ହଜିଯାଇଛି ମାନବିକତା ! ଅମଣିଷ ହୋଇଯାଇଛି ମଣିଷ: ବୃଦ୍ଧ ଦାଦାକୁ ଶିକୁଳିରେ ବାନ୍ଧି ଗୁହାଳରେ ରଖିଥିଲା ପୁତୁରା

Published By : Prameya-News7 Bureau | September 10, 2020 IST

ପଠାନକୋଟ ୧୦/୦୯ : ପଞ୍ଜାବ ପଠାନକୋଟ ଜିଲ୍ଲା ଘିୟଲା ଗାଁରୁ ଏକ ହୃଦୟ ବିଦରଲା ମାମଲା ସାମ୍ନାକୁ ଆସିଛି | ସମ୍ପର୍କ ଓ ମାନବିକତାକୁ ଧୂଳିସାତ କରିଥିବା ଏହି ଦୃଶ୍ୟ ଦେଖି ଆପଣଙ୍କ ମନ ମଧ୍ୟ ଆନ୍ଦୋଳିତ ହୋଇଯିବ | ଜଣେ ବୃଦ୍ଧଙ୍କୁ ତାଙ୍କ ନିଜ ପୁତୁରା ପଶୁଙ୍କ ସହ କଡା ପକାଇ ବାନ୍ଧି ରଖିଥିବା ଦେଖିବାକୁ ମିଳିଛି | ଘଟଣା ସାମ୍ନାକୁ ଆସିବା ପରେ ମାନବାଧିକାର ଆୟୋଗ ବୃଦ୍ଧଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଛି |

{"id":327591,"sizeSlug":"large"}

୧୯୫୮ ମସିହାରେ ତିରି ହୋଇଥିବା ଏକ ବଲିଉଡ ଫିଲ୍ମ ନାସ୍ତିକର ଲୋକପ୍ରିୟ ଗୀତ 'ଦେଖ ତେରେ ସଂସାର କି ହାଲତ କ୍ୟା ହୋ ଗୟା ହେ ଭଗବାନ, କୀଟନା ବଦଳ ଗୟା ଇନସନ' ନିଶ୍ଚୟ ସମସ୍ତେ ଶୁଣିଥିବେ | ଏହି ଗୀତର ଜୀବନ୍ତ ଉଦାହରଣ ପଞ୍ଜାବ ପଠାନକୋଟରେ ଦେଖିବାକୁ ମିଳିଛି | ୬୫ ବର୍ଷ ବୟସ୍କ ବୃଦ୍ଧଙ୍କୁ ତାଙ୍କ ନିଜ ପୁତୁରା ପଶୁଙ୍କ ଗୁହାଳରେ କଡା ବାନ୍ଧି ରଖିଛି | ଏହା ମାନବିକତା ପାଇଁ ଅତ୍ୟନ୍ତ ଲଜ୍ଜାଜନକ ଘଟଣା |

{"id":327592,"sizeSlug":"large"}

ବୃଦ୍ଧଙ୍କୁ ତାଙ୍କ ପୁତୁରା ରୀଙ୍କ ମାରପିଟ ମଧ୍ୟ କରୁଥିବା ଅଭିଯୋଗ ହୋଇଛି | ବୃଦ୍ଧଙ୍କ ଶରୀରରେ କ୍ଷତ ଚିହ୍ନ ମଧ୍ୟ ରହିଛି ଯାହା ପ୍ରମାଣ କରୁଛି ଯେ ବୃଦ୍ଧଙ୍କୁ କିଭଳି ନିର୍ଯ୍ୟାତନା ଦିଆଯାଇଛି | ଗାଁ ସରପଞ୍ଚ ପ୍ରବୀଣ କୁମାର ଗ୍ରାମବାସୀଙ୍କ ସହ ମିଶି ବୃଦ୍ଧଙ୍କୁ ମୁକ୍ତ କରିଦେଇଥିଲେ | ବର୍ତ୍ତମାନ ସରପଞ୍ଚ ଏହି ମାମଲାକୁ ନେଇ ଲିଖିତ ଭାବେ ହ୍ୟୁମାନ ରାଇଟ ପାଖରେ ଅଭିଯୋଗ କରିଛନ୍ତ | ବୃଦ୍ଧଙ୍କୁ ନ୍ୟାୟ ଦେବା ପାଇଁ ସରପଞ୍ଚଙ୍କ ସହ ଗ୍ରାମବାସୀ ମଧ୍ୟ ଆଗେଇ ଆସିଛନ୍ତି | ହ୍ୟୁମାନ ରାଇଟ୍ସର ମୁଖ୍ୟ ରାଜା ଜୁଲକା ବୃଦ୍ଧଙ୍କୁ ନ୍ୟାୟ ଦେବା ପାଇଁ ଏବଂ ଅଭିଯୁକ୍ତ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବାକୁ ଆଶ୍ୱାସନା ଦେଇଛନ୍ତି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.