Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୭ କୋଭିଡ୍ ପଜିଟିଭ୍, ୩୩୭୧୯୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଓଡିଶା ହାତରୁ ଖସୁଛି ବନ୍ଧୁଗାଁ ବ୍ଲକ, ଲୋଭ ଦେଖାଇ ଗାଁ ଲୋକଙ୍କୁ ନିଜ ଆଡକୁ ଟାଣୁଛି ଆନ୍ଧ୍ର
  • ||
  • ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୩ ଗୁରୁତର
  • ||
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ନକ୍ସା ଜାରି କରିବା ପରେ ବି ସୁଧୁରୁନି ନେପାଳ, ଏବେ ରେଡିଓରେ ପ୍ରସାରଣ କରୁଛି ଭାରତ ବିରୋଧୀ ଭାଷଣ

21/06/2020 at 7:42 PM

ନୂଆଦିଲ୍ଲୀ ୨୧।୦୬: ବିବାଦୀୟ ନୂତନ ନକ୍ସାରେ ଭାରତର କାଲାପାନି, ଲିପୁଲେଖ ଓ ଲିମ୍ପିୟାଧୁରାକୁ ନିଜର ଦର୍ଶାଇ ଏହାକୁ ନିଜ ସଂସଦ ଦ୍ଵାରା ଆଇନ୍‌ର ରୂପ ଦେବା ପରେ  ନେପାଳ ଏବେ ରେଡିଓ ଚ୍ୟାନେଲ୍‌ରେ ଭାରତ ବିରୋଧୀ ଭାଷଣ ଦେବା ଆରମ୍ଭ କରିଛି। ରଣନୈତିକ ଭାବେ ମହତ୍ଵପୂର୍ଣ୍ଣ ଏହି ଜାଗାକୁ ନେଇ ନେପାଳର ଅନେକ ରେଡିଓ ଚ୍ୟାନେଲ୍‌ରେ ପାଣିପାଗ ବୁଲେଟିନ୍ ମଧ୍ୟ ଜାରି କରାଯାଇଛି। ଭାରତ-ନେପାଳ ସୀମା ନିକଟସ୍ଥ ଉତ୍ତରାଖଣ୍ଡର ପିଥୌରାଗଢରେ କିଛି ନେପାଳୀ ଏଫଏମ ଷ୍ଟେସନ ପକ୍ଷରୁ ଏହି ତିନୋଟି ସ୍ଥାନର ପାଣିପାଗ ବିଷୟରେ ସୂଚନା ଦିଆଯାଉଛି। ଏପରିକି ଭାରତ ବିରୋଧୀ ଭାଷଣ ମଧ୍ୟ ଶୁଣିବାକୁ ମିଳୁଛି।

ସ୍ଥାନୀୟ ଲୋକଙ୍କ ଅନୁଯାୟୀ ଏହି ସବୁ ଏଫଏମ ରେଡିଓ ଷ୍ଟେସନ ନେପାଳର ଦାରଚୁଲାରେ ଅବସ୍ଥିତ। ସୀମାବର୍ତ୍ତୀ ସ୍ଥିତ ଅଞ୍ଚଳ ଧାରଚୁଲା, ବାଲୁକୋଟ, ଜୌଲଜିବି ଏବଂ କଲିକା ଟାଉନ୍‌ରେ ନେପାଳ ରେଡିଓରେ ବାଜୁଥିବା ଭାରତୀୟ ବିରୋଧୀ ଭାଷଣ ଶୁଣିବାକୁ ମିଳୁଛି।

ଧାରଚୁଲାର ରୁଙ୍ଗ ସମୁଦାୟର ଜଣେ ଜଣାଶୁଣା ନେତା କୃଷ୍ଣ ଗରବିୟାଲଙ୍କ ଅନୁଯାୟୀ ଭାରତ ନିକଟରେ ଯେପରି ପାକ୍‌ ଅଧିକୃତ କାଶ୍ମୀରକୁ ନେଇ ପାଣିପାଗ ବୁଲେଟିନ୍‌ ଜାରି କରିଥିଲା ଠିକ୍ ସେହି ଭଳି   ନେପାଳି ଏଫଏମ ଷ୍ଟେସନରେ କାଲାପାନି, ଲିପୁଲେଖ ଓ ଲିମ୍ପିୟାଧୁରାକୁ ନିଜର ଅଂଶ ମାନି ପାଣିପାଗ ବିଷୟରେ ସୂଚନା ଦେଇଛି।

ସେହି ପରି ପିଥୌରଗଢ ଧାରଚୂଲା ସବଡିଭିଜନର ଦାନ୍ତୁ ଗାଁ ବାସିନ୍ଦା ଶାଲୁ ଦତଲ କହିଛନ୍ତି କିଛି ନେପାଳି ଚ୍ୟାନେଲ୍ ନିକଟରେ ଗୀତ ମଧ୍ୟରେ ଭାରତ ବିରୋଧୀ ଭାଷଣ ବଜାଇବା ଆରମ୍ଭ କରିଛନ୍ତି। ଶାଲୁ କହିଛନ୍ତି, ସୀମାବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକେ ନେପାଳି ଗୀତ ଶୁଣନ୍ତି। ସେମାନଙ୍କୁ ଏବେ ଗୀତ ମଝିରେ ନେପାଳି ନେତାଙ୍କ ଦ୍ଵାରା ଦିଆଯାଉଥିବା ଭାରତ ବିରୋଧୀ ଭାଷଣ ମଧ୍ୟ ଶୁଣିବାକୁ ମିଳିଛି। ସେଠାକାର ମୁଖ୍ୟ ଏଫଏମ ଚ୍ୟାନେଲ୍‌ରେ ଗୀତ ମଝିରେ ଭାରତ ବିରୋଧୀ ଭାଷଣ ପ୍ରସାରଣ କରୁଛନ୍ତି। ରେଡିଓରେ ଏମିତି ଦର୍ଶାଯାଉଛି ଯେ, କାଲାପାନି ନେପାଳର।

ଧାରଚୁଲାର ଲୋକେ ଏହାର ସୂଚନା ଦେଇଛନ୍ତି ଯେ, ଭାରତ ଦ୍ଵାରା ଲିପୁଲେଖ ନିକଟରେ ଯେବେଠୁ ରୋଡ୍‌ ଉଦଘାଟନ ହୋଇଛି ଏହା ପରଠୁ ନେପାଳର ଏଫଏମ ଚ୍ୟାନେଲ୍‌ ଗୀତ ମଝିରେ ଏହି ଧରଣର ଭାଷଣ ବଜାଇବା ଆରମ୍ଭ କରିଛନ୍ତି।

   Related Posts