ପଥରରେ ଛେଚି ଦାଦାଙ୍କୁ ହତ୍ୟାକଲା ସଂପର୍କୀୟ ପୁତୁରା, ଅଭିଯୁକ୍ତ ପୁତୁରା ଗିରଫ

Published By : Prameya-News7 Bureau | August 01, 2019 IST

ଉଦଳା ୧|୮: ପଥରରେ ଛେଚି ଦାଦାକୁ ହତ୍ୟା କଲା ସଂପର୍କୀୟ ପୁତୁରା । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନଛିପୁର ଗ୍ରାମରେ । ଅଭିଯୁକ୍ତକୁ ଗିରଫ କରି ପୋଲିସ ତଦନ୍ତ ଜାରି ରଖିଛି ।

{"id":139663}

ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନଛିପୁର ଗ୍ରାମର ସୁରେଶନ ଦାସ ଏବଂ ତାଙ୍କ ସ୍ତ୍ରୀ ଗତକାଲି ସନ୍ଧ୍ୟା ସମୟରେ ନିଜ ଘର ପିଣ୍ଢାରେ ବସି ଚାଷ ବାବଦରେ କଥା ହେଉଥିଲେ । ଏହି ସମୟରେ ଉକ୍ତ ଗ୍ରାମର ବିଶିକେଶନ ମାଣିକ ଆସି ହଠାତ୍ ସୁରେଶନଙ୍କ ମୁଣ୍ଡକୁ ପଥରରେ ଛେଚିବାକୁ ଲାଗିଥିଲେ । ଫଳରେ ସୁରେଶନ ଗୁରୁତର ହୋଇଥିବାବେଳେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ତେବେ ଏହି ହତ୍ୟାକାଣ୍ଡ ପଛର କାରଣ ଅସ୍ପଷ୍ଟ ରହିଥିବା ବେଳେ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଲା ତାହା ତଦନ୍ତ ପରେ ଜଣାପଡିବ ।

{"id":139664}

ଅନ୍ୟପଟେ ପୋଲିସ ଅଭିଯୁକ୍ତ ବିଶିକେଶନକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । ଏହା ସହିତ ମୃତଦେହକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ହତ୍ୟାକାରୀ ଜଣକ ସଂପର୍କୀୟ ପୁତୁରା ହେବ ବୋଲି ଜଣାପଡିଛି । ହତ୍ୟାକାରୀ ଜଣକ ନିଶାସକ୍ତ ଅବସ୍ଥାରେ ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ କହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.