Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ମାନିଲାନି ନେପାଳ: ସଂସଦରେ ଉପସ୍ଥାନ କଲା ବିବାଦୀୟ ନକ୍ସା, ଓଲିଙ୍କୁ ମିଳିଲା ବିରୋଧୀ ଦଳଙ୍କ ସମର୍ଥନ, ଭାରତ ସହିତ ବିଗିଡିପାରେ ସଂପର୍କ

31/05/2020 at 3:15 PM

କାଠାମାଣ୍ଡୁ ୩୧।୦୫: ଭାରତ ଓ ନେପାଳ ମଧ୍ୟରେ ବିବାଦ ଥମିବାର ନାଁ ଧରୁ ନାହିଁ। ସୀମା ବିବାଦ ଉପରେ ନେପାଳ ସରକାର ଭାରତ ସହିତ ଆଲୋଚନା କରିବା ପ୍ରସ୍ତାବକୁ ସ୍ପଷ୍ଟ ଭାବେ ମନା କରି ଦେଇଛି।  ନେପାଳ ସରକାର ନୂତନ ରାଜନୈତିକ ନକ୍ସା ସମ୍ଵନ୍ଧରେ ସମ୍ଵିଧାନ ସଂଶୋଧନ  ବିଧେୟକ ନିଜର ସଂସଦରେ ଉପସ୍ଥାପନ କରିଛି। ସରକାରଙ୍କ ଦ୍ଵାରା ପ୍ରସ୍ତୁତ ଏହି ନୂତନ ରାଜନୈତିକ ମାନଚିତ୍ର ସମ୍ବନ୍ଧିତ ବିଧେୟକକୁ ନେଇ ବିରୋଧୀ ଦଳ ନେପାଳି କଂଗ୍ରେସ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ସମର୍ଥ ଦେବାକୁ ନିଷ୍ପତ୍ତି ନେଇଛି। ଫଳରେ ଏହି  ବିଧେୟକ ସଂସଦରେ ଗୃହୀତ  ହେବା ସମ୍ଭାବନା ବଢି ଯାଇଛି। ନେପାଳି କଂଗ୍ରେସ ନୂତନ ନକ୍ସା ଉପରେ ଶନିବାର ଆଲୋଚନା କରିବା ସହିତ ଏହା ସପକ୍ଷରେ ମତ ଦେବାକୁ ନିଷ୍ପତ୍ତି ନେଇଛି। ଏହି ସମ୍ଵନ୍ଧରେ ସାନେପାରେ ପାର୍ଟି ମୁଖ୍ୟାଳୟରେ କେନ୍ଦ୍ରୀୟ କାର୍ଯ୍ୟକାରିତା ସମିତି(CWC) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ନିଶ୍ଚିତ ରୂପେ ଭାରତ ପାଇଁ ଏକ ଚିନ୍ତାର ବିଷୟ।

ସିଡବ୍ଲ୍ୟୁସିର ସଦସ୍ୟ ମିନ୍ ବିଶ୍ଵକର୍ମା କହିଛନ୍ତି, ଏହି ବିଧେୟକ ଉପରେ ଯେବେ ମତଦାନ ହେବ ନେପାଳି କଂଗ୍ରେସ ଏହାର ସମର୍ଥନ କରିବ। ନେପାଳି କଂଗ୍ରେସ ସୂତ୍ର ଅନୁଯାୟୀ  ସିଡବ୍ଲ୍ୟୁସିର ବୈଠକରେ ରଖାଯାଇଥିବା ପ୍ରସ୍ତାବ ସେହି ସମ୍ଵିଧାନ ସଂଶୋଧନ ବିଧେୟକ ସହ ସମ୍ଵନ୍ଧିତ ଅଟେ, ଯେଉଁଥିରେ ନୂତନ ନକ୍ସା ଜାରି କରାଯାଇ କାଲାପାନି, ଲିମ୍ପିୟାଧୁରା ଓ ଲିପୁଲେଖକୁ ନିଜର ଅଞ୍ଚଳ ବୋଲି ଦର୍ଶାଯାଇଛି। ଉଲ୍ଲେଖଯୋଗ୍ୟ କିଛି ଦିନ ପୂର୍ବେ ନେପାଳି କଂଗ୍ରେସ ଏହି ବିଧେୟକ ଉପରେ ଆଲୋଚନା ଆହୁରି ଦରକାର କହି ଏହାକୁ ଏବେ ସମର୍ଥନ ଦେବ ନାହିଁ  ବୋଲି କହିଥିଲା।

ନେପାଳି କଂଗ୍ରେସର ଅନୁରୋଧ କ୍ରମରେ ଏହାକୁ ଗୃହକାର୍ଯ୍ୟରୁ ହଟାଯାଇଥିଲା। କାରଣ ପାର୍ଟିକୁ ସିଡବ୍ଲ୍ୟୁସି ବୈଠକରେ ଏହା ଉପରେ ନିଷ୍ପତ୍ତି ନେବାର ଥିଲା। ଉଲ୍ଲେଖନୀୟ, ନେପାଳି କଂଗ୍ରେସରେ ସଂଶୋଧନ ପ୍ରସ୍ତାବ ଗୃହୀତ ଲାଗି ଦୁଇ ତୃତୀୟାଂଶ ସମର୍ଥନର ଆବଶ୍ୟକ ରହିଛି। ଭାରତ ସହିତ ସୀମା ବିବାଦ ମଧ୍ୟରେ ନେପାଳ ନିକଟରେ ଦେଶର ସଂଶୋଧିତ ରାଜନୈତିକ ଓ ପ୍ରଶାସନିକ ମାନଚିତ୍ର ଜାରି କରିଥିଲା। ଏଥିରେ ରଣନୀତିଭାବେ ମହତ୍ଵପୂର୍ଣ୍ଣ ଲିପୁଲେଖ, କାଲାପାନି ଓ ଲିମ୍ପିୟାଧୁରା କ୍ଷେତ୍ରକୁ ନିଜର ବୋଲି ଦର୍ଶାଯାଇଛି।

ଭାରତ ଏହି ପଦକ୍ଷେପ ଉପରେ କଡା ପ୍ରତିକ୍ରିୟା ପ୍ରକାଶ କରିଥିଲା। ଭାରତ କହିଥିଲା ଯେ, ନେପାଳର ଏହି ପରି କାର୍ଯ୍ୟକୁ ସ୍ଵୀକାର କରାଯିବ ନାହିଁ। ଯଦି ନେପାଳ ଏହି ରାଜନୈତିକ ମାନଚିତ୍ରକୁ ମାନ୍ୟତା ଦିଏ ତେବେ ଦୁଇ ଦେଶ ମଧ୍ୟରେ ସଂପର୍କ ବିଗିଡିବାର ସମ୍ଭାବନା ରହିଛି।

   Related Posts