Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

କାଶ୍ମୀରକୁ ନେଇ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ ଦେଲେ ନେପାଳର ବୈଦେଶିକ ମନ୍ତ୍ରୀ, କଣ କହିଲେ ଜାଣନ୍ତୁ

22/08/2019 at 5:36 PM

ନେପାଳ୨୨|୮: ଜମ୍ମୁ-କାଶ୍ମୀରରୁ ୩୭୦ ଉଚ୍ଛେଦ ପରେ ବିଭିନ୍ନ ଦେଶରୁ ପ୍ରତିକ୍ରିୟା ଆସିବାରେ ଲାଗିଛି। ତେବେ ନେପାଳର ବୈଦେଶିକ ମନ୍ତ୍ରୀ ପ୍ରଦୀପ ଗ୍ୟାଓ୍ବାଲି କହିଛନ୍ତି ଯେ, ଜମ୍ମୁ-କାଶ୍ମୀରକୁ ନେଇ ଲାଗିଥିବା ବିବାଦ କଣ ବାର୍ତ୍ତା ଦେଉଛି? ଶାନ୍ତି ଓ ସ୍ଥିରତା ବଜାଇ ରଖୁଥିବା ଦେଶ ସପକ୍ଷରେ ନେପାଳ ସବୁବେଳେ ରହିଛି ଓ ଆଗକୁ ମଧ୍ୟ ରହିବ ବୋଲି ଗ୍ୟାଓ୍ବାଲି କହିଛନ୍ତି। କାଶ୍ମୀରକୁ ପାକିସ୍ତାନ ଅଧିକାର କରିବାର କାରଣ କଣ ବୋଲି ନେପାଳ ସରକାର ପ୍ରଶ୍ନ କରିଛନ୍ତି।

ସାମ୍ବାଦିକ ସମ୍ମିଳନୀ​‌ରେ ଏକ ପ୍ରଶ୍ନର ଜବାବ ରଖି ଗ୍ୟାଓ୍ବାଲି କହିଛନ୍ତି ଯେ, ଉଭୟ ଦେଶ ପରସ୍ପର ମଧ୍ୟରେ କାଶ୍ମୀର ପ୍ରସଙ୍ଗରେ  ଆଲୋଚନା କରିବା ଉଚିତ୍ । ଭାରତ ସରକାର ଶାନ୍ତିପୂର୍ଣ୍ଣ ବୁଝାବଣା ଉପରେ ବିଶ୍ବାସ ରଖେ ବୋଲି ଗ୍ୟାଓ୍ବାଲି କହିଛନ୍ତି। ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟ ଶଙ୍କର ବୁଧବାର ଦିନ ନେପାଳରେ ପହଞ୍ଚିଛନ୍ତି। ଭାରତ ଓ ନେପାଳ ସଂଯୁକ୍ତ ଆୟୋଗର ୫ତମ ବୈଠକରେ ୨୫ ଜଣିଆ ସଦସ୍ୟ ପ୍ରତିନିଧି ମଣ୍ଡଳର ପ୍ରତିନିଧିତ୍ବ କରିବେ ଜୟଶଙ୍କର ।

ଗ୍ୟାଓ୍ବାଲି ଶେଷରେ କହିଛନ୍ତି, ଦକ୍ଷିଣ ଏସିଆରେ ହିଂସା ଓ ଅଶାନ୍ତି  ବନ୍ଦ ହେବା ଉଚିତ୍‌।ଜମ୍ମୁ-କାଶ୍ମୀରରେ କାମ କରୁଥିବା ହଜାର ହଜାର ନେପାଳିଙ୍କ ପାଇଁ ନେପାଳ ସରକାର ଚିନ୍ତାରେ ଅଛନ୍ତି। ତେଣୁ ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତିପୂର୍ଣ୍ଣ ବୁଝାବଣା ହେବା ଦରକାର ।

   Related Posts