ଭଣଜା ହାତ ରନ୍ଧା ଚିକେନ୍ ତରକାରୀ ପସନ୍ଦ ଆସିଲାନି ମାମୁଁକୁ, ପିଟି ପିଟି ମାରିଦେଲା ଭଣଜା

Published By : Prameya-News7 Bureau | May 15, 2021 IST

ଲକ୍ଷ୍ମୀପୁର ଖେରି ୧୫।୫: ମାମୁଁଙ୍କୁ ହତ୍ୟା କଲା ଭଣଜା । ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରି ହାଇଦ୍ରାବାଦ ଥାନା ଲନ୍ଦନପୁରୁଓ୍ବା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଭଣଜା ଘରକୁ ଯାଇଥିବା ବେଳେ ସେଠାରେ ପ୍ରସ୍ତୁତ ହୋଇଥିବା ଚିକେନ୍ ତରକାରୀକୁ ସ୍ବାଦହୀନ କହିଥିଲା ମାମୁଁ । ଏହାପରେ ଉଭୟଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା । ଉତକ୍ଷୀପ୍ତ ହୋଇ ଭଣଜା ମାମୁଁଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା । ଫଳରେ ମାମୁଁର ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତିରେ ଭଣଜା ମଙ୍ଗଳଦୀପ ସେହି ଗାଁରେ ରହୁଥିବା ନିଜ ମାମୁଁ ଛୋଟେଲାଲଙ୍କୁ ଚିକେନ୍ ଏବଂ ମଦ ପାଇଁ ନିଜ ଘରକୁ ଡାକିଥିଲେ । ଉଭୟ ପ୍ରଥମେ ମଦ ପିଇଥିଲେ ଏବଂ ପରେ ଚିକେନ୍ ଖାଇଥିଲେ । ତାପରେ ମାମୁଁ, ଭଣଜାକୁ କହିଥିଲେ, ଯେଉଁ ଚିକେନ୍ ତରକାରୀ ତୁମେ ରାନ୍ଧିଛ ତାହା ସ୍ବାଦିଷ୍ଟ ନୁହେଁ । ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏ ଭିତରେ ମାମୁଁ ଛୋଟେଲାଲ ଭଣଜାକୁ ଚାପୁଡା ମାରିଥିଲେ । ଫଳରେ ଭଣଜା ଉତକ୍ଷିପ୍ତ ହୋଇ ଘରେ ଥିବା ମାଠିଆରେ ମାମୁଁଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା ।

ଗୁରୁତର ଅବସ୍ଥାରେ ଛୋଟେଲାଲଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅତ୍ୟଧିକ ରକ୍ତସ୍ରାବ ହେତୁ ଚିକିତ୍ସା ଚାଲିଥିବା ବେଳେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଗାଁଲୋକଙ୍କୁ ସୂଚନା ମିଳିବା ପରେ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭଣଜା ମଙ୍ଗଲଦୀପଙ୍କୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.