ସୋସିଆଲ ମିଡ଼ିଆରେ ଭାଇରାଲ ଟିକ ଟକ ଆପର ନେପାଳୀ ଗୀତ 'ସାନି ନାରିସାଉନା'; ଗୀତରେ ଝୁମୁଛି ସାରା ଦୁନିଆ

Published By : Prameya-News7 Bureau | November 24, 2018 IST

ଭୁବନେଶ୍ୱର ୨୪/୧୧ : ଇଣ୍ଟରନେଟ ଏବଂ ସୋସିଆଲ ମିଡ଼ିଆର ପ୍ରଚଳନ ଆଧୁନିକ ଜୀବନରେ ଦ୍ରୁତ ଗତିରେ ବଢି ଚାଲିଛି | କେବଳ ଯୁବ ପିଢ଼ି ନୁହେଁ ବରଂ ପିଲାଙ୍କ ଠୁ ଆରମ୍ଭ କରି ବୃଦ୍ଧଙ୍କ ଯାଇଁ ସମସ୍ତେ ଇଣ୍ଟରନେଟ ଏବଂ ସୋସିଆଲ ମିଡ଼ିଆରେ ସମୟ ଅତିବାହିତ କରିବାକୁ ପସନ୍ଦ କରୁଛନ୍ତି | ଟିଭି ନଦେଖି ସୋସିଆଲ ମିଡ଼ିଆକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି | ଇଣ୍ଟରନେଟ ଏବଂ ସୋସିଆଲ ମିଡ଼ିଆର ଆଜିର ଏହି ଦୁନିଆରେ ଏକ ମୋବାଇଲ ଆପ ବର୍ତ୍ତମାନ ବହୁତ ଲୋକପ୍ରିୟ ହୋଇଛି | ଏହି ଆପ୍ଲିକେସନର ନାଁ ହେଲା ଟିକ ଟକ | ଏହି ଆପ୍ଲିକେସନକୁ ପୂର୍ବରୁ ମ୍ୟୁଜିକାଲି ଭାବେ ଲୋକେ ଜାଣୁଥିଲେ | ଏବେ ଏହାର ନାଁ ଟିକ ଟକ | କେବଳ ଭାରତରେ ନୁହେଁ, ସାରା ଦୁନିଆରେ ଟିକ ଟକ ବହୁତ ଲୋକପ୍ରିୟ | ଟିକ ଟକ ଏକ ମ୍ୟୁଜିକାଲି ଆପ | ଏହି ଆପ ଜରିଆରେ ଲୋକେ କୌଣସି ଏକ ଡାଇଲଗକୁ ଅନୁସରଣ କରି ଆକ୍ଟିଙ୍ଗ କରିଥାନ୍ତି କିମ୍ବା ଗୀତକୁ ଅନୁସରଣ କରି ଡ୍ୟାନ୍ସ କରି ଏହାର ଭିଡିଓ ରେକର୍ଡିଙ୍ଗ କରିଥାନ୍ତି | ତାପରେ ଏହି ରେକର୍ଡିଙ୍ଗକୁ ସୋସିଆଲ ମିଡ଼ିଆରେ ସେୟାର କରିଥାନ୍ତି | ଏହି ଆପ ଜରିଆରେ କିଛି ଲୋକ ରାତାରାତି ନାଁ ମଧ୍ୟ ମଧ୍ୟ ହାସଲ କରିଛନ୍ତି | ଏବେ ଏହି ଟିକ ଟକ ଆପରେ ଏକ ନେପାଳୀ ଗୀତ ବହୁତ ଲୋକପ୍ରିୟ ହୋଇଛି | ବହୁ ଲୋକ ଏହି ଗୀତରେ ନିଜ ନିଜର ଭିଡିଓ ରେକର୍ଡିଙ୍ଗ କରି ଇଣ୍ଟରନେଟରେ ସେୟାର କରୁଛନ୍ତି | ଭିଡିଓ ଦେଖିବା ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ କରନ୍ତୁ ...https://youtu.be/qhaX4rNhiY8

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.