ମାମୁର ଗୁଳିମାଡରେ ଭଣଜା ଗୁରୁତର
27/10/2018 at 3:58 PM

ବ୍ରହ୍ମପୁର ୨୭/୧୦ : ବ୍ରହ୍ମପୁର କେ.ନୂଆଗାଁ ଥାନା ଅନ୍ତର୍ଗତ ଦାମୋଦରପୁର ଗାଁରେ ଘଟିଛି ଅଭାବନୀୟ ଘଟଣା | ମାମୁର ଗୁଳିମାଡରେ ଭଣଜା ଗୁରୁତର ହୋଇଥିବା ସୂଚନା ମିଳିଛି | ଗୁରୁତର ଭଣଜା ହେଲେ ସନାତନ ମଲ୍ଲିକ | ଭଣଜାକୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି | ପାରିବାରିକ କଳହକୁ କେନ୍ଦ୍ର କରି ମାମୁ ଭଣଜାକୁ ଗୁଳି କରିଥିବା ଜଣାପଡିଛି | ମାମୁ ଜଣକ ହେଲା ଡାଂଡାସିୟା ନାୟକ | ଗୁଳିମାଡ କରି ମାମୁ ଫେରାର ହୋଇଯାଇଛି | ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି |