ନେପାଳି ଯୁବକଙ୍କୁ ହତ୍ୟା: ପ୍ରେମିକା ତଥା ଲିଭଇନ୍ ପାର୍ଟନର ରଚିଥିଲା ଏଭଳି ସାଂଘାତିକ ଷଡ଼ଯନ୍ତ୍ର

Published By : Prameya-News7 Bureau | September 19, 2019 IST

ନୂଆଦିଲ୍ଲୀ୧୯|୯: ସେପ୍ଟେମ୍ବର ୧୦ ତାରିଖରେ ଦିଲ୍ଲୀର ଉମର କଲୋନୀ​‌ରେ ନେପାଳି ଯୁବକଙ୍କୁ ହତ୍ୟା କରାଯାଇଛି। ନେପାଳି ଯୁବକଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଥିବା ପୋଲିସ କହିଛି। ମୃତ ଯୁବକ ସୁନୀଲ ତାଙ୍କ ଲିଭ୍‌ଇନ ପାର୍ଟନର ସହ ଏକାଠି ରହୁଥିଲେ। ପୋଲିସର ସୂଚନା ମୁତାବକ,ସୁନୀଲଙ୍କୁ ହତ୍ୟା କରିବା ଲାଗି ତାଙ୍କ ଲିଭଇନ ପାର୍ଟନର ଷଡ଼ଯନ୍ତ୍ର ରଚିଥିଲା। ହତ୍ୟାକାଣ୍ଡରେ ସୁନୀଲଙ୍କ ଲିଭଇନ ପାର୍ଟନର ସହ ଅନ୍ୟ ଲୋକ ବିସାମିଲ ଥିବା କଥା ପୋଲିସ କହିଛି।

ସୁନୀଲ ଓ ତାଙ୍କ ଲିଭଇନ ପାର୍ଟନରଙ୍କ ସହମତିରେ ସେମାନେ ଏକାଠି ରହୁଥିଲେ। ଏମିତି କିଛି ଉଭୟଙ୍କ ମଧ୍ୟରେ ଘଟିଲା। ଯାହାଫଳରେ ଅଭିଯୁକ୍ତ ମହିଳାଙ୍କ ଭାଇ ଓ ତାଙ୍କ ଭିଣୋଇ ମିଶି ସୁନୀଲଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲେ। ସୁନୀଲ ଶୋଇଥିବା ଅବସ୍ଥାରେ  ତାଙ୍କ ଗଳାକାଟି କରାଯାଇଥିଲା । ଅଭିଯୁକ୍ତ ମହିଳାକୁ ଦିଲ୍ଲୀରୁ ତାଙ୍କ ଭିଣୋଇ ଓ ଭାଇକୁ ପଶ୍ଚିମବଙ୍ଗରୁ ପୋଲିସ ଗିରଫ କରିବା ସହ ଛୁରୀ ଓ ରକ୍ତ ଭିଜା କପଡ଼ାକୁ ପୋଲିସ ଜବତ କରିଛି।

ଦକ୍ଷିଣ-ପୂର୍ବ ଜିଲ୍ଲାର ଡିସିପି ଚିନ୍ମୟ ବିଶ୍ବାଳଙ୍କ କହିବା ମୁତାବକ, ଉମର କଲୋନୀର ଜଣେ ଲୋକ ହତ୍ୟାକାଣ୍ଡ ସଂପର୍କରେ ପୋଲିସକୁ ସୂଚନା ଦେଇଥିଲା। ଡିସିପି ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାଣ୍ଡର କାରଣ ଖୋଜିଥିଲେ। ପ୍ରଥମେ ମୃତ ସୁନୀଲଙ୍କ ଲିଭଇନ ପାର୍ଟନର ଅନୀତାକୁ ହତ୍ୟାକାଣ୍ଡ ସଂପର୍କ​ରେ ପୋଲିସ ପଚାରିଥିଲା। ସୁନୀଲଙ୍କ ହତ୍ୟାକାଣ୍ଡ ସଂପର୍କରେ ଅନୀତା କିଛି ଜାଣି ନାହିଁ ବୋଲି ପୋଲିସକୁ କହିଥିଲା। ସୁନୀଲଙ୍କ ହତ୍ୟା ଦିନ ସେ ଗ୍ରେଟର ନୋଇଡାରେ ଥିବା ତାଙ୍କ ବନ୍ଧୁଙ୍କ ପାଖକୁ ଯାଇଥିଲେ ବୋଲି ପୋଲିସ ପାଖରେ ସେ ସଫେଇ ଦେଇଥିଲା।

ପୋଲିସର ପ୍ରଶ୍ନବାଣରେ ଅନୀତା ଛନ୍ଦି ହୋଇ ପଡିଥିଲା। ତାଙ୍କ ଭାଇ ଓ ଭିଣୋଇ ମିଶି ତାଙ୍କ ଲିଭପାର୍ଟନରଙ୍କୁ ହତ୍ୟା କରିଥିବା କଥା ଅନୀତା ପୋଲିସ ସାମ୍ନାରେ କହିଥିଲା। ଭାଇ ବିଜୟ ଓ ଭିଣୋଇ ରାଜେନ୍ଦ୍ରକୁ ପଶ୍ଚିମବଙ୍ଗରୁ  ପୋଲିସ ଗିରଫ କରିଥିଲା।

 ଗିରଫ ଭାଇ ବିଜୟ ଘଟଣାର ପର୍ଦ୍ଦାଫାଶ କରିଥିଲା। ବିଜୟ କହିଥିଲେ ଯେ, ତାଙ୍କ ଭଉଣୀ ଅନୀତା ବିବାହିତ ସତ୍ବେ ସେ ସୁନୀଲଙ୍କ ସହ ରହୁଥିଲେ। ଏ​‌ବେ କିନ୍ତୁ ସୁନୀଲଙ୍କୁ ତାଙ୍କ ରାସ୍ତାରୁ ହଟାଇବା ଲାଗି ବିଜୟ ଓ ରାଜେନ୍ଦ୍ରଙ୍କୁ ନେଇ ଷଡ଼ଯନ୍ତ୍ର କରିଥିଲେ ବୋଲି ବିଜୟ କହିଥିଲା। ଏହାପରେ ତିନିଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.