Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଦାଦାଙ୍କୁ ଘରୁ ଘୋଷ।ରି ଆଣି ଠେଙ୍ଗାରେ ନିସ୍ତୁକ ପିଟିଲା ପୁତୁରା : ଅଭିଯୁକ୍ତ ପୁତୁରାକୁ ବାନ୍ଧିଲା ସାଲେପୁର ପୋଲିସ

21/07/2019 at 10:35 AM

କଟକ ୨୧/୭: ଘରୋଇ କଳିକୁ କେନ୍ଦ୍ର କରି ଦାଦାକୁ ନିସ୍ତୁକ ପିଟିଲା ପୁତୁରା । ସାମ୍ନାକୁ ଆସିଛି ଏମିତି ଏକ ଭିଡିଓ । ଘଟଣା ସାଲେପୁର ଥାନା ଚନ୍ଦ୍ରାଦେଇପୁର ଗାଁର । ନିଜ ଦାଦାକୁ ଘରୁ ଘୋଷାଡି ଆଣି ତାଙ୍କ ତଣ୍ଟିକୁ ଚିପି ତଳେ ପକାଇ ଠେଙ୍ଗାରେ ବାଡେଇଛି ଅଭିଯୁକ୍ତ ପୁତୁରା । ଦାଦା ତପନ ରାଉତରାୟ ଘରେ ଥିଲାବେଳେ ପୁତୁରା ନାରାୟଣ ରାଉତରାୟ ତାଙ୍କୁ ଘରୁ ଘୋଷାଡି ଆଣଥିଲା ।

କେବଳ ସେତିକି ନୁହେଁ ପରିବାରର ଅନ୍ୟ ସମସ୍ତେ ବି ସେଠି ଏହି ଘଟଣା ଦେଖୁଥିଲେ । ବୟସ୍କ ଦାଦା ମାଡ ଖାଉଥିବା ବେଳେ କେହି ବଞ୍ଚାଇବାକୁ ଆସିନଥିଲେ । ମାଡ ଖାଇ ବିକଳରେ ତଳେ ଗଡୁଥିଲେ ଦାଦା । ନିସ୍ତୁକ ମାଡ ଖାଇ ଦାଦାଙ୍କ ଅବସ୍ଥା ଗୁରୁତର ହୋଇ ପଡିଛି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣା ନେଇ ସାଲେପୁର ଥାନାରେ ତପନ ରାଉତରାୟଙ୍କ ପତ୍ନୀ ଲତିକା ଏତାଲା ଦେଇଛନ୍ତି । ଅଭିଯୋଗକୁ ଆଧାର କରି ସାଲେପୁର ପୋଲିସ ପୁତୁରା ନାରାୟଣକୁ ଗିରଫ କରି ତଦନ୍ତ କରୁଛି। ପ୍ରଶ୍ନ ଉଠୁଛି ଘରୋଇ କଳିର ସମାଧାନ ବଦଳରେ ଏପରି ଅମାନବୀୟ କାଣ୍ଡ କାହିଁକି । ସଂପର୍କ ଭିତରେ ଏପରି ରାଗର ବିଷ ମଞ୍ଜି କାହିଁକି । 

   Related Posts