ । ତାଙ୍କ ପରେ ମାରିକୋ କମ୍ପାନୀର ସୌଗତ ଗୁପ୍ତା ୧୪.୦୨ କୋଟି ଟଙ୍କା ପାଇ ତୃତୀୟ ସ୍ଥାନରେ ରହିଛନ୍ତି ।

   Related Posts