ନେପାଳ ପ୍ରଧାନମନ୍ତ୍ରୀ କେପି ଓଲି କରୋନା ଭାଇରସରେ ସଂକ୍ରମିତ

Published By : Prameya-News7 Bureau | October 04, 2020 IST

ନୂଆଦିଲ୍ଲୀ ୦୪/୧୦: କରୋନା ଏବେ ନେପାଳ ପ୍ରଧାନମନ୍ତ୍ରୀ ବାସଭବନକୁ ପ୍ରବେଶ କରିଛି। ପ୍ରଧାନମନ୍ତ୍ରୀ କେପି ଓଲି କରୋନାରେ ସଂକ୍ରମିତ ହୋଇଛନ୍ତି। ଏହା ସହ ତାଙ୍କ ପରାମର୍ଶଦାତା ଓ ଡାକ୍ତରଙ୍କୁ ମଧ୍ୟ କରୋନା। କେବଳ ଏତିକି ନୁହେଁ ତାଙ୍କ ସୁରକ୍ଷାରେ ନିୟୋଜିତ ଥିବା ୭୬ ଯବାନ ମଧ୍ୟ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି।

ଏବେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ପୂରା ଖାଲି କରାଯାଇ ସାନିଟାଇଜ କରାଯାଉଛି। ପ୍ରଥମେ ଓଲିଙ୍କ ଡାକ୍ତର ଦିବ୍ୟା ଶାହ କରୋନାରେ ସଂକ୍ରମିତ ହୋଇଥିଲେ। ଏହା ପରେ କଣ୍ଟାକ୍ଟ ଟ୍ରେସିଙ୍ଗ କରାଯାଇ ତାଙ୍କ ସଂସ୍ପର୍ଶରେ ଥିବା ସବୁ ଲୋକଙ୍କ କରୋନା ଟେଷ୍ଟ କରାଯାଇ ଥିଲା। ଯେଉଁଥିରୁ ଓଲିଙ୍କ କରୋନା ଟେଷ୍ଟ ପଜିଟିଭ ଆସିଛି।

ପିଏମ ଓଲିଙ୍କ ସୁରକ୍ଷାରେ ନିଯୁକ୍ତ ଥିବା ସୁରକ୍ଷାକର୍ମୀ କରୋନାରେ ଆକ୍ରାନ୍ତ ହେବାରୁ ଓଲିଙ୍କ ସୁରକ୍ଷାକର୍ମୀଙ୍କୁ ଏବେ ବଦଳାଇ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.