Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଆମେରିକାର ‘ଡେମୋକ୍ରେସୀ ସମ୍ମିଟ୍’ରେ ଭାଗ ନେବ ନେପାଳ, କାମ କଲାନି ଚୀନ୍‌ର ଧମକ

1/12/2021 at 10:53 PM

କାଠମାଣ୍ଡୁ ୧।୧୨: ନେପାଳରେ ସରକାର ପରିବର୍ତ୍ତନ ସହ ଚୀନ୍‌ର ଚାପ ଓ ପ୍ରଭାବ ମଧ୍ୟ ହ୍ରାସ ହୋଇ ଆସୁଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ‘ଗଣତନ୍ତ୍ର ମହାସମ୍ମିଳନୀ’ (ଡେମୋକ୍ରେସୀ ସମ୍ମିଟ)ରେ ନେପାଳ ଭାଗ ନେବ ବୋଲି ଜଣାପଡିଛି। ଆମେରିକା ରାଷ୍ଟ୍ରପତିଙ୍କ ଏହି ସମ୍ମିଳନୀକୁ ଚୀନ୍‌ ‘ୱାନ୍‌ ଚାଇନା’ ପଲିସିର ପରିପନ୍ଥୀ ବୋଲି ଘୋଷଣା କରିଛି। ଏବା ସତ୍ତ୍ୱେ ନେପାଳ ସମେତ ଚୀନ୍‌ ସହ ସମ୍ପର୍କିତ ଅନେକ ଗଣତାନ୍ତ୍ରିକ ଦେଶ ଏହି ସମ୍ମିଳନୀରେ ଯୋଗ ଦେବାକୁ ଯାଉଥିବା ସୂଚନା ମିଳିଲାଣି।

ଆମେରିକାର ଏହି ସମ୍ମିଳନୀରେ ସାମିଲ ନ ହେବା ଲାଗି ଚୀନ୍‌ ତାର ପଡୋଶୀ ନେପାଳ ଉପରେ ମଧ୍ୟ ଚାପ ପକାଇଥିଲା। ଏଥିଲାଗି ନେପାଳରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତ ହୋଓ ୟାଙ୍କୀ ଓ ବେଜିଂରୁ କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନାର ବିଦେଶ ବିଭାଗ ମୁଖ୍ୟ ସାଙ୍ଗତାଓ ଲଗାତାର ଚାପ ପକାଇ ଆସୁଥିଲେ। ତେବେ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବା ସମ୍ମିଳନୀରେ ନେପାଳର ସାମିଲ ଲାଗି ମନ୍ତ୍ରୀମଣ୍ଡଳ ବୈଠକରେ ପ୍ରସ୍ତାବ ଗ୍ରୁହୀତ କରାଇ ନେଇଛନ୍ତି।

ନେପାଳ ସରକାରଙ୍କ ମୁଖପାତ୍ର ଜ୍ଞାନେନ୍ଦ୍ର ବାହାଦୂର କାର୍କୀ ଏ ନେଇ ଗଣମାଧ୍ୟମକୁ ସୂଚିତ କରିଥିବା ବେଳେ ଆମେରିକା ରାଷ୍ଟ୍ରପତି ସମ୍ମିଟ ଫର ଡେମୋକ୍ରାସୀରେ ପ୍ରଧାନମନ୍ତ୍ରୀ ତାଙ୍କର ୧୧ ସଦସୀୟ ପ୍ରତିନିଧି ମଣ୍ଡଳ ସହ ଯୋଗ ଦେଉଥିବାର ସୂଚିତ କରିଛନ୍ତି। ତେବେ ନେପାଳ ଏଥିରେ ଯୋଗ ନ ଦେଉ ଏଥିଲାଗି ସାଙ୍ଗ ତାଓ ମେଣ୍ଟ ସରକାରର ଦୁଇ ନେତା ମାଓବାଦୀ ପାର୍ଟି ସଭାପତି ପ୍ରଚଣ୍ଡ ଓ ସମାଜବାଦୀ ପାର୍ଟିର ମାଧବ ନେପାଳଙ୍କ ସହ ମଧ୍ୟ କଥା ହୋଇଥିଲେ।

ଏଣୁ ସରକାରଙ୍କ ଉପରେ ଏହି ସମ୍ମିଳନୀରେ ଭାଗ ନନେବା ଲାଗି ପ୍ରବଳ ଚାପ ପକା ଯାଇଥିଲା। ଏହା ସତ୍ତ୍ୱେ ମେଣ୍ଟ ସରକାରର ନେତା ତଥା ପ୍ରଧାନମନ୍ତ୍ରୀ ଦେଓବା ମନ୍ତ୍ରୀମଣ୍ଡଳ ବୈଠକ ଡକାଇ ସମ୍ମିଳନୀରେ ଭାଗ ନିଆଯିବ କି ନାହିଁ ସେ ବାବଦେ ନିଷ୍ପତ୍ତି ନେଇଥିଲେ। ଆଲୋଚନା ପରେ ମନ୍ତ୍ରୀମଣ୍ଡଳ ଏହି ସମ୍ମିଳନୀରେ ନେପାଳ ଯୋଗଦେବା ଜରୁରି ଆବଶ୍ୟକ ବୋଲି କହିବା ସହ ପ୍ରସ୍ତାବକୁ ଗୃହୀତ କରିଛନ୍ତି। ଫଳରେ ଚୀନ୍‌ର ଏକଛତ୍ରବାଦକୁ ତା ପଡିଶାରେ ହିଁ ଝଟକା ଲାଗିଛି।

   Related Posts