Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଭାରତ ନେପାଳ ସୀମାରୁ ୨୨ଟି ମାନବ ଖପୁରୀ ସହ ନେପାଳୀ ଚାଲାଣକାରୀ ଗିରଫ

30/01/2021 at 11:44 AM

ନୂଆଦିଲ୍ଲୀ ୩୦/୦୧ : ବିହାର ସୀମାରେ ସ୍ଥିତ ଭାରତ ନେପାଳ ସୀମାର ମେଜରଗଞ୍ଜ ବସବିଟ୍ଟା ନିକଟରୁ ଏସଏସବି ଯବାନ ଏକ ନେପାଳୀ ନାଗରିକକୁ ୨୨ଟି ମାନବ ଖପୁରୀ ଓ ଶରୀରର ଅନ୍ୟ ହାଡ ସହ ଗିରଫ କରିଛନ୍ତି। ଗିରଫ ବ୍ୟକ୍ତି ବହୁ ଦିନରୁ ହାଡ ତସ୍କରୀ କାମ କରୁଥିଲା। ଏସଏସବି ଯବାନଙ୍କ ପଚରାଉଚୁରା କରିବାରୁ ଉକ୍ତ ବ୍ୟକ୍ତି କହିଛି ଯେ ପାଟନା ଗଙ୍ଗା ବ୍ରିଜ ତଳେ ଥିବା ସ୍ମଶାନ ଘାଟରୁ ସେ ହାଡ ଆଣିଥାଏ ଓ ନେପାଳ ରାଜଧାନୀ କାଠମାଣ୍ଡୁ ନେଇ ବିକ୍ରି କରିଥାଏ। ଔଷଧ ନିର୍ମାଣ ତଥା ବାଦ୍ୟ ଯନ୍ତ୍ର ତିଆରି ପାଇଁ ଏହି ହାଡ ବ୍ୟବହୃତ ହୋଇଥାଏ। ପୋଲିସ ଜବତ କରିଥିବା ହାଡଗୁଡିକୁ ଫରେନସିକ ଲ୍ୟାବକୁ ପଠାଇବ ବୋଲି କହିଛି। ଗିରଫ ହାଡ ଚାଲାଣକାରୀକୁ ଜେଲ ପଠାଇ ଦିଆଯାଇଛି।

ଗିରଫ ବ୍ୟକ୍ତି ଠାରୁ ଏକ ବ୍ୟାଗରୁ ୪୮ଟି ଶରୀରର ଅନ୍ୟ ଅଙ୍ଗର ଛୋଟ ଛୋଟ ହାଡ ସହ ୨୨ଟି ଖପୁରୀ ଜବତ ହୋଇଛି। ଉକ୍ତ ନେପାଳୀ ନାଗରିକ ହାଡଗୁଡିକ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରିଛି। ଏସଏସବି କ୍ୟାମ୍ପ ଇନଚାର୍ଜ ଏସଆଇ ଶ୍ରୀରାମ ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ଗିରଫ ଚାଲାଣକାରୀ ନେପାଳ ମଲଗବାଁ ଥାନା ଅନ୍ତର୍ଗତ ସୁଦାମା ନିବାସୀ ରାମ ସ୍ୱାର୍ଥ ମହତୋ। ପଚରାଉଚୁରା ବେଳେ ସେ କହିଛି ପାଟନା ଗାନ୍ଧୀ ସେତୁ ତଳେ ଥିବା ସ୍ମଶାନ ଘାଟରୁ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ସହାୟତାରେ ହାଡ ଏକତ୍ରିତ କରି ସେ ନେପାଳ ଯାଉଥିଲା। ହାଡ ଓ ଖପୁରୀ ସେ କାଠମାଣ୍ଡୁରେ ଜଣେ ବ୍ୟବସାୟୀଙ୍କୁ ବିକ୍ରି କରିଥାଏ। 

ଅଭିଯୁକ୍ତ ନେପାଳୀ ନାଗରିକ କହିଛି ଯେ ଏହିସବୁ ହାଡରେ ବଇଁଶୀ ଓ ଅନ୍ୟ ବାଦ୍ୟ ଯନ୍ତ୍ର ତିଆରି ହୋଇଥାଏ। ଥାନା ଅଧ୍ୟକ୍ଷ କହିଛନ୍ତି ଯେ ଜବତ ହାଡ ଓ ଖପୁରୀ ମାନବ ହାଡ ଭଳି ଜଣାପଡୁଛି ଓ ଚାଲାଣକାରୀ ମଧ୍ୟ କହିଛି ଯେ ଏସବୁ ମାନବ ହାଡ ଓ ଖପୁରୀ। ସେସବୁକୁ ଯାଞ୍ଚ ପାଇଁ ମୁଜାଫରପୁର ଫରେନସିକ ଲ୍ୟାବକୁ ପଠାଯାଇଛି।

   Related Posts