ନେପାଳୀ କ୍ରିକେଟର ସନ୍ଦୀପ ଲାମିଛାନେଙ୍କୁ କରୋନା : ନିଜେ ଟ୍ବିଟ୍ କରି ଦେଲେ ସୂଚନା
28/11/2020 at 4:27 PM

ନୂଆଦିଲ୍ଲୀ ୨୮/୧୧: ଅନ୍ତର୍ଜାତୀୟ କ୍ରିକେଟର ସନ୍ଦୀପ ଲାମିଛାନେ କରୋନାରେ ସଂକ୍ରମିତ ହୋଇଛନ୍ତି। ୨୦ବର୍ଷୀୟ ସନ୍ଦୀପ ଅଷ୍ଟେଲିଆର ଟି-୨୦ ଲିଗ୍ ବେସରେ ହୋବାର୍ଟ ହରିକେନଙ୍କ ତରଫରୁ ଖେଳୁଛନ୍ତି। ଟୁର୍ଣ୍ଣାମେଣ୍ଟ୍ ଆରମ୍ଭ ହେବାକୁ ଏବେ ୨ସପ୍ତାହରୁ କମ୍ ସମୟ ରହିଛି। ଯୁବ ଲେଗ୍ ସ୍ପିନର ଶନିବାର ନିଜେ ସଂକ୍ରମିତ ହେବାର ସୂଚନା ଦେଇଛନ୍ତି।

ସୋସିଆଲ ମିଡିଆରେ ସନ୍ଦୀପ ଲେଖିଛନ୍ତି ଯେ,‘ନିଜେ କରୋନା ସଂକ୍ରମିତ ହେବାର ସୂଚନା ଦେବା ତାଙ୍କର କର୍ତ୍ତବ୍ୟ। ବୁଧବାରଠୁ ତାଙ୍କ ଶରୀରରେ ଯନ୍ତ୍ରଣା ହେଉଥିଲା,କିନ୍ତୁ ଏବେ ତାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିଛି।

ନେପାଳ ଟିମ୍ ର ମୁଖ୍ୟ ଖେଳାଳି ସନ୍ଦୀପ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲସର ଅଂଶ ଥିଲେ। ୨୦୨୦ରେ ତାଙ୍କୁ ଗୋଟିଏ ବି ମ୍ୟାଚ୍ ଖେଳିବାର ସୁଯୋଗ ମିଳିନଥିଲା। ୨୦୧୯ମସିହାରେ ୩ଟି ମ୍ୟାଚ୍ ଏବଂ ୨୦୧୯ରେ ୬ଟି ମୁକାବିଲା ଖେଳିଥିବା ଲାମିଛାନେଙ୍କ କ୍ୟାରିୟରରେ ୧୩ଟି ଓ୍ବିକେଟ୍ ରହିଛି। ଆଇପିଏଲ୍ ବ୍ୟତୀତ ସେ ପାକିସ୍ତାନ,ଓ୍ବେଷ୍ଟଇଣ୍ଡିଜ ଏବଂ କାନାଡ଼ାରେ ମଧ୍ୟ ଟି-୨୦ ଲିଗ୍ ଖେଳନ୍ତି।

Related Posts
୨୨ ଜାନୁୟାରୀ ବୈଠକରେ କୃଷିଆଇନ ନେଇ ବାହାରିପାରେ ସମାଧାନର ବାଟ
20 January 2021
ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
20 January 2021