Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ଦେହବ୍ୟବସାୟ ଲାଗି ନେପାଳୀ ଯୁବତୀଙ୍କୁ କରାଯାଉଥିଲା ଦିଲ୍ଲୀ ଚାଲାଣ, ସୀମାରୁ ଉଦ୍ଧାର କଲେ ଯବାନ

18/08/2019 at 5:02 PM

ଲକ୍ଷ୍ନୌ୧୮|୮: ଭାରତ ନେପାଲ ସୀମାରେ ଯୁବତୀ ଚାଲାଣ ର୍ୟାକେଟର ପର୍ଦ୍ଦାଫାଶ ହୋଇଛି । ଦେବ ବ୍ୟବସାୟରେ ନିୟୋଜିତ କରିବା ଲାଗି  ନେପାଲରୁ ଦିଲ୍ଲୀ ଚାଲାଣ ହେଉଥିବା ଜଣେ ଯୁବତୀଙ୍କୁ ଏସଏସବି ଯବାନ ଉଦ୍ଧାର କରିଛନ୍ତି । ଏହି ଯୁବତୀଙ୍କୁ ଜଣେ ନେପାଳୀ  ଦଲାଲ ଚାକିରୀର ପ୍ରଲୋଭନ ଦେଖାଇ ଦେହ ବ୍ୟବସାୟ ଚାଲୁଥିବା ଏକ ହୋଟେରେ  ବିକ୍ରି କରିବାକୁ ଷଡଯନ୍ତ୍ର କରିଥିଲା।

ଦୀର୍ଘ ଦିନରର ଚାଲୁଥିବା ଏହି ର୍ୟାକେଟ ଏବେ ସାମ୍ନାକୁ ଆସିଛି। ଏସଏସବିର ଯବାନ ଚାଲାଣ ହେଉଥିବା ଯୁବତୀଙ୍କୁ ଉଦ୍ଧାର କରି ତାଙ୍କ ପରିବାର ବର୍ଗକୁ ହସ୍ତାନ୍ତର କରିଛନ୍ତି । ଅପରପକ୍ଷରେ  ଦଲାଲକୁ ନେପାଳ ସୀମାରେ ଥିବା ଥାନାକୁ ହସ୍ତାନ୍ତର କରାଯାଇଛି ।

ସେହିଭଲି  ଆଉ ଜଣେ ବିବାହିତା ମହିଳାଙ୍କୁ ମଧ୍ୟ ଚାଲାଣ ବେଳେ ଭାରତୀୟ ଜବାନ ଉଦ୍ଧାର କରି ନେପାଳକୁ ହସ୍ତାନ୍ତର କରିଛନ୍ତି ।  ଏସଏସବିର ଏଫ କମ୍ପାନୀ ଗୌରିଫଣ୍ଟାର ଯବାନ ନେପାଲରୁ ଭାରତ ନିଆଯାଉଥିବା ଜଣେ ଯୁବକ ଓ ଯୁବତୀଙ୍କୁ ଅଟକାଇ ପଚରା ଉଚୁରା କରିବା ପରେ ସମସ୍ତ ଘଟମା ସାମ୍ନାକୁ ଆସିଥିଲା।

ଯବାନମାନେ ପଚରାଉଚରା କରୁଥିବାବେଳେ  ନେପଳୀ ଦଲାଲ ସେଠାରୁ ଦଉଡି ପଳାଇବାକୁ ଉଦ୍ୟମ କରୁଥିଲା। ହେଲେ ଏସଏସବି ଯବାନ ତାକୁ ଧରିଥିଲେ। ତାକୁ ଜେରା କରିବା ପରେ  ସେ କହିଥିଲା ଯେ, ନେପାଲର ଯୁବତୀଙ୍କୁ ସେ ଦିଲ୍ଲୀରେ ବିକ୍ରି କରିବାକୁ ଯାଉଛନ୍ତି। ଧରା ପଡିଥିବା ଯୁବତୀ ପ୍ରଥମରୁ ବିବାହିତ ଥିଲେ। ମହିଳାଙ୍କୁ ବିକ୍ରି କରିବା ଷଡଯନ୍ତ୍ର କରିଥିବା ଯୁବକ ନେପାଲର ନିବାସି ଥିଲେ। ତଦନ୍ତ ହେବା ପରେ ଉଭୟଙ୍କୁ ନେପାଲ ପୋଲିସ ଗିରଫ କରିଛି।

   Related Posts